ମାଳିକାର ଭବିଷ୍ୟତବାଣୀ ! ବରଗଡ ଗନ୍ଧମାର୍ଦ୍ଧନ ପର୍ବତରେ ଗୁପ୍ତରେ ଅଛନ୍ତି ହନୁମାନ ! ମନରେ ଭକ୍ତିଥିଲେ ” ଜୟ ହନୁମାନ ” ଲେଖନ୍ତୁ

0

ଏହି ପୃଥୀବିରେ ଆଜି ଯାହା ବି ହେଉଛି ତାହାକୁ ମହାପୁରୁଷ ମାନେ ଶହ ଶହ ବର୍ଷ ପୂର୍ବରୁ ମାଳିକାରେ ଲେଖି ଯାଇଛନ୍ତି। ସେହିପରି ଜଣେ ମହାପୁରୁଷ ଯିଏ ଓଡ଼ିଶାର ଗୌରବ ସେ ହେଉଛନ୍ତି ଅଚ୍ୟୁତାନନ୍ଦ ମହାପୁରୁଷ। ତାଙ୍କର ଶ୍ରେଷ୍ଠ ଭବିଷ୍ୟତ ମାଳିକା ହେଉଛି ‘ଆଗତ ଭବିଷ୍ୟତ ମାଳିକା’। ସେ ପୃଥୀବିରେ ଭବିଷ୍ୟତ ରେ କେବେ ବନ୍ୟା, ବାତ୍ୟା, ମରୁଡ଼ି, ମହାମାରୀ ଆସିବ ତାହା ଲେଖି ଥିଲେ ତା ସହ ଆଜିର ସମାଜର ରୀତିନୀତି, ଚାଲି ଚଳନ, ପୋଲିସ, ସରକାର,ପ୍ରଶାସନ, ରାଜନୀତି ବିଷୟ ରେ ଏବଂ ସାମ୍ବାଦିକ, ପଞ୍ଚଭୂତ, ସାଧୁ ସନ୍ଥ, ସନ୍ନ୍ୟାସୀ, ବାବାଜୀ ମାନଙ୍କ ବିଷୟରେ ଶହ ଶହ ବର୍ଷ ତଳେ ଭବିଷ୍ୟ ବାଣୀ କରି ଥିଲେ।

ମାଳିକା କୁ ଅନେକ ଗବେଷଣା କରନ୍ତି ନାହିଁ।ଏହାର ସତ୍ୟା ସତ୍ୟ ଏବଂ ଗୁରୁତ୍ଵ କୁ ଅନେକ ଉପଲବ୍ଧି କରିବାକୁ ଚାହାନ୍ତି ନାହିଁ। କିନ୍ତୁ ମାଳିକା ସବୁ ସତ୍ୟ ଘଟଣା ଉପରେ ଏକ ଭବିଷ୍ୟବାଣୀ ସ୍ୱରୂପ କରିଥାଏ।ଏହା ସମସ୍ତଙ୍କୁ ଚେତେଇବା ପାଇଁ ଉଦ୍ଦିଷ୍ଟ। ସମସ୍ତଙ୍କୁ ସଚେତନ କରିବା ସହିତ ଏହା ଲୋକଙ୍କୁ ଏକ ଉଚିତ୍ ମାର୍ଗ ବା ଦିସା ଦେଖାଇ ଥାଏ।

ମହାପୁରୁଷ ଅଚ୍ୟୁତାନନ୍ଦ,ଅରକ୍ଷିତ ଦାସ ଓ ପଞ୍ଚସଖା ମାନେ ଓଡ଼ିଶା ର ବିଭିନ୍ନ ଜିଲ୍ଲା ମାନଙ୍କ ବିଷୟରେ ମଧ୍ୟ ଅନେକ କଥା ଲେଖିଛନ୍ତି।ତେବେ ଆଜି ଆମେ ସେହି କିଛି ପଦ ବିଷୟ ରେ ଜାଣିବା ଯାହାକୁ ମହାପୁରୁଷ ଓଡ଼ିଶାର ବାଲେଶ୍ଵର ବିଷୟରେ ୬୦୦ ବର୍ଷ ପୂର୍ବେ ମାଳିକା ଭାବେ ଲେଖି ଦେଇ ଯାଇ ଥିଲେ।ଏହାକୁ ସେ ତାଙ୍କ “ଓଡ଼ିଶା ସ୍ଥାନ ତତ୍ତ୍ୱ ନିରୂପଣ” ମାଳିକାରେ ଲେଖିଛନ୍ତି।ମହାପୁରୁଷ ବରଗଡ଼ ଜିଲ୍ଲା ର କିଛି ରୋଚକ ତଥ୍ୟ ବିଷୟ ରେ ଲେଖିଛନ୍ତି ;

ବରଗଡ଼ ଜିଲ୍ଲାରେ ଭଗବାନ ଙ୍କ ର ଲୀଳା ର ପୁନରାବୃତ୍ତି ଘଟିବ ବୋଲି ମାଳିକା ରେ ଲିଖିତ ଅଟେ । ଦ୍ଵାପର ଯୁଗରେ ଭଗବାନ ଙ୍କ ର ଯେଉଁ ସବୁ ଲୀଳା ମାନ ହୋଇଥିଲା ବୋଲି ଆମେ ଜାଣିଛୁ ସେହି ସବୁ ଲୀଳା ର ପୁନାର୍ବୃତି ଘଟିବ ଏହି ବରଗଡ଼ ଜିଲ୍ଲା ମାଟିରେ । ଏହା ସହିତ ଦେବ ଦେବ ମହାଦେବ କେଦାରନାଥ ରୂପ ରେ ଏଠାରେ ଆବିର୍ଭାବ ହେବେ ଓ ଭକ୍ତ ମାନଙ୍କୁ ଆଶୀର୍ବାଦ କରିବେ ବୋଲି ମଧ୍ୟ ଲେଖା ଯାଇଛି ।

ତେବେ ଓଡ଼ିଶା ର ଏହି ବରଗଡ଼ ଜିଲ୍ଲାର ମାଟି ହେଉଛି ପବିତ୍ର ଦେବ ମାଟି ଆଉ ଏହି ମାଟି ରେ ଭଗବାନ ନୃଷିଂହ ମହାପ୍ରଭୁ ମଧ୍ୟ ଅବତାର ଗ୍ରହଣ କରିଥିଲେ । ଏହି ଦେବ ମାଟି ରେ ହିଁ କଳିଯୁଗ ର ଅନ୍ତ ଭଗବାନ ଜନ୍ମ ଗ୍ରହଣ କରିବେ । ଅଷ୍ଟ ଶମ୍ଭୁ ନାମ ରେ ଭଗବାନ ଶିବ ଅବତାର ଗ୍ରହଣ କରି ନିଜର ଲୀଳା ଆରମ୍ଭ କରିବେ । ଏହି ବରଗଡ଼ ଦେବ ଭୂମି ରେ ହନୁମାନ ଗୁପ୍ତ ଅବସ୍ଥା ରେ ରହି ଅଛନ୍ତି । କଳିଯୁଗ ଶେଷରେ ସେ ଅବତାର ନେବେ ଓ ନିଜର ଲୀଳା ସମାପନ କରିବେ ।

ବୈଷ୍ଣେବି ଦେବୀ , ଶ୍ୟାମ କାଳୀ ଦେବୀ ମଧ୍ୟ ଏହି ପବିତ୍ର ଭୂମିରେ ଅବତାର ଧାରଣ କରିବେ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।