ମାଳିକା ଦେଲା ବଡ ଭବିଷ୍ୟବାଣୀ ! ଚୁରମାର ହେଲା ଶ୍ରୀମନ୍ଦିର ଚୁଲି… ପୁଣି ଘଟିବାକୁ ଯାଉଛି ଏହି ବଡ ଅଘଟଣ… କଣ ସବୁ ଘଟିବ ଶୀଘ୍ର ଦେଖନ୍ତୁ

0

ବନ୍ଧୁଗଣ ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ମଧ୍ୟ ଆମେ ଜାଣିବା ଅବଗତ ହେବା। ତେବେ ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଛି।ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ। ସେହିପରି ଏକ ବିଶେଷ, ମହତ୍ କଥା ବିଷୟରେ ଆମେ ଆଜି ଆଲୋଚନା କରିବା।

ଯାହାକୁ ଜାଣିବା ପାଇଁ ସମସ୍ତଂକ ମନରେ ଏକ ଭିନ୍ନ ଆଗ୍ରହ ରହିଚି। କାରଣ ଏହା ହେଉଛି ମହାପ୍ରଭୁ ଜଗନ୍ନାଥ ଙ୍କ ଶ୍ରୀମନ୍ଦିର ସହିତ ଘଟିଥିବା କିଛି ଅଶୁଭ ଘଟଣା। ଆପଣ ଜାଣିଛନ୍ତି କିପରି ଭାବରେ ଶ୍ରୀମନ୍ଦିର ଇତିହାସରେ ପ୍ରଥମଥର ପାଇଁ ଘଟିଛି ଏଭଳି ଘଟଣା, ଯାହାକି ରୋଷଶାଳାର ଚୁଲି ଭାଙ୍ଗି ଯାଇଛି। ଏହାକୁ ନେଇ ପ୍ରଶାସନ ପକ୍ଷରୁ ଜୋରଦାର ତଦନ୍ତ ଜାରି ରହିଛି। ତେବେ ଶ୍ରୀମନ୍ଦିର ରେ ଏପରି ନକରାତ୍ମକ ଘଟଣା ବୃଦ୍ଧି ପାଇବା କେଉଁ ଦିଗକୁ ସୂଚାଉଛି। କଣ ସବୁକିଛି ଶେଷ ହେବାକୁ ଯାଉଛି। ଏହା ଆଗରୁ ମଧ୍ୟ ଶ୍ରୀମନ୍ଦିର ଉପରେ ଚିଲ ଉଡ଼ିବା ଭଳି ଅଶୁଭ ଘଟଣାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ତେବେ ଏହାର କାରଣ କଣ? ଏହାକୁ ନେଇ ମାଳିକା ର ବିଚାର ଏବଂ ବର୍ଣ୍ଣନା କଣ ରହିଛି ଆସନ୍ତୁ ଜାଣିବା ଜଣେ ମାଳିକା ଭକ୍ତ ଙ୍କ ମୁହଁରୁ ଯାହାଙ୍କ ନାମ ହେଉଛି ଶ୍ରୀ ପ୍ରହ୍ଲାଦ ବାବା। ଏଭଳି ନାହିଁ ନଥିବା ଘଟଣା ସବୁ କାହିଁକି ଘଟୁଛି ତାକୁ ନେଇ ସେ ତାଙ୍କର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ମାଳିକା ରେ ଯେଉଁ ସବୁ କଥା ଲେଖା ହୋଇଛି, ଯେଉଁ ସବୁ ବର୍ଣ୍ଣନା ରହିଛି ସେହିସବୁ ଘଟଣା ଘଟି ଚାଲିଛି। ସମୟ ଏମିତି ଆସିବ, ବିପତ୍ତି ଏମିତି ଆସିବ ମଣିଷ ଏଥିରୁ ରକ୍ଷା ପାଇବା ପାଇଁ ଭଗବାନଙ୍କୁ ଏକମୁଖ ହୋଇ ଡାକିବେ। ତେବେ ଶ୍ରୀମନ୍ଦିର ରେ ଚୁଲି ଭାଙ୍ଗିବା ଘଟଣାକୁ ନେଇ ସେ କହୁଛନ୍ତି ଯେ ଏହା ଆଦୌ ଭଲ ସଙ୍କେତ ନୁହେଁ।

ଆଗକୁ ଆହୁରି ଅନେକ ଖରାପ୍ ସମୟ ଆସିବ। ବନ୍ୟା, ବାତ୍ୟା, ବ୍ୟାଧି, ଭୂମିକମ୍ପ ଆଦି ଭଳି ଭୟଙ୍କର ବିପତ୍ତି ର ସମ୍ମୁଖୀନ ହେବେ ଲୋକେ।୨୦୨୨ ମସିହାରେ ଏହିଭଳି କିଛି ବିପଦର ସମ୍ମୁଖୀନ ହେବାକୁ ପଡିବ। କାରଣ ଏହି ମସିହାରେ ତିନୋଟି ଅଙ୍କ ସମାନ। ଯେମିତି ୧୯୯୯ ମସିହାରେ ବଡ ବିପତ୍ତି ର ସାମ୍ନା କରିଥିଲେ ଲୋକେ। ତେଣୁ ଏବେ ସମୟ ଆସି ଯାଇଛି ନିଜକୁ ସୁଧାରିବା ପାଇଁ ଏବଂ ନିଜକୁ ସତ୍ ମାର୍ଗରେ ପରିଚାଳିତ କରିବା ପାଇଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।