jItu Das Amrutabani -ଆଜି 1 ,12, 2022 ମାର୍ଗଶିର ମାସର ତୃତୀୟ ମାଣବସା ଗୁରୁବାର କାହାକୁ କିଛି ନକହି ମାନନ୍ତୁ ଏହି ୫ଟି ନିୟମ ମା ଲକ୍ଷ୍ମୀ ନିଜେ କରିବେ ମାଲାମାଲ…..

ହିନ୍ଦୁ ଧର୍ମ ଅନୁଯାୟୀ ମାର୍ଗଶିର ମାସର ମହତ୍ତ୍ଵ ଖୁବ୍ ଅଧିକ ରହିଛି।ଏହି ମାସରେ ପ୍ରତି ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ପୂଜା ବା ମାଣବସା ଯାଇଥାଏ। ଓଡ଼ିଶାର ଘରେ ଘରେ ମହିଳା ମାନେ ଏହି ଓଷା କରିଥାନ୍ତି। ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ମାସ ମଧ୍ୟରେ ମାର୍ଗଶିର ସବୁଠାରୁ ଶ୍ରେଷ୍ଠ ଆଉ ଏହି ମାସଟି ମହାଲକ୍ଷ୍ମୀଙ୍କୁ ସମର୍ପିତ ଅଟେଏକଥା ମଧ୍ୟ ଶାସ୍ତ୍ରରେ କୁହା ଯାଇଛି କି ଗୁରୁବାର ଦିନ ମା ଲକ୍ଷ୍ମୀଙ୍କୁ ଆରାଧନା କଲେ ଘରକୁ ଅନେକ ଖୁସି ଆସିଥାଏ ଏବଂ ଧନ ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇଥାଏ। ତେବେ ମାଣବସା ଗୁରୁବାର ଦିନ ପାଳନ କରନ୍ତୁ ଏହି କାର୍ଯ୍ୟ ଘରକୁ ଧନର ଆଗମନ ହେବ।

୧.ମା ଲକ୍ଷ୍ମୀ ସ୍ୱଚ୍ଛତାର ପ୍ରତୀକ ଅଟନ୍ତି। ସେ ସର୍ବଦା ପରିଷ୍କାର ପରିଚ୍ଛନ୍ନ ସ୍ଥାନରେ ବାସ କରିଥାନ୍ତି ତେଣୁ ମାର୍ଗଶିର ମାସର ପ୍ରଥମ ଗୁରୁବାର ପାଳିର ପୂର୍ବ ରାତ୍ରିରେ ଘରଦ୍ୱାର ଲିପା ପୋଛା କରି ଭଲ ଭାବରେ ପରିଷ୍କାର କରି ଅରୁଆ ଚାଉଳକୁ ବାଟି ଚିତା ପକାନ୍ତୁ।

୨.ମାଣ ଯାହା ହେଉଛି ମା ଲକ୍ଷ୍ମୀଙ୍କ ପ୍ରତୀକ ତେଣୁ ଗୁରୁବାର ପୂର୍ବ ରାତ୍ରି ରେ ଗୋଟିଏ ମାଣ ଆଣି ଏବଂ ଖଟୁଳିକୁ ଆଣି ଏହାକୁ ଭଲ ଭାବରେ ଧୋଇ ସେଥିରେ ମାଟି ଲିପି ଚିତା ଲେଖନ୍ତୁ।

୩. ଗୁରୁବାର ଦିନ ପ୍ରାତଃ କାଳରେ ଉଠି ସ୍ନାନ ସାରିବା ପରେ ମାଣ ବସାଇବା ସ୍ଥାନରେ କୋଠୀ ଲେଖି ତା ଉପରେ ପିଢ଼ା ପାରି ଆସନଟିଏ ରଖନ୍ତୁ। ଆଉ ସେଥିରେ ପୂର୍ବ ରାତ୍ରିରୁ ଚିତା କାଟି ରଖା ଯାଇଥିବା ନୂଆ ମାଣଟିଏ ରଖନ୍ତୁ ଏବଂ ସେଥିରେ ଦେଉଳ ଆକାର କରି ଧାନ ରଖନ୍ତୁ। ଏହାପରେ ନୂଆ ଲୁଗା ବା ବସ୍ତ୍ରକୁ ନାରୀ ମାନଙ୍କୁ ଯେମିତି ସଜ୍ଜିତ କରା ଯାଉଥାଏ ସେହିପରି ନୂଆ ଓଢଣୀଟି ଦେଇ ମା ଲକ୍ଷ୍ମୀଙ୍କୁ ସଜେଇ ଦିଅନ୍ତୁ।

୪. ମା ଲକ୍ଷ୍ମୀଙ୍କ ପିତ୍ତଳ ମୂର୍ତ୍ତି ବା ଫୋଟ ଚିତ୍ରକୁ ଭଲ କରି ସଜେଇ ଦିଅନ୍ତୁ ଏବଂ ତା ପାଖରେ ସେହି ମାଣ ଉପରେ ଏକ ନୂଆ ଓଢଣୀଟି ଦେଇ ସେହି ଧାନ ମାଣକୁ ନବବଧୂ ପରି ସଜେଇ ଦିଅନ୍ତୁ। ଏହାପରେ ଏହାପରେ ଚନ୍ଦନ ସିନ୍ଦୂର ଫୁଲ ଧୂପ ଦୀପ ଇତ୍ୟାଦି ପଞ୍ଚଉପଚାରରେ ଗନ୍ଧପୁଷ୍ପ ଧୂପ ଦୀପ ଏବଂ ନୈବେଦ୍ୟ ଦେଇ ମା ଲକ୍ଷ୍ମୀଙ୍କୁ ପୂଜା କରା ଯାଇଥାଏ।

୫.ପ୍ରାତଃ କାଳରେ ଉଠି ଗୋବର ପାଣିରେ ଘରର ଆଖପାଖରେ ସିଞ୍ଚନ କରି ଗୋବରରେ ଘର ଲିପା ପୋଛା କରନ୍ତୁ। ତେବେ ସହରା ଅଞ୍ଚଳରେ ଯଦି ଗୋବର ପାଉ ନାହାଁନ୍ତି ତେବେ ଗଙ୍ଗାପାଣି ଘରର ଏବଂ ଘରର ଆଖପାଖରେ ସିଞ୍ଚନ କରି ପବିତ୍ର କରନ୍ତୁ। ଆଉ ଗୋବରରେ ଘର ଲିପା ପୋଛା ନୂଆ ଅରୁଆ ଚାଉଳକୁ ବାଟି ମା ଲକ୍ଷ୍ମୀଙ୍କ ପାଦପଦ୍ମ ଆଙ୍କି ଚିତା ବା ଝୋଟି ପକାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment