ମଝି ସମୁଦ୍ର ରେ ଭାଙ୍ଗିଗଲା ଜାହାଜ, ନିଜେ ପରିସ୍ରା ପିଇ ସନ୍ତାନକୁ ସ୍ତନ୍ୟପାନ କରାଇଲେ ମହିଳା, ଦେଖନ୍ତୁ ଅଜବ ଦୃଶ୍ୟ…

ମାଆ ଶବ୍ଦଟି ଏକ ନିଆରା ଶବ୍ଦ ଅଟେ। ଏହି ଶବ୍ଦରେ ସୁମଧୁରତା ରହିଥାଏ। ଦୁନିଆର ଏମିତି କୌଣସି ଜିନିଷ ନାହିଁ ଯେ, ମାଆ ଭଳି ସ୍ନେହ ଦେଇ ପାରିବ। କାରଣ ମାଆ ସବୁବେଳେ ମାଆ, ସେ ପିଲାର କୌଣସି ଦୁଃଖ କଷ୍ଟ ଦେଖି ପାରେନା ଓ ମାଆ ତାର ଛୁଆ ପାଇଁ କିଛି ବି କରି ପାରେ, ଏମିତିକି ନିଜ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ରହିଥାଏ। ଯେକୌଣସି ପରିସ୍ଥିତିକୁ ସାମନା କରି ନିଜ ଛୁଆର ଜୀବନ ବଞ୍ଚାଇ ଥାଏ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଘଟଣାଟି ହେଉଛି ଜଣେ ମାଆ ତା’ର ଛୁଆ ମାନଙ୍କୁ ବଞ୍ଚାଇ ବାକୁ ନିଜର ପରିସ୍ରା ପିଇ ଛୁଆ ମାନଙ୍କୁ ସ୍ତନ୍ୟପାନ୍ୟ କରାଇଛନ୍ତି ବୋଲି ସୂଚନା ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁଯାୟୀ, ଦକ୍ଷିଣ ଆମେରିକାରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଏକ ପାଣି ଜାହାଜ ଭେନି ଜୁଏଲାରୁ ଲତରଟୁକା ଯାଉଥିଲା। ସେହି ଜାହାଜରେ ୯ ଜଣ ଯାତ୍ରୀ ଯାଉଥିଲେ ଓ ସେମାନଙ୍କ ମଧ୍ୟରୁ ମାର୍ଲେ ଛାକୋନୋ ନାମ୍ନୀ ଜଣେ ୪୦ ବର୍ଷୀୟ ମହିଳା ତାଙ୍କ ସ୍ୱାମୀ, ୬ ବର୍ଷର ପୁଅ ଓ ୨ ବର୍ଷର ଝିଅ ଥିଲେ, ଏଥି ସହିତ ତାଙ୍କ ସହ ୨୫ ବର୍ଷୀୟ କେୟାର ଟେକର ଭେରୋନିକ ଓ ଜାହାଜର ମେମ୍ବର ମଧ୍ୟ ଜଣେ ଥିଲେ। ସେମାନେ ଯାଉଥିବା ଜାହାଜରେ ହଠାଥ ଜାହାଜଟି ଦୁର୍ଘଟଣା ଗ୍ରସ୍ତରେ ସମୂଦ୍ର ମଝିରେ ଦୁଇ ଖଣ୍ଡ ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ମହିଳାଙ୍କ ସ୍ୱାମୀ ଭାସି ଯାଇଥିଲେ କିନ୍ତୁ ମହିଳା ତାଙ୍କର ଦୁଇ ପିଲା ଓ କେୟାର ଟେକର ଜାହାଜର ଗୋଟିଏ ଫାଳରେ ରହି ଯାଇଥିଲେ। ସମୂଦ୍ର ମଝିରେ ଚାରି ଦିନ ଧରି ସେମାନେ ଭୋକ ଉପାସରେ ରହିଥିଲେ। କିନ୍ତୁ ମହିଳାଟି ତା’ର ଛୁଆ ମାନଙ୍କର ଜୀବନ ବଞ୍ଚାଇବା ପାଇଁ, ଯେମିତି ଶରୀରରେ ଜଳୀୟ ଅଂଶ କମି ନଯାଏ ସେଥିପ୍ରତି ଧ୍ୟାନ ଦେଇ ଚାରି ଦିନ ଧରି ନିଜର ପରିସ୍ରା ପିଉଥିଲେ ଓ ପିଲା ମାନଙ୍କୁ ନିଜର ସ୍ତନ୍ୟପାନ୍ୟ କରାଉ ଥିଲେ।

ଯେତେବେଳେ ଚାରି ଦିନ ପରେ ରେସକ୍ୟୁ ଟିମ ସେମାନଙ୍କ ନିକଟରେ ଆସି ପହଁଛି ଥିଲା, ସେତେବେଳେ ମହିଳାଙ୍କର ମୃତ୍ୟୁ ବରଣ ହୋଇ ଯାଇଥିଲା। ଦୁଇ ପିଲା ଓ କେୟାର ଟେକରଙ୍କର ଜୀବନ ବଞ୍ଚି ଯାଇଥିଲା ଓ ପ୍ରବଳ ଗରମ ଯୋଗୁ ସେମାନଙ୍କର ଡିହାଇଡ୍ରେସନ ହୋଇ ଯାଇଥିଲା। ରେସକ୍ୟୁ ଟିମ ସେମାନଙ୍କୁ ମେଡିକାଲରେ ନେଇ ଭର୍ତ୍ତି କରିଥିଲେ ଓ ଆସ୍ତେ ଆସ୍ତେ ସେମାନଙ୍କ ଶରୀର ସୁସ୍ଥ ହେବାରେ ଲାଗିଛି। କିନ୍ତୁ ଯେଉଁ ୫ ଜଣ ଜାହାଜର ଅନ୍ୟ ଏକ ଭାଗରେ ଥିଲେ, ସେମାନଙ୍କ ରେସକ୍ୟୁ ଟିମ ଖୋଜି ଚାଲିଛି। ଏଭଳି ମାଆଙ୍କୁ ସାରା ବିଶ୍ୱ ଆଜି ପ୍ରଶଂସା କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment