ମାଳିକାର ବଡ ଭବିଷ୍ୟବାଣୀ ! ମାଳିକା ଗବେଷକ ଦେଲେ ମହାମାରୀ ରୁ ମୁକ୍ତି ପାଇବାର ବଡ଼ ସମାଧାନ, ଜାଣନ୍ତୁ କେବେ ଘଟିବ କରୋନା ର ଅନ୍ତ…

0

କରନା ମହାମାରୀ କୁ ନେଇ ଅନେକ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଥିବା ବେଳେ ସବୁଠାରୁ ବଡ଼ ପ୍ରଶ୍ନ ଏହାଯେ ଏହି ମହାମାରୀ ଠାରୁ କେବେ ତ୍ରାହି ମିଳିବ? କେବେ ମାନବ ସମାଜ ଏହି କରନା ମହାମାରୀର କରାଳ କାୟରୁ ମୁକ୍ତ ହେବ। ଲୋକେ ଅକାଳ ରେ ମୃତ୍ୟୁ ବରଣ କରିବେ ନାହିଁ ଏଭଳି ଅଦୃଶ୍ୟ ଶକ୍ତିର ସଂକ୍ରମଣରେ। ଏହିଭଳି ଭିନ୍ନ ଭିନ୍ନ ପ୍ରଶ୍ନ ଲୋକଙ୍କ ମନରେ ରହିଥିବା ବେଳେ ଏହାକୁ ନେଇ ଜ୍ୟୋତିର୍ବିଦ ମାନେ ମଧ୍ୟ ଭବିଷ୍ୟବାଣୀ କରି ସାରିଛନ୍ତି ଏବଂ ମାଳିକା ମଧ୍ୟ ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରିଛି ଏବଂ ନିର୍ଦ୍ଦିଷ୍ଟ ପ୍ରମାଣ ମଧ୍ୟ ଦେଇଛି।

ତେବେ ପୁଣିଥରେ ଏହିଭଳି ଏକ ପ୍ରଶ୍ନର ଉତ୍ତର ସନ୍ଧାନରେ ଆମେ ଆଜି ଏହାର ଉତ୍ତର ଜାଣିବା ଜଣେ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ତଥା ମାଳିକା ଗବେଷକ ଙ୍କ ପାଖରୁ।ଆପଣ ମାନେ ଜାଣି ରଖନ୍ତୁ ମାଳିକା ର ବର୍ଣ୍ଣନା ବା ବାଣୀ କାହାକୁ ଭୟଭୀତ କରିବା ପାଇଁ ନୁହେଁ ବରଂ ଏହା ଆମକୁ ସତର୍କ ସଚେତନ କରିବା ପାଇଁ।ଏହାର ସତ୍ୟା ସତ୍ୟ ଏବଂ ଗୁରୁତ୍ଵ କୁ ଉପଲବ୍ଧି କଲେ ଆପଣ ମାନେ ଜାଣି ପାରିବେ ଯ ମାଳିକା ସବୁ ସତ୍ୟ ଘଟଣା ଉପରେ ଏକ ଭବିଷ୍ୟବାଣୀ ସ୍ୱରୂପ କରିଥାଏ।ଯାହା ସମସ୍ତଙ୍କୁ ଚେତେଇବା ପାଇଁ ଏବଂ ସମସ୍ତଙ୍କୁ ସଚେତନ କରିବା ସହିତ ଏକ ଉଚିତ୍ ମାର୍ଗ ଦର୍ଶନ କରାଇବା ପାଇଁ।ତେବେ ଜାଣନ୍ତୁ ଏହି ମାଳିକା ଗବେଷକ ଜଣଙ୍କ ଏହି ମହାମାରୀ ସମ୍ପର୍କରେ କଣ ସୂଚନା ଦେଇଛନ୍ତି।

ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ଦା ବ୍ଲକ୍ ଅନ୍ତର୍ଗତ ପ୍ରତାରୁଦ୍ରପୁର ର ଅନନ୍ତ ବାସୁଦେବ ଆଶ୍ରମ ର କାହୁଁ ବାବା ଙ୍କ କହିବା ଅନୁସାରେ ପାଶ୍ଚାତ୍ୟ ସଭ୍ୟତାରୁ ଏହି ରୋଗଟି ଆସିଥିବାରୁ ଏହାର ନାମ କରନା ଦିଆ ଯାଇଛି। ମହାପୁରୁଷ ଙ୍କ ଲେଖନୀ ଅନୁସାରେ ଏହି ମହାମାରୀ ଲକ୍ଷାଧିକ ସଂଖ୍ୟାରେ ଜନ ସମାଜକୁ ଗ୍ରାସ କରିବ। ଏଥିପାଇଁ ପରୋକ୍ଷରେ ଏବଂ ପ୍ରତ୍ୟକ୍ଷ ରେ ମାନବ ସମାଜ ହିଁ ଦାୟୀ ଅଟେ। ମଣିଷ ନିଜେ ନିଜ ପାଇଁ ଏପରି ବିପଦ ସୃଷ୍ଟି କରିଛି। ତେବେ ଆମେ ଯଦି ନିଜେ ପ୍ରକୃତି ର ନିୟମ ବିରୋଧରେ ଯିବା ତେବେ ଏହିଭଳି ବିପଦର ସମ୍ମୁଖୀନ ଆମକୁ କରିବାକୁ ପଡ଼ିବ ଆଗାମୀ ଦିନରେ ମଧ୍ୟ ଏଥିରେ ସନ୍ଦେହ ନାହିଁ।

ତେବେ ଏହି ମହାମାରୀ ରୁ ରକ୍ଷା ପାଇବା ପାଇଁ ଯାହା କାହୁଁ ବାବା କହିଛନ୍ତି ଯେ ଆମ ଓଡ଼ିଶା ଉପରେ ବିଶେଷ ବିପଦ ନାହିଁ।ଆଉ ଆମେ ଯେଉଁ ଅମ୍ଳଜାନ ଅଭାବରୁ ମୃତ୍ୟୁ ବରଣ କରୁଛେ ଏହାର ସମାଧାନ ପାଇଁ ଘରେ ପ୍ରତିଦିନ ପ୍ରଥମେ ୨୧ ଥର ନହେଲେ ୧୦୮ ଥର ଓଁକାର ଜପ କରିବାକୁ ପଡ଼ିବ। ଏହାଦ୍ଵାରା ଶରୀର ଭିତରେ ଏକ ଅଦ୍ଭୁତ ଶକ୍ତି ସୃଷ୍ଟି ହେବା ସହ ଅମ୍ଳଜାନ ମଧ୍ୟ ତିଆରି ହେବ ଏବଂ ଆପଣ ସୁସ୍ଥ ରହି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।