କୁହାଯାଇଥାଏ କି ମା’ ଲକ୍ଷ୍ମୀ ହେଉଛନ୍ତି ଧନ,ଐଶ୍ଚର୍ଯ୍ୟ, ସୌଭାଗ୍ୟ,ସୁଖ ସମୃଦ୍ଧିର ଦେବୀ।ସମସ୍ତ ପ୍ରକରର ଶ୍ରୀ ବୈଭବ ଐଶ୍ଚର୍ଯ୍ୟ ଆନନ୍ଦ ଏବଂ ସୁଖ ଶାନ୍ତି ମା ଲକ୍ଷ୍ମୀ ପ୍ରଦାନ କରିଥାନ୍ତି। ଯେଉଁ ବ୍ୟକ୍ତି ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ରହିଥାଏ ସେହି ବବ୍ୟକ୍ତି ଜୀବନରେ କେବେବି ଦୁଃଖ କଷ୍ଟ ଆସେ ନାହିଁ। ତେବେ ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ କରନ୍ତୁ ଏହି କାମ ଘରେ କେବେବି ଧନର ଅଭାବ ହେବ ନାହିଁ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ଉପାୟ।
୧. ଗୋଟିଏ ହାତ ଉଠାଇ କେବେ ଭଗବାନ କିମ୍ବା ମଣିଷକୁ ନମସ୍କାର କରିବା ଉଚିତ୍ ମାନା ଯାଇ ନଥାଏ। ତେଣୁ ସବୁବେଳେ ହାତ ଯୋଡ଼ି ନମସ୍କାର କରନ୍ତୁ ଆଉ ଯଦି ଆପଣ ଗାଡ଼ି ଚଳାଉଛନ୍ତି କି ହାତ ଯୋଡ଼ିବା ପାଇଁ ଅସମର୍ଥ ଅଛନ୍ତି ତେବେ ମୁଣ୍ଡକୁ ତଳକୁ ନଇଁ ଦିଅନ୍ତୁ।
୨. ନାରୀ ମାନେ ସ୍ନାନ କରିବା ପରେ ନିଜର ଆଙ୍ଗୁଳିରେ ସିନ୍ଦୂର ପିନ୍ଧନ୍ତୁ ନାହିଁ । କେବଳ ରୂପା କଣ୍ଟା କିମ୍ବା ଝିଙ୍କ କାଠିରେ ସିନ୍ଦୂର ପିନ୍ଧନ୍ତୁ। ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କ ପାଇଁ ଏହା ମଙ୍ଗଳ ଅଟେ।
୩. ପିତୃପୁରୁଷ ମାନଙ୍କ ଫୋଟ ଦକ୍ଷିଣ ବା ପଶ୍ଚିମ ଦିଗରେ କାନ୍ଥରେ ନ ଲାଗଇ ଉତ୍ତର ଦିଗ କାନ୍ଥରେ ଲଗାନ୍ତୁ। ଉତ୍ତର ଦିଗ କାନ୍ଥରେ ଲଗାଇଲେ ତାଙ୍କ ମୁଁହ ଟି ଦକ୍ଷିଣ ଦିଗକୁ ରହିବ। ଏଥିରେ ଗୃହର ସର୍ବବିଧ ମଙ୍ଗଳ ହୋଇଥାଏ।
୪. ଘରର ଦକ୍ଷିଣ କାନ୍ଥରେ କେବେ ବି ଘଣ୍ଟା ରଖନ୍ତୁ ନାହିଁ। ଅଚଳ ଘଣ୍ଟା ଘରେ ରଖନ୍ତୁ ନାହିଁ। ଏବଂ ଘଣ୍ଟାଏ ସମୟ ସର୍ବଦା ଆଗକୁ ରଖନ୍ତୁ।
୫.ଘରର ଗଡରେଜ୍ ର ମୁଁହ କଦାପି ଦକ୍ଷିଣ ଦିଗକୁ କରି ରଖନ୍ତୁ ନାହିଁଯଦି ଏପରି ହୁଏ ଘରେ କାହାର ନା କାହାର ଦେହ ସର୍ବଦା ଅସୁସ୍ଥ ହୋଇ ରହିଥାଏ।
୬. ଗୃହରେ ଥିବା ଝାଡୁରେ କେବେ ବି ଗୋଡ଼ ଲଗାଇବେ ନାହିଁ। ଆଉ ଯଦି ଘରକୁ ଝାଡୁ କିଣି ଆଣୁଛନ୍ତି ତେବେ ଶନିବାର ଦିନ କେବେବି କିଣନ୍ତୁ ନାହିଁ। ଘରର ପଶ୍ଚିମ ଦିଗରେ ଝାଡୁ ରଖିଲେ ଏହା ଶୁଭ ଫଳ ପ୍ରଦାନ କରିଥାଏ।
୭. ସୁନାକୁ କେବେ ବି ବାମ ହାତରେ ପିନ୍ଧିବେ ନାହିଁ। ଏବଂ ସୁନା କୁ ଲାଲ୍ ଓ ହଳଦିଆ କପଡାରେ ଗୋଡ଼ାଇ ରଖନ୍ତୁ ଏହା ଶୁଭଫଳ ପ୍ରଦାନ କରିଥାଏ।
୮. ଅଶ୍ଵସ୍ତ ଗଛ ମୂଳରେ ଗୁରୁବାର ଦିନ ଜଳ ଅର୍ପଣ କରନ୍ତୁ। ଏବଂକଞ୍ଚା କ୍ଷୀରରେ ହଳଦୀ ମିଶାଇ ଅଶ୍ଵସ୍ତ ଗଛ ମୂଳରେ ଢାଳନ୍ତୁ। ଏବଂ ବୃକ୍ଷର ଚାରି ପାଖରେ ବୁଲନ୍ତୁ। ଏହା ଦ୍ବାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ।
୯. ଅନ୍ଧାରିଆ ସ୍ଥାନରେ କେବେବି ଏକୁଟିଆ ବସନ୍ତୁ ନାହିଁ କି ଭୋଜନ କରନ୍ତୁ ନାହିଁ।
୧୦. କେବେବି ପଥର, କାଠର ପିଢ଼ା ଓ ତଳେ ବସି ଠାକୁର୍ ପୂଜା କରନ୍ତୁ ନାହିଁ କି ପଥର ଏହା ଦ୍ବାରା ଘରକୁ ଦୁର୍ଭାଗ୍ୟ ମାଡ଼ି ଆସିଥାଏ। ତେଣୁ ସର୍ବଦା କୁଶ ଓ କନାଏ କପଡ଼ା ଉପରେ ବସି ପୂଜା କରନ୍ତୁ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।