ମାଳିକା ଭକ୍ତଙ୍କ ଚାଂଚଲ୍ୟକର ତଥ୍ୟ, କେବେ ଆବିର୍ଭାବ ହେବେ କଳକୀ ଭଗବାନ,କେବେ ଭାଙ୍ଗିବ ହୀରାକୁଦ ବନ୍ଧ ??

0

ବନ୍ଧୁଗଣ ପୁଣିଥରେ ମାଳିକା ର ବର୍ଣ୍ଣନା କୁ ଆମେ ଉପସ୍ଥାପନା କରିବାକୁ ଯାଉଛୁ ଆପଣଙ୍କ ସମ୍ମୁଖରେ ଯାହା ଦୀର୍ଘ ବର୍ଷ ତଳର ମାଳିକା ଵିଚାର ଅଟେ। ଯାହା ଜାଣିଲେ ଶୁଣିଲେ ଆପଣ ଅନେକ ଶାନ୍ତି ପାଇଥାନ୍ତି। ଆଗତ ଭବିଷ୍ୟତ କୁ ନେଇ ଯେଉଁ ମାଳିକା ର ବିଚାର ରହିଛି ତାହା କିଭଳି ଭାବରେ ମାନବ ସମାଜ ପାଇଁ ଉପାଦେୟ ତାହା ଆମକୁ ମାଳିକା ପଠନ ରୁ ସ୍ପଷ୍ଟ ଭାବରେ ଅନୁମେୟ ହୋଇଥାଏ। ତେବେ ସେହିଭଳି ବର୍ତ୍ତମାନ ସମୟରେ ଲୋକଙ୍କ ଭାବାବେଗ ଏବଂ କାର୍ଯ୍ୟକଳାପ କୁ ନେଇ ଶହ ଶହ ବର୍ଷ ତଳେ ଯାହା ମାଳିକା ରେ ବର୍ଣ୍ଣିତ ରହିଛି ସେହି ବିଷୟରେ ଆମେ ସମ୍ୟକ ଆଲୋଚନା କରିବା ଏବଂ ଦୃଷ୍ଟି ପକାଇବା।

ଅନେକ ମାଳିକା ଭକ୍ତ ରହିଛନ୍ତି ଯେଉଁମାନେ ମାଳିକା ର ବର୍ଣ୍ଣନା କୁ ଲୋକଲୋଚନ କୁ ଆଣିଥାନ୍ତି କିନ୍ତୁ ସେମାନେ ଲୁକାୟିତ ଭାବରେ ରହିଛନ୍ତି। ସେମାନଙ୍କୁ କିପରି ଲୋକ ଲୋଚନକୁ ଅଣା ଯାଇ ପାରିବ ସେଥିପାଇଁ ତାଙ୍କ ପାଖରେ ପହଞ୍ଚିବା ପାଇଁ ମାଳିକା ବିଶାରଦ ମାନେ ଚେଷ୍ଟିତ ରହିଥାନ୍ତି। ସେମାନଙ୍କ ମୁହଁରୁ କିଛି ଏମିତି କଥା ଶୁଣିବାକୁ ମିଳିଥାଏ ଯାହା ଆମକୁ ଭବିଷ୍ୟତ ରେ ଘଟିବା ପାଇଁ ଯାଉଥିବା ଘଟଣା ବିଷୟରେ ପୂର୍ବ ସୂଚନା ଦେଇଥାଏ। ସେହିପରି ଜଣେ ମାଳିକା ଭକ୍ତଙ୍କ ବିଷୟରେ ଆମେ ଆଜି ଜାଣିବା ଯାହାଙ୍କ ନାମ ହେଉଛି ବାବା ବଂଶୀଧର ମହାରାଜ ଯିଏକି ମାଆ ଶାରଳା ମଣ୍ଡଳ ର ଅନ୍ୟତମ ଭକ୍ତ।

ସେ ବିଭିନ୍ନ ପ୍ରକାର ବିଷୟ ବସ୍ତୁ ଉପରେ ଆଲୋଚନା କରିଛନ୍ତି ଏବଂ ସଚେତନ ମଧ୍ୟ କରାଇଛନ୍ତି। କେବେ କରନା ମହାମାରୀ ଲୋପ ପାଇବ। କେବେ କଳକୀ ଭଗବାନ ଆବିର୍ଭାବ ହେବେ ତାଙ୍କର ରୂପ ବିନ୍ୟାସ କିପରି ରହିବ ସେ ବିଷୟରେ ସେ ଧାରଣା ଦେଇଛନ୍ତି। ମହାପ୍ରଭୁ ଜଗନ୍ନାଥ କେବେ ପୁରୀ ଶ୍ରୀମନ୍ଦିର ରୁ ଛତିଆ ବଟ କୁ ଆସିବେ ଏବଂ ହୀରାକୁଦ ବନ୍ଦର ଭାଙ୍ଗିବା ଦ୍ଵାରା କେତେ କ୍ଷୟ କ୍ଷତି ଘଟିବ ଲୋକେ କେତେ ପ୍ରଭାବିତ ହେବେ ସେ ବିଷୟରେ ମଧ୍ୟ ସେ କହିଛନ୍ତି। ଲଂଜା ତାରା କେତେବେଳେ ପଡ଼ିଥାଏ ଏବଂ ଏହାର କାରଣ କଣ ରହିଛି ସେ ବିଷୟରେ ମଧ୍ୟ ସେ ବର୍ଣ୍ଣନା କରିଛନ୍ତି।

ଦିଲ୍ଲୀ ସିଂହାସନ ରେ କିଏ ବସିବାକୁ ଯାଉଛନ୍ତି ଆଗାମୀ ସମୟରେ ସେ ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି।୨୦୨୭ ରୁ ୨୦୩୧ ମଧ୍ୟରେ ସାତଦିନ ଅନ୍ଧାର ରହିବ ଏବଂ ଏହି ସମୟରେ ସ୍ଥିତି କିପରି ରହିବ ସେ ବିଷୟରେ ମଧ୍ୟ ଜଣାଇ ଛନ୍ତି। କରନା ମହାମାରୀ ଆଉ ୫ ମାସ ପରେ ଦୂରେଇ ଯିବ ଏବଂ ଓଡ଼ିଶା ଉପରେ ଏହାର ପ୍ରଭାବ ବିଶେଷ ରହିବ ନାହିଁ ବୋଲି କହିଛନ୍ତି। ଏହାଛଡା ବାବା ବଂଶୀଧର ମହାରାଜ ଥିବା ପୀଠରେ ଯଜ୍ଞକୁଣ୍ଡ ତଳେ ଦୁଇଟି ପୋଥି ଅଛି ଯାହା ୨୦୨୨ ରେ ବାହାରିବ ବୋଲି ମଧ୍ୟ ସେ ବିଷୟରେ ସଂକେତ ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।