ମାଳିକା ଦେଲା ବଡ ଭବିଷ୍ୟବାଣୀ ! ପହଞ୍ଚି ଗଲା ସେହି ସମୟ ଯାହା ଖୋଜୁଥିଲେ… ଦେଖନ୍ତୁ କଣ ସବୁ ଘଟିବ…

ମହାପୁରୁଷ ମାନଙ୍କର ଅନେକ ଶହ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ଏହାକୁ ଅନେକ ମାନିବାକୁ ରାଜି ନଥିଲେ ବି ଏହି ଘଟଣା ସବୁ ସତ।ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି। ତେବେ ମାଳିକା ରେ ଏମିତି ଅନେକ ଜିନିଷ ବର୍ଣ୍ଣିତ ରହିଛି ଯାହା ଆମେ ଜାଣି ନାହୁଁ।ପୁଣିଥରେ ଆମେ ଆଜି ସେହି ମାଳିକା ଶାସ୍ତ୍ର ଉପରେ ଆଲୋଚନା କରିବା।

ଯାହା ଏକ ବିଶେଷ ପ୍ରସଙ୍ଗ ଉପରେ ପର୍ଯ୍ୟବେଶିତ ଅଟେ।ଆପଣ ଜାଣିଛନ୍ତି ମାଳିକା ଏକ ଏମିତି ଜିନିଷ ଯେଉଁଥିରେ ଦୀର୍ଘ ବର୍ଷ ପୂର୍ବେ ଅନେକ ଜିନିଷ ବର୍ଣ୍ଣିତ ରହିଛି। ଯେଉଁ କଥା ଜାଣିଲେ ଆପଣ ଆଗତ ଭବିଷ୍ୟତ ଉପରେ ଧାରଣା ଲଗାଇ ପାରିବେ। ଯେମିତି ଏଠାରେ ଜଣେ ମାଲିକା ଭକ୍ତ ମାଳିକା ବିଚାରକ ଅଗକୁ ଆସୁଥିବା ବିପତ୍ତି କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ କଥା ଉପରେ ଆଲୋଚନା କରିଛନ୍ତି।ସେ କହିଛନ୍ତି ଆଗକୁ କିପରି ଭାବରେ ଏକ ବଡ଼ ଘଟଣା ଘଟିବାକୁ ଯାଉଛି। କଳିଯୁଗ ଅନ୍ତ ଘଟିବା ସମୟ କିପରି ପାଖେଇ ଆସିଲାଣି ଏବଂ ଆଗକୁ କଣ ସବୁ ଘଟିବ ସେ ବିଷୟରେ ଏହି ମାଳିକା ଗବେଷକ ଜଣଙ୍କ କହିଛନ୍ତି।

ଏମିତି ସମୟ ଆସିବ ଯେଉଁ ସମୟରେ ସାତ ରାତି ସାତ ଦିନ ଅନ୍ଧାର ହେବ, ଏପଟେ ଯୁଦ୍ଧ ବି ହେଉଥିବ ଏବଂ ପ୍ରଳୟ ହେବାର ଆଶଙ୍କା ମଧ୍ୟ ରହିଛି। ତେଣୁ ଏସବୁ କୁ ନେଇ ଯେଉଁଭଳି ସ୍ଥିତି ସୃଷ୍ଟି ହେବ ତାହା କଳିଯୁଗର ଶେଷ ସମୟର ସଂକେତ ଦେବ। କେବଳ ଏତିକି ନୁହେଁ କଳିଯୁଗର ଶେଷ ହେବା ସହିତ ପୁଣି ଥରେ ସତ୍ୟର ବିରାଜମାନ ହେବ। ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ମାଳିକା ବଚନ ଅନୁସାରେ ଏଭଳି କିଛି ସଂକେତ ଦେଖାଦେବ ଯେଉଁଠି ସ୍ତ୍ରୀ ମାନେ ଉଗ୍ର ରୂପ ଧରିବେ ଏବଂ ପୁରୁଷ ମାନଙ୍କୁ ଅତ୍ୟାଚାର କରିବେ। ସେମାନଙ୍କ ବିତ୍ପାତ ଏତେ ମାତ୍ରାରେ ବଢିଯିବ ଯେ ନାରୀ ମାନେ ଉଗ୍ରତା ର ଚରମ ସିମା ଟପିଯିବେ।

ଏହା ସହିତ ଏହି ପ୍ରଳୟଙ୍କାରୀ ଦିନ ନିକଟତର ହୋଇ ଗଲାଣି ବୋଲି ସେ କହିଛନ୍ତି। କାରଣ ମାଳିକା ର ବର୍ଣ୍ଣନା ଅନୁସାରେ ଯେଉଁ ଗାଣିତିକ ସଂକେତ ରହୁଛି ସେହି ଅନୁସାରେ ୨୦୨୯ ମସିହାରେ ଏହିଭଳି ଘଟଣା ଘଟିବାର ସମ୍ଭାବନା ରହିଛି।ଏକ ଆଶ୍ଚର୍ୟ୍ଯ କର ଘଟଣା ଏହି ସମୟରେ ଘଟିବ ଏବଂ ମହା ଜାଗତିକ ପ୍ରଭାବ ମଧ୍ୟ ବନ୍ଦ ହୋଇଯିବ। ଫଳରେ କେବଳ ଭାରତ ନୁହେଁ ସାରା ପୃଥିବୀରେ ଏକ ବଡ଼ ବିତ୍ପତ୍ତି ଦେଖାଦେବ। ତେଣୁ ଏଥିପ୍ରତି ନିଜକୁ ସଜାଗ ରଖିବା ଆବଶ୍ୟକ।

 

Leave a Comment