ମାଳିକା ବଡ ଭବିଷ୍ୟବାଣୀ ! ଏହି ବାମ୍ଫିରୁ ବାହାରିବା ବାର ହାତ ଖଣ୍ଡା, ସେଦିନ ହେବ ଭୂମିକମ୍ପ…

0

ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।ମହାପୁରୁଷ ମାନଙ୍କର ୬୦୦ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ।ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଥିଲେ ମଧ୍ୟ ଏହାର ପ୍ରମାଣ ଆମେ ଏବେ ପାଉଛୁ।

ଏହି ପାପ, ଅନୀତି ଭରା ସଂସାରରେ ଆମେ କିପରି ଭାବରେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା, ନୀତିବାନ ହେବା, ଭୁଲ କାର୍ଯ୍ୟ କରିବାରୁ ନିବୃତ ରହିବା, ସଚେତନ ହୋଇ ପାରିବା ଏହା ମାଳିକା ର ଉଦ୍ଦେଶ୍ୟ। ମାଳିକା ରେ ଅନେକ ଜିନିଷ ଏବଂ ସ୍ଥାନ ମାନଙ୍କ ବିଷୟରେ ବର୍ଣ୍ଣିତ ରହିଛି ଏବଂ ଅନ୍ୟ ବିଷୟ ବସ୍ତୁ ଯାହା ସଂସ୍ପର୍ଶରେ ଆମେ ଏବେ ଆସୁଛୁ ସେହିଭଳି ଏକ ମାଳିକା ବର୍ଣ୍ଣିତ ପୀଠ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ।ତାହା ହେଉଛି ମାଳିକା ବର୍ଣ୍ଣିତ ତେରକଦମ୍ବ ପୀଠ। ଯେଉଁ ପୀଠ ଦେଇ ବୋହି ଯାଇଛି ଏକ ନଦୀ ଯାହାର ନାମ ହେଉଛି ଅଳକା ନଦୀ। ଯାହା ଜଗତସିଂହପୁର ର ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଅଢେଇକୁଲ ପଞ୍ଚାୟତର ବଡକୋରକର ଗାଆଁ।

ସେହି ଗ୍ରାମରେ ରହିଛି ଏହି ପୀଠଟି ଏବଂ ଏହି ପୀଠ ରେ କଣ ରହିଛି ମହିମା ସେ ବିଷୟରେ ଆମେ ଆଜି ଜାଣିବା। ଯେଉଁ ବିଷୟରେ ନିଜେ ଏହି ପୀଠର ସାଧକ ପଦନ ଦାସ୍ କହିଛନ୍ତି। ଏଠାରେ ପ୍ରଭୁ ବଳରାମ ସମାଧିସ୍ଥ ହୋଇଥିଲେ। ଏହାଛଡା ଏହି ଠାରୁ ପୁରୀ କଳ୍ପବଟ ପର୍ଯ୍ୟନ୍ତ ଲିଙ୍କ ରହିଛି।ଏଠାରେ ପ୍ରଭୁ ଶ୍ରୀକୃଷ୍ଣ ଲୀଳା କରିଥିବାର ପ୍ରମାଣ ରହିଛି। ଏଠାରେ ଅନେକ ମହାତ୍ମ୍ୟ ରହିଛି। ତେବେ ଏଠାକାର ସାଧକଙ୍କ କହିବା ଅନୁସାରେ ଏଠାରେ ଯେଉଁ ବାମ୍ଫି ରହିଛି ସେହି ବାମ୍ଫିରୁ ବାହାରିବ ୧୨ ହାତ ଖଣ୍ଡା ଏବଂ ସେହି ଦିନ ୩ ଟି ଗାଆଁ ଦୁଲୁକିବ। ଭୂମିକମ୍ପ ର ତୀବ୍ରତା ସେହି ଅଞ୍ଚଳରେ ସମସ୍ତଙ୍କୁ ଅନୁଭୂତ ହେବ।

ତେବେ ଏହି ତେର କଦମ୍ବ ପୀଠ ରୁ ଯାଇ ଭଗବାନ ରତ୍ନଯୋଡି ବା ରତ୍ନପୀଠ ରେ ଲୀଳା କରିବେ ବୋଲି ଯାହା ସାଧକଙ୍କ କହିବା କଥା।ଏହି ତେର କଦମ୍ବ ପୀଠ ରେ ଥିବା ବାମ୍ଫୀ ରୁ ରତ୍ନଯୋଡ଼ି କୁ ସିଧା ସଳଖ ସଂଯୋଗ ରହିଛି।ଏହା ଭିତରେ ରହିଛି ସୁଡ଼ଙ୍ଗ।ଏହା ଛଡ଼ା ଏହି ପୀଠରେ ଅନେକ ଥର ଏଠାରେ ରହୁଥିବା ସାଧକ ଦିବ୍ୟ ଅନୁଭବ ମଧ୍ୟ ପାଇଛନ୍ତି ବୋଲି ବର୍ଣ୍ଣନା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।