ମଝି ଦରିଆରୁ ଆକୁଳ ନିବେଦନ, ଆମକୁ ବଞ୍ଚାଓ…ବଞ୍ଚାଓ…ଭିଡ଼ିଓ ଦେଖିଲେ ଲୋମ ଟାଙ୍କୁରୀ ଉଠିବ…ଦେଖନ୍ତୁ ଭିଡ଼ିଓ

0

ଆଜିକାଲି ଦୁନିଆରେ ବୈଜ୍ଞାନିକ ମାନେ ଯେତେ ଜ୍ଞାନ କୌଶଳ ହୋଇଥିଲେ ସୁଦ୍ଧା ସମସ୍ତେ କିନ୍ତୁ ପ୍ରକୃତି ଆଗରେ ହାର ମାନି ଥାଆନ୍ତି। ପ୍ରାକୃତିକ ଦୁର୍ବିପାକ କେତେବେଳେ ଘଟିବ ତାହା କେହି କହି ପାରିବେ ନାହିଁ। ଆଜିକାଲି ବିଭିନ୍ନ ପ୍ରକାର ହାଇଟେକ ଟେକନ୍ନଲୋଜି ଦ୍ୱାରା ପୂର୍ବ ସୂଚନା ମିଳି ଥିଲେ ସୁଦ୍ଧା ପ୍ରକୃତିକୁ କେହି ବି ରୋକି ପାରିବେ ନାହିଁ। ବର୍ତ୍ତମାନ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ଭାବରେ ବର୍ଷା ଲାଗି ରହିଛି, ସେଥିପାଇଁ ସବୁ ଗାଡ଼ିଆ, ପୋଖରୀ ଓ ନଦୀରେ ପାଣି ଭର ପୁର ହୋଇ ରହିଛି। ସେହି ଭୟଙ୍କର ପାଣିକୁ ଦେଖିବା ମାତ୍ରେ ବହୁତ ଭୟ ଲାଗିଥାଏ।

ତେବେ ବନ୍ଧୁଗଣ ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ବର୍ଷା ହେଉଛି। କିନ୍ତୁ ବର୍ତ୍ତମାନ ଦୁଇ ଦିନ ଧରି ସାରା ରାଜ୍ୟରେ ଯେଉଁ ଭଳି ଭାବରେ ମୁଷଳ ଧାରାରେ ବର୍ଷା ଲାଗି ରହିଛି, ତାହା ରେକର୍ଡ଼ ବାହାରେ ବର୍ଷା ହେଉଛି। ଏହି ବର୍ଷା ଦ୍ୱାରା ଅନେକ ଲୋକ ମାନଙ୍କର ଘର ଦ୍ୱାରା ଭାଙ୍ଗିବା ସହିତ ଅନେକ କ୍ଷୟ କ୍ଷତି ମଧ୍ୟ ହେଇଛି। ତେବେ ବର୍ତ୍ତମାନ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବା ସଙ୍ଗେ ସଙ୍ଗେ ଦୁଃଖ ପ୍ରକାଶ କରିବେ। ତେବେ ଘଟଣାଟି ହେଉଛି ଗୋଟେ ନଦୀ ମଝିରେ କିଛି ମହିଳା ଓ ଯୁବକ ମାନେ ଫସି ଯାଇଛନ୍ତି ଓ ଉଦ୍ଧାର କାର୍ଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଦୁଃଖ ଦାୟକ ଘଟଣା ଅଟେ। ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ସୁରଥ ଜାମନନଗରର ନାଗେଶ୍ୱର ଅଞ୍ଚଳରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ବର୍ତ୍ତମାନ ପ୍ରବଳ ବର୍ଷା ଯୋଗୁଁ ନଦୀ ଭିତରେ ପାଣି ଭର ପୁର ହୋଇ ରହିଛି ଓ ଚାରି ପଟେ ସୁହ ପ୍ରବଳ ମାତ୍ରାରେ ବହି ଚାଲିଛି। ଗୋଟେ ନଦୀ ପାର ହେଉଥିବା ସମୟରେ ୨ ଜଣ ପୁରୁଷ, ୪ ଜଣ ମହିଳା ଓ ସେମାନଙ୍କ ସହ ଗୋଟେ ଛୋଟ ଝିଅଟି ମଧ୍ୟ ପାଣି ମଝିରେ ଫସି ଯାଇଛନ୍ତି। ସେମାନେ ପାଣିକୁ ଦେଖି ବହୁତ ଭୟ ଭିତ ହୋଇ ଯାଇଥିଲେ ଓ କେମିତି ନିଜକୁ ବଞ୍ଚାଇବେ ବ୍ୟସ୍ତ ବିବ୍ରତ ହୋଇ ପଡିଥିଲେ।

ସେଥିପାଇଁ ଜଣେ ଯୁବକ ଉଦ୍ଧାର ପାଇଁ କିଛି ଉପାୟ ଚିନ୍ତା କରିଥିଲେ। ତେବେ ସେହି ଯୁବକ ଜଣଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ସୋସିଆଲ ମିଡିଆରେ ସରକାରଙ୍କୁ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଥିଲେ। ଯଦି ଉଦ୍ଧାର କାର୍ଯ୍ୟ ପାଇଁ ବିଳମ୍ବ ହୁଏ, ତା’ ହେଲେ କୌଣସି ମୁହୂର୍ତ୍ତରେ କିଛି ବି ଦୁର୍ଘଟଣା ଘଟି ଯାଇ ପାରେ। ଏହା ପରେ ସେଠାରେ ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଁଛି ଉଦ୍ଧାର କାର୍ଯ୍ୟ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।