ବନ୍ଧୁଗଣ ପ୍ରତ୍ୟେକ ଥର ଭଳି ମାଳିକା ର ସେହି ୬୦୦ ବର୍ଷର ଆଗତ ଭବିଷ୍ୟତ, ମାଳିକା ର ସେହି ଠାର ଗାର ଏବଂ ବର୍ଣ୍ଣନା କୁ ଆମେ ପୁଣି ଆପଣଙ୍କ ସମ୍ମୁଖରେ ରଖିବାକୁ ଯାଉଛୁ ଯାହାକୁ ବାବା ଦିବାକର ଦାସ୍ ବର୍ଣ୍ଣନା କରିଛନ୍ତି।୬୦୦ ବର୍ଷ ତଳେ ମହାପୁରୁଷ ମାନେ ଯେଉଁ କଥାକୁ ଲେଖି ଯାଇଛନ୍ତି, ଯାହା ଆମେ ଭୋଗୁଚେ ଏବଂ ଆମ ଜୀବନରେ ଭବିଷ୍ୟତରେ ଘଟୁଛି ତାହା ଆମକୁ ବିଶ୍ୱାସ କରିବାକୁ ପଡ଼ିବ। କାରଣ ସେଥିରୁ ଏମିତି ବହୁତ୍ କଥା ଆମେ ସ୍ପଷ୍ଟ ହୋଇ ପାରିବା ଯାହା ଆମକୁ ଜୀବନରେ ସତର୍କ କରାଇବ ଏବଂ ସଚେତନ ମଧ୍ୟ କରାଇବ। ତେବେ ଅନେକ ଜଣଙ୍କର ତାହା କହିବା କଥା ଯେ ମାଳିକା ରେ ଯାହା ଲେଖାଥିଲା ତାହା ସତ ହେବାରେ ଲାଗିଛି।
ତେବେ ଏସବୁ କହିବାର ତାତ୍ପର୍ଯ୍ୟ ହେଉଛି କିଛି ଏମିତି ଘଟଣା ଆଗକୁ ଘଟିବା ପାଇଁ ଯାଉଛି ଯାହା ଆପଣଙ୍କୁ ସତର୍କ କରିବା ପାଇଁ ଉଦ୍ଦିଷ୍ଟ ଅଟେ। କାରଣ ଏହା ଆପଣଙ୍କୁ ସଚେତନ କରାଇବା ପାଇଁ ଲେଖା ଯାଇଛି ଯେ କିଭଳି ଭାବରେ ଆମର ଆଗାମୀ ଭବିଷ୍ୟତ ରହିବ।ତେବେ ଆମେ ଆଜି ଜାଣିବା ୨୦୨୧ ମସିହାରେ ଘଟିବା କୁ ଯାଉଥିବା ଘଟଣା ବିଷୟରେ ଯାହା ମହାପୁରୁଷ କହିଛନ୍ତି। ମାଳିକା ଅନୁସାରେ ଏହି ମସିହାରେ ଅନେକ ଅକାଳ ବିୟୋଗ ଘଟିବ।ଆଜି ଯାହାକୁ ଆପଣ ଦେଖିଥିବେ କାଲି ସେ ଆଉ ନଥିବ। ବାର୍ଦ୍ଧକ୍ୟ ପୂର୍ବରୁ ଜୀବନ ଚାଲିଯିବ। ଆଜି ଶବ କାନ୍ଧେଇବା ପାଇଁ ଯାଇଥିବା ଲୋକଟି କାଲି ଶବ ପାଲଟି ଯାଇଥିବ।
ଏହା ସହିତ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ଅନେକ ଉପକାରୀ, ପ୍ରେରଣାଦାୟୀ ଲୋକ, ସାହାଯ୍ୟ ବାନ୍ ଲୋକଙ୍କ ଅକାଳ ବିୟୋଗ ଘଟିବ। ଅନେକ ପ୍ରମୁଖ ବ୍ୟକ୍ତି ବିଶେଷ ଏବର୍ଷ ବିଦାୟ ନେବେ ଆମ ଗହଣରୁ।ଏହା ସହ ଆଗକୁ ଅନେକ ବର୍ଷା ହବ ଏବଂ ଫସଲ ହାନୀ ଘଟିବ। ଲୋକେ ଅନେକ ଗୋଚର ଜମିକୁ ବିକି ଦେବେ। ଗୋଚର ଜମିରେ ଚାଷ କାର୍ଯ୍ୟ ହେବ ନାହିଁ ଏବଂ ଜମି ମାଫିଆ ମାନେ ଏହି ଗୋଚର ଜମି ଗୁଡ଼ିକୁ ବିକ୍ରି କରିଦେବେ।, ଅନ୍ୟାୟ ପୂର୍ବକ ଏହି ଜମି ଗୁଡ଼ିକୁ ବିକ୍ରି କରି ଦିଆଯିବ।ଆଉ ଏହା ସହିତ ନଦୀ, ନାଳ ଆଦିରେ ପାଣି ମିଳିବ ନାହିଁ। ସବୁ ଜମି ଶୁଖିଲା ହୋଇ ଫାଟି ଯିବ।
ଏହା ସହିତ ଏବର୍ଷ ଅନେକ ସ୍ଥାନରେ ଭୂମିକମ୍ପ ହେବ ଏବଂ ଅନେକ କୋଠାବାଡ଼ି ଭୁଷୁଡି ପଡିବ । ଚୋର, ଡକାୟତ, ଲମ୍ପଟ ମାନଙ୍କ ର ସଂଖ୍ୟା ବଢିବ ଏବଂ ସେମାନଙ୍କ କାର୍ଯ୍ୟ କଲାପ ମଧ୍ୟ ବୃଦ୍ଧି ପାଇବ। ତେଣୁ ଏଥିପ୍ରତି ଆପଣ ସଚେତନ ରହିବା ନିହାତି ଆବଶ୍ୟକ। ଯେଉଁ ଭଳି ଭାବରେ ସମାଜରେ ଅନ୍ୟାୟ ଅନୀତି ବୃଦ୍ଧି ପାଇବ ସେହି ଅନୁସାରେ ଆପଣଙ୍କୁ ସଚେତନତା ପୂର୍ବକ କାମ ନକଲେ ଆପଣ ପରବର୍ତ୍ତୀ ସମୟରେ ସମସ୍ୟା ରେ ପଡି ପାରନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।