ମାଳିକା ଭକ୍ତଙ୍କ ଦିବ୍ୟ ଅନୁଭୂତି, ଅନନ୍ତ ସର୍ପ ବେଶରେ ପ୍ରଭୁଙ୍କ ଦିବ୍ୟ ଲୀଳା…ଛତା ଭଳି ଫଣା, ଆଖି ୨ ଟା ଜଳୁଥିଲା…

0

ବନ୍ଧୁଗଣ ପୁଣିଥରେ ଆମେ ଆଜି ସେହି ମାଳିକା ଶାସ୍ତ୍ର ଉପରେ ଆଲୋଚନା କରିବା। ଆପଣ ଜାଣିଛନ୍ତି ମାଳିକା ଏକ ଏମିତି ଜିନିଷ ଯେଉଁଥିରେ ଦୀର୍ଘ ବର୍ଷ ପୂର୍ବେ ଅନେକ ଜିନିଷ ବର୍ଣ୍ଣିତ ରହିଛି।ମହାପୁରୁଷ ମାନଙ୍କର ଅନେକ ଶହ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ଏହାକୁ ଅନେକ ମାନିବାକୁ ରାଜି ନଥିଲେ ବି ଏହି ଘଟଣା ସବୁ ସତ।ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି।

ମାଳିକା ରେ ଏମିତି ଅନେକ ଜିନିଷ ବର୍ଣ୍ଣିତ ରହିଛି ଯାହା ଆମେ ଜାଣି ନାହୁଁ। ମହାପୁରୁଷ ଅଚ୍ୟୁତାନନ୍ଦ ଯାହାଙ୍କୁ ମାଳିକା ପୁରୁଷ ଯୁଗ ଜନ୍ମା ପୁରୁଷ ବୋଲି କୁହା ଯାଇଥାଏ ସେ ୧ ଲକ୍ଷ ୮୫ ହଜାର ରୁ ଉର୍ଦ୍ଧ୍ବ ଗ୍ରନ୍ଥ ଲେଖି ଯାଇଛନ୍ତି। ଏଥିରେ ଅନେକ ମାଳିକା ଭକ୍ତ ଏବଂ ସ୍ଥାନ ମାନଙ୍କ ବିଷୟରେ ବର୍ଣ୍ଣନା ରହିଛି।ତେବେ ଗୋଟି ଗୋଟି କରି ଲୁଚି ରହିଥିବା ସମସ୍ତ ମାଳିକା ବର୍ଣ୍ଣିତ ସ୍ଥାନକୁ ଲୋକ ଲୋଚନକୁ ଆଣିବା ପାଇଁ ସତ୍ୟଭଂଜ ୟୁ ଟ୍ୟୁବ୍ ଚ୍ୟାନେଲ ତାର ପ୍ରୟାସ ଜାରି ରଖିଛି। ଆଉ ସେହି ଅନ୍ୱେଷଣରେ ଆଜି ଆମେ କଥା ହେବା କେନ୍ଦ୍ରାପଡ଼ା ଜିଲ୍ଲାର ତୁଳସୀ ବଜାର ଅନ୍ତର୍ଗତ ନୂଆ ବସଷ୍ଟାଣ୍ଡ ପାଖରେ ଥିବା ଏକ ମାଳିକା ବର୍ଣ୍ଣିତ ଆଶ୍ରମ ବିଷୟରେ।

ଏଠାରେ ରହିଛନ୍ତି ମାଳିକା ଭକ୍ତ ନିର ବାବା ଯିଏକି ଜଣେ ବିଶିଷ୍ଟ ମାଳିକା ପ୍ରବଚକ ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାରକ। ଯାହାଙ୍କ ନାମ ମହାପୁରୁଷ ଙ୍କ ମାଳିକା ଗ୍ରନ୍ଥ ରେ ବର୍ଣ୍ଣିତ ରହିଛି।ତେବେ ଏହି ଆଶ୍ରମରେ ବାବା କରିଥିବା ନୀଳା ଖେଳା ବିଷୟରେ କହିଛନ୍ତି। ଯାହାକୁ ଶୁଣିଲେ ଆପଣ ମଧ୍ୟ ଅବାକ୍ ହୋଇଯିବେ।ସେ କହୁଛନ୍ତି କିପରି ଭାବରେ ସେ ନେମାଳ ଯାଇଥିଲେ ଏବଂ ସେଠାରୁ ପ୍ରଭୁ ଙ୍କ ମାଳ ଦେଖି ଖୁସିରେ ବିଭୋର ହୋଇ ପଡ଼ିଥିଲେ ଏବଂ ଏହାକୁ ଆଣି ଗାଦି କରିବାକୁ ଇଛା କରିଥିଲେ। ଭକ୍ତଙ୍କ ମନକଥା ପ୍ରଭୁ ଜାଣି ପାରି ଅନ୍ୟ ଜଣଙ୍କ ମାଧ୍ୟମରେ ଏହି ମାଳ ତାଙ୍କୁ ଦେଇଥିଲେ।

ଏହାପରେ ସେ ଏହି ମାଳ କୁ ଆଣି ଖୁସିର ସହିତ ଆଶ୍ରମ କରିବା ସ୍ଥାନରେ ରଖି ତା ଉପରେ ଶୁଳା ଲଦି ଦେଲେ। ପରଦିନ ସକାଳେ ଦେଖିଲେ ତା ଉପରେ ଶୋଇଛି ଏକ ବଡ଼ ମୋଟା ସର୍ପ। ଯାହାକୁ ଦେଖି ସେ ଏହାର ଅଲୌକିକତା ବିଷୟରେ ଜାଣି ପାରିଲେ। କିଛି ସମୟ ପରେ ଆସି ଦେଖନ୍ତି ତ ସେହି ସାପ ସେଠି ନାହିଁ। ଏମିତି ଅନେକ ଥର ସେ ପ୍ରଭୁଙ୍କୁ ଅନନ୍ତ ସର୍ପ ବେଶରେ ଦେଖିବାକୁ ପାଇଛନ୍ତି କିନ୍ତୁ ସର୍ପ ତାଙ୍କର କିଛିବି କ୍ଷତି କରେ ନାହିଁ।ଏହି ଭିଡିଓ ରେ ଆପଣ ଜାଣି ପାରିବେ କିପରି ଭାବରେ ଦିବ୍ୟ ଅନୁଭୂତି କୁ ବଖାନିଛନ୍ତି ନିର ବାବା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।