ମାଳିକା ଭଵିଷ୍ୟବାଣୀ ! ଘଟିଲା ଆଶ୍ଚର୍ଯ୍ୟକର ଘଟଣା ମାଟି ତଳୁ ବାହାରିଲା ଅନନ୍ତ ନାଗ ସହ ମହାଦେବ ଦେଖନ୍ତୁ…

0

ପ୍ରତ୍ୟେକ ଥର ଭଳି ପୁଣିଥରେ ମାଳିକା ବିଶାରଦ ଦିବାକର ଦାସ୍ ଙ୍କ ମାଳିକା ର ବର୍ଣ୍ଣନା କୁ ଆମେ ଉପସ୍ଥାପନା କରିବାକୁ ଯାଉଛୁ ଆପଣଙ୍କ ସମ୍ମୁଖରେ ଯାହା ୬୦୦ ବର୍ଷ ତଳର ମାଳିକା ଵିଚାର ଅଟେ। ଯାହା ଜାଣିଲେ ଶୁଣିଲେ ଆପଣ ଅନେକ ଶାନ୍ତି ପାଇଥାନ୍ତି। ଆଗତ ଭବିଷ୍ୟତ କୁ ନେଇ ଯେଉଁ ମାଳିକା ର ବିଚାର ରହିଛି ତାହା କିଭଳି ଭାବରେ ମାନବ ସମାଜ ପାଇଁ ଉପାଦେୟ ତାହା ଆମକୁ ମାଳିକା ପଠନ ରୁ ସ୍ପଷ୍ଟ ଭାବରେ ଅନୁମେୟ ହୋଇଥାଏ।

ବର୍ତ୍ତମାନ ସମୟରେ ଲୋକଙ୍କ ଉପରେ କଣ ଘଟିବା ପାଇଁ ଯାଉଛି ଏବଂ ବର୍ତ୍ତମାନ ର ସମସ୍ତ ଘଟଣା ଏବଂ ସ୍ଥାନ ବିଷୟରେ ପୂର୍ବରୁ କଣ ସବୁ ମାଳିକା ରେ ବର୍ଣ୍ଣିତ ହୋଇ ରହିଛି ତାହା ଆମେ ଆଲୋଚନା କରିବା ଏବଂ ଦୃଷ୍ଟି ପକାଇବା।

ତେବେ ମାଳିକା ରେ ବର୍ଣ୍ଣିତ ଥିବା କିଛି ସ୍ଥାନ ମାନଙ୍କର ମାହାତ୍ମ୍ୟ ବିଷୟରେ ଅନେକ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। ମହାପୁରୁଷ ପଞ୍ଚସଖା ମାନେ ଯାହା କଲମ କରି ଯାଇଛନ୍ତି ତାହାର ଦୃଢ଼ ପ୍ରମାଣ ଏବେ ମଧ୍ୟ ଦୃଷ୍ଟି ଗୋଚର ହେଉଛି। ଅନେକ ବର୍ଷ ତଳେ ମାଳିକା ରେ ବର୍ଣ୍ଣିତ ହୋଇଥିବା ତଥ୍ୟ ର ପ୍ରମାଣ ଏବେ ମଧ୍ୟ ରହିଛି। ମାଳିକା ପୁରୁଷ ଅଚ୍ୟୁତାନନ୍ଦ ମହାପୁରୁଷ ଯାହା ଉଲ୍ଲେଖ କରି ଯାଇଛନ୍ତି ତାହାର ପ୍ରମାଣ ଏବେ ଦେଖିବାକୁ ମିଳୁଛି।ସେହି ବିଷୟରେ ଆମେ ଆଜି ଆଲୋଚନା କରିବା। ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଭଦ୍ରକ ଜିଲ୍ଲା ବିଷୟରେ। ଯାହା ମହାପୁରୁଷ ମାନେ ଆଗରୁ ଲେଖି ଯାଇଛନ୍ତି।

ଭଦ୍ରକର ବାବା ଆଖଣ୍ଡଳମଣି ମନ୍ଦିରରେ କୋଟି କୋଟି ଭକ୍ତ ଦର୍ଶନ ପାଇବେ। ସେଠାରେ ଶିବ ଭକ୍ତ ମାନେ ଗୁପ୍ତ ଭାବରେ ରହୁଛନ୍ତି ବୋଲି ମହାପୁରୁଷ କହୁଛନ୍ତି। କଳି ଶେଷରେ ତାଣ୍ଡବ କରିବେ ଦେବ ଦେବ ମହାଦେବ। ଦେବତା ମାନଙ୍କର ସଭା ଶ୍ରୀ ଅନନ୍ତ ଦେବଙ୍କ ମନ୍ଦିରରେ ବସିବ।ସେହି ଅନନ୍ତ ଦେବ ଙ୍କ ମନ୍ଦିରର ସଠିକ୍ ତଥ୍ୟ ଆମ୍ଭେ ମାନେ ଜାଣିନୁ। ଭଦ୍ରକରେ ଅନେକ ନାଗ ମାନେ ଆସି ପ୍ରକଟ ହେବା ସହିତ ପାତାଳ ରୁ ଆସି ନାଟ କରିବେ। ଆଉ ମାଆ ଭଦ୍ରକାଳୀ ସେଠାରେ ଭକ୍ତ ମାନଙ୍କୁ ଉଦ୍ଧାର କରି ଦୁଷ୍ଟ ମାନଙ୍କୁ ସଂହାର କରିବେ।

ଏହାସହ ଭଦ୍ରକରେ ବିରଞ୍ଚି ନାରାୟଣ ନାମକ ପ୍ରଭୁ ପ୍ରକଟିତ ହେବେ। ବହୁ ଜ୍ଞାନୀ ଗୁଣୀ ଭଦ୍ରକ ମାଟିରେ ପ୍ରକଟ ହେବେ। ପୁଣି ସେମାନେ ଦେଖାନିଆ ଭାବରେ ନୁହଁ ବରଂ ଗୁପ୍ତ ଭାବରେ ସେଠାରେ ରହିବେ।ସେଠାରେ ଶୁନ୍ୟରୁ ଘରରେ ଅଗ୍ନି ଲାଗିବା ସହିତ ମାଟି ତଳୁ ମହାପୁରୁଷ ପ୍ରକଟ ହେବେ ବୋଲି ମହାପୁରୁଷ କହୁଛନ୍ତି। ବହୁତ ବୃଷ୍ଟିପାତ ଭଦ୍ରକରେ ପରିଲକ୍ଷିତ ହେବ।

ଯେଉଁଥିରେ ଗାଆଁ ଗଣ୍ଡାରେ ଜଳ ସ୍ରୋତ ପ୍ରବାହିତ ହେବ ଏବଂ ଅନେକ ଗାଆଁ ଗଣ୍ଡା ଭାସିଯିବା ସହିତ ଧନଜୀବନ ମଧ୍ୟ ନଷ୍ଟ ହେବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।