ମଜାରେ ଏହି ଯୁବତୀମାନେ ନେଇଥିଲେ ଏପରି କିଛି ସେଲ୍ଫି, ତେବେ ଫୋଟୋ ଦେଖି ପୁରା ଦୁନିଆଁ ଚକିତ ହୋଇଯାଇଛି

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଦେଖିବାକୁ ମିଳିଥାଏ। ଯେମିତି ଗୋଟାଏ ମୁଦ୍ରାର ଦୁଇଟି ପାର୍ଶ୍ଵ ଥାଏ, ସେମିତି ଦୁନିଆରେ ଭଲ ଆଉ ଖରାପ ଦୁଇଟି ଶକ୍ତି ରହିଛି। ଲୋକ ମାନେ ଭଗବାନଙ୍କୁ ଯେମିତି ବିଶ୍ୱାସ କରୁଛନ୍ତି, ସେମିତି ଭୂତ ଓ ପ୍ରେତକୁ ମଧ୍ୟ ବିଶ୍ୱାସ କରିବା ଉଚିତ ଅଟେ। ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ମଧ୍ୟ ଭୂତ ଓ ପ୍ରେତର ଖବର ମିଳିଥାଏ। ଯାହାକୁ ଶୁଣିବା ମାତ୍ରେ ମନରେ ଏକ ଭୟ ସୃଷ୍ଟି ହୋଇ ଯିବା ସଙ୍ଗେ ସଙ୍ଗେ କେହି କେହି ମଧ୍ୟ ମୃତ୍ୟୁ ବରଣ କରି ଥାଆନ୍ତି। ଏଭଳି ଘଟଣା ପ୍ରତିଦିନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ମନରେ ବହୁତ ଭୟ ମଧ୍ୟ ସୃଷ୍ଟି ହେବ, ତେବେ ଘଟଣାଟି ହେଉଛି, ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ସେଲ୍ଫି ନେଉ ଥିବା ସମୟରେ, ଏକ କଳା ରଙ୍ଗର ଛାଇକୁ ଦେଖିଛନ୍ତି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଫିଲିପାଇନ୍ସର ରିଜାଲ ହାଇସ୍କୁଲରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଦୁଇ ଜଣ ଛାତ୍ରୀ ସେହି ବିଦ୍ୟାଳୟରେ ସେଲ୍ଫି ନେଇଥିଲେ ଓ ଫୋଟୋକୁ ଦେଖି ଭୟ ଭୀତ ହୋଇ ଯିବା ସଙ୍ଗେ ସଙ୍ଗେ ବେହୋସ ମଧ୍ୟ ହୋଇ ଯାଇଥିଲେ। ହୋସକୁ ଆସିଲା ପରେ, ଦୁଇ ଛାତ୍ରୀଙ୍କ କହିବା କଥା ଯେ, ସେମାନେ ୱାସ ରୁମରେ ସେଲ୍ଫି ନେଇଥିଲେ, ଯାହାକି ଫୋଟୋ ଉଠାଇବା ବେଳେ ସେହି ସ୍ଥାନରେ କେହି ଜଣେ ହେଲେ ବି ନଥିଲେ କିନ୍ତୁ ଫୋଟୋ ଉଠାଇ ସାରିବା ପରେ ଫୋଟୋରେ ଏକ କଳା ରଙ୍ଗର ଜିନିଷ କିଛି ପଡି ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ତେବେ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ,1980 ମସିହାରେ ମଧ୍ୟ ଏଠାକାର ପିଲା ମାନେ ଏକ ଭୂତକୁ ଦେଖି ଡରି ଯିବା ସଙ୍ଗେ ସଙ୍ଗେ ଜଣେ ଛାତ୍ରଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା, ସେହି ଦିନ ଠାରୁ ଏଭଳି ଘଟଣା ଶୁଣି ଛାତ୍ର ଓ ଛାତ୍ରୀ ମାନେ ଭୟ ଭୀତ ହୋଇ ଯାଇଛନ୍ତି। କିନ୍ତୁ ବିଦ୍ୟାଳୟ ତରଫୁରୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନାହିଁ। ଏଭଳି ଘଟଣା ସୋସିଆଲ ମିଡିଆରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment