ମଝି ରାସ୍ତାରେ ନାଗ ସାପକୁ ଲହୁଲୁହାଣ କଲା ନେଉଳ, ଏହି ଭାଇରାଲ ଭିଡିଓ ଏବେ ଚର୍ଚ୍ଚାର ବିଷୟ…ଦେଖନ୍ତୁ ଏହି ଭିଡିଓ କୁ

0

ପ୍ରତିଦିନ ଆମ ସମାଜରେ ଅନେକ ଘଟଣା ଘଟି ଥାଏ। ତେବେ ସେହିସବୁ ଘଟଣା ବିଷୟରେ ଆମେ ଅବଗତ ହୋଇପାରୁ ଆଜି କାଲି ସୋସିଆଲ ମିଡିଆରେ, ଏହା ଏପରି ଏକ ମାଧ୍ୟମ ଯେଉଁଥିରେ ସଙ୍ଗେ ସଙ୍ଗେ ଭାଇରାଲ ହୋଇଯାଏ, ଯାହା ସମସ୍ତଙ୍କ ନିକଟରେ ପହଞ୍ଚି ଥାଏ। ସେଥିପାଇଁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ନିଜ ଘରେ ବସି ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ହେଉଥିବା ଘଟଣା ବିଷୟରେ ଟିକିନିକ ଖବର ବିଷୟରେ ଶୁଣିଥାଉ। କିନ୍ତୁ ବେଳେ ବେଳେ ସୋସିଆଲ ମିଡିଆରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଯାହା ଜାଣିଲା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ତେବେ ଏହି ଘଟଣାଟି ହେଉଛି ଗୋଟିଏ ନେଉଳ ନାଗ ସାଫ ମଧ୍ୟରେ ଭୟଙ୍କର ଲଢେଇ ଦେଖିବା ପାଇଁ ମିଳିଛି। ଦୃଶ୍ୟକୁ ଦେଖିଲା ପରେ ଆପଣଙ୍କ ଛାତି ଥରି ଉଠିବ। ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ପୂର୍ବରୁ ଆପଣମାନେ ସାପ ନେଉଳ ଲଢେ଼ଇ ବିଷୟରେ ଫିଲ୍ମ ରେ ଦେଖିଥିବେ, କିନ୍ତୁ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଦେଖିବା ପାଇଁ ମିଳିଛି। ତେବେ ଏହା ଏକ ବିରଳ ଦୃଶ୍ୟ କହିଲେ କିଛି ଭୂଲ ହେବ ନାହିଁ କାରଣ ଏଭଳି ଦୃଶ୍ୟ ବହୁତ କମ ଦେଖିବା ପାଇଁ ମିଳିଥାଏ। ଭିଡ଼ିଓଟିରେ ଗୋଟିଏ ନାଗ ସାପ ଏବଂ ନେଉଳ ଲଢେଇ କରୁଛନ୍ତି। ତେବେ ଏହି ନାଗ ସାପର ଲମ୍ବ ପାଖାପାଖି ୩ ଫୁଟ ହେବ ଏବଂ ନେଉଳ ୧ ଫୁଟ ହେବ। ନେଉଳଟି ଅତି ଚତୁରତାର ସହିତ ତାଙ୍କୁ କାମୁଡି ପକାଉଛି। ନେଉଳ ସବୁବେଳେ ମୁଣ୍ଡକୁ ଧରିବା ପାଇଁ ଲକ୍ଷ୍ୟ କରୁଛି, ଏଭଳି ଭାବରେ ଚଳାବୁଲା ହୋଇ ସାପଟି ଥକି ଯାଇଛି ଏବଂ ସାପ ଦେହରୁ ରକ୍ତ ବାହାରୁଛି।

ଦେଖିବା ପାଇଁ ଗଲେ ପୁଣି ବର୍ତ୍ତମାନ ସହଜେ ବର୍ଷା ଲାଗି ରହିଛି ଏବଂ ଖାଲେ ଖାଲେ ପାଣି ମଧ୍ୟ ରହିଥିବାର ଦେଖିବା ପାଇଁ ମିଳିଛି। ସାପଟି ପାଣିରେ ରହିଥିବା ବେଳେ ନେଉଳ ଉପରେ ଏପଟ ସେପଟ ହେଉଛି। ଏଭଳି ଭାବରେ ଅନେକ ସମୟ ଧରି ସାପ ନେଉଳ ମଧ୍ୟରେ ଲଢେ଼ଇ ଲାଗି ରହିଥିଲା। କିନ୍ତୁ ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ ମୋବାଇଲରେ ରେକର୍ଡ କରୁଥିଲେ ଏବଂ ଦୃଶ୍ୟକୁ ଉପଭୋଗ ମଧ୍ୟ କରୁଥିଲେ କିନ୍ତୁ ଜଣେ ହେଲେ ବି ଏହାକୁ ଛଡେଇବା ପାଇଁ ଆସୁନଥିଲେ। ତେବେ ବନ୍ଧୁଗଣ ଏଭଳି ଦୃଶ୍ୟ କେଉଁ ଜାଗାରେ ରେକର୍ଡ କରାଯାଇଛି ଆମ ପାଖରେ ଏହାର କୌଣସି ଖବର ନାହିଁ। ଏଭଳି ଦୃଶ୍ୟକୁ କେହି ଜଣେ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ, ଯାହାକୁ ଅନେକ ଲୋକ ଦେଖି ସାରିଲେଣି, ଆପଣ ମାନେ ମଧ୍ୟ ଦେଖି ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।