ମାଳିକା ରୁ ମିଳିଲା ବଡ ପ୍ରମାଣ ! ତୃତୀୟ ବିଶ୍ଵଯୁଦ୍ଧ ପରେ ଭାରତରେ ଅ’ ଅକ୍ଷରରେ ଜଣେ ପ୍ରଧାନମନ୍ତ୍ରୀ ହେବେ, କିଏ ସେ ବ୍ୟକ୍ତି ଜାଣନ୍ତୁ

0

ବନ୍ଧୁଗଣ ଅନେକ ଥର ଭଳି ପୁଣିଥରେ ମାଳିକା ର ବିଶେଷ କଥା ଉପରେ ଗୁରୁତ୍ବ ଆରୋପ କରି ଜନସାଧାରଣ ଙ୍କ ସଚେତନତା ନିମନ୍ତେ ମାଳିକା ବର୍ଣ୍ଣିତ ତଥ୍ୟ କୁ ଆମେ ବର୍ଣ୍ଣନା କରିବା।ଦୀର୍ଘ ବର୍ଷ ତଳେ ମହାପୁରୁଷ ମାନେ ତାଳ ପତ୍ର ପୋଥିରେ ଯେଉଁ ସବୁ ଦିବ୍ୟ କଥାକୁ ଲେଖି ଯାଇଛନ୍ତି, ତାହାକୁ କିଏ ମାନୁ ବା ନମାନୁ ତାହା ସତ ହେବାକୁ ଯାଉଛି।ମାଳିକା ରେ ଯାହା ଲେଖାଥିଲା ତାହା ସତ ହେବାରେ ଲାଗିଛି।ତେଣୁ ଏହାକୁ ବିଶ୍ୱାସ କରିବାରେ କୌଣସି ଦ୍ୱିମତ ନାହିଁ।ତେବେ ସେହି ସବୁ ଭବିଷ୍ୟବାଣୀ ଯାହା ମହାପୁରୁଷ ମାନେ କଲମ କରି ଯାଇଛନ୍ତି ଯାହା ଆମେ ବର୍ତ୍ତମାନ ଭୋଗୁଚେ ଏବଂ ଆମ ଜୀବନରେ ଭବିଷ୍ୟତରେ ଘଟୁଛି ତାହା ଆମକୁ ବିଶ୍ୱାସ କରିବାକୁ ପଡ଼ିବ।

କାରଣ ସେଥିରୁ ଏମିତି ବହୁତ୍ କଥା ଆମେ ସ୍ପଷ୍ଟ ହୋଇ ପାରିବା ଯାହା ଆମକୁ ଜୀବନରେ ସତର୍କ କରାଇବ ଏବଂ ସଚେତନ ମଧ୍ୟ କରାଇବ।ମାଳିକା ବିଶାରଦ ମାନେ ମାଳିକା ର ଯେଉଁ କଥା କୁ କହିଥିଲେ ସେସବୁ ସତ ହୋଇଛି।ଏହାକୁ ଖୋଜି ବାହାର କରିବା ଏବଂ ଜନ ସାଧାରଣ ଙ୍କ ସମ୍ମୁଖକୁ ଆଣିବା ଓ ସତର୍କ କରିବା ପାଇଁ ସବୁବେଳେ ଚେଷ୍ଟା ଜାରି ରଖିଛନ୍ତି ମାଳିକା ବିଶାରଦ ମାନେ। ତେବେ ଆପଣ ପଞ୍ଚସଖା ଙ୍କ ବିଷୟରେ ତ ଜାଣିଛନ୍ତି। ଆଜି ଆମେ ଜାଣିବା ମହାପୁରୁଷ ଅଭିରାମ ପରମହଂସ ଙ୍କ କିଛି ଚେତନାଧର୍ମୀ କଥା। ତେବେ ଅଭିରାମ ପରମହଂସ ଙ୍କ ମାଳିକା ରେ ଏହା ବର୍ଣ୍ଣନା ଅଛି ଭାରତ ର ସ୍ଥିତି ଆଗାମୀ ସମୟ ରେ କେମିତି ରହିବ।

ଯାହା ବର୍ଣ୍ଣିତ ରହିଛି ସେହି ଅନୁସାରେ ଯେତେବେଳେ ତୃତୀୟ ବିଶ୍ଵଯୁଦ୍ଧ ହେବ, ଯେତେବେଳେ ଅନେକ ଦେଶ ମିଶି ଭାରତ ସହ ଯୁଦ୍ଧ କରିବେ ତାପରେ ବି ଭାରତର କୌଣସି କ୍ଷତି ହେବ ନାହିଁ। ଭାରତ ହେଉଛି ତପସ୍ୱୀ ମାନଙ୍କର ଦେଶ। ତେବେ ଭାରତରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଅ’ ଅକ୍ଷରରେ ହେବ ବୋଲି ମଧ୍ୟ ଅଭିରାମ ପରମହଂସ କହିଛନ୍ତି।ଏହା ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି। ସମୟ ଆସିବ ପଶୁ ପକ୍ଷୀ ସମସ୍ତେ ନିର୍ଭୟ ରେ ଜୀବନ ଯାପନ କରିବେ କିନ୍ତୁ ମଣିଷ ଭୟଭୀତ ହୋଇ ବଞ୍ଚିବ। ପୃଥିବୀ ରେ ଯେତେବେଳେ ଅରାଜକ ବଢିବ। ପ୍ରଶାସକ ମାନେ ଯେତେବେଳେ ଦିଗହରା ହୋଇଯିବେ। ଯେମିତି ବର୍ତ୍ତମାନ କରନା ସମୟରେ ସବୁକିଛି ବନ୍ଦ ରହିଛି।

ଯେତେବେଳେ ଏଭଳି ସମସ୍ୟା ଅଧିକ ଘନୀଭୂତ ହେବ ସେତେବେଳେ ଜଣେ ଶାସକ ଆସିବେ ଯାହାଙ୍କ ନାମ ଅ ଅକ୍ଷରରୁ ଆରମ୍ଭ ହୋଇଥିବ। ଆଉ ଏହି ସମୟ ନିକଟତର ହୋଇ ଆସିଲାଣି ବୋଲି କୁହା ଯାଉଛି। ପରବର୍ତ୍ତୀ ନିର୍ବାଚନ ମାନଙ୍କରେ ଏହାର ପ୍ରମାଣ ଦେଖିବାକୁ ମିଳିବ। ତେବେ ଅନେକ ବିପତ୍ତି ରୁ ଧାର୍ମିକ ମାନେ ଉଦ୍ଧାର ପାଇବେ ଏବଂ ଯେଉଁମାନେ ଅଧର୍ମୀ ସେମାନେ ଧର୍ମ କରିବା ପଥରେ ନାହାଁନ୍ତି ସେମାନେ ଦୃଢ଼ ଶାସ୍ତି ପାଇବେ ବୋଲି ସେ କହିଛନ୍ତି। ତେଣୁ ଆପଣମାନେ ସଚେତନ ହୁଅନ୍ତୁ ଏଵଂ ସତର୍କ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।