ତେବେ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଆମେ ମାତା ଲକ୍ଷ୍ମୀ କୁ କେତେ ମାନିଥାଉ | ଆଉ ତାହା ସହିତ ମା ଙ୍କର ପୂଜା ଆଉ ଆରାଧନା କୁ କେଉଁଭଳି ଭାବରେ କରିଥାଉ | ମା ଙ୍କର ଆଶୀର୍ବାଦ ଟିକିଏ ପାଇବା ପାଇଁ ଓ ସେହି ଅନ୍ନଦାତ୍ରୀ ମାତା ଲକ୍ଷ୍ମୀ ଙ୍କର କୃପା ପାଇବା ପାଇଁ ମହିଳା ମାନେ ବିଭିନ୍ନ ପ୍ରକାରର ମନ୍ତ୍ର ମଧ୍ୟ ଉଚ୍ଚାରଣ କରିଥାନ୍ତି ମାତା ଲକ୍ଷ୍ମୀ ଙ୍କର | ଆଉ ଭକ୍ତି ର ସହିତ ମା ଲକ୍ଷ୍ମୀ ଙ୍କର ଆରାଧନା କରିଥାନ୍ତି | ତେବେ ମାର୍ଗଶିର ମାସ ଗୁରୁବାର ରେ କେଉଁ ସବୁ କାର୍ଯ୍ୟ କରିବା ଆମ ଘର ପାଇଁ ଶୁଭ ହୋଇଥିବା ବେଳେ କେଉଁ ସବୁ କାର୍ଯ୍ୟ ଅଶୁଭ ହୋଇଥାଏ ଅଶନ୍ତୁ ଜାଣିବା |
ତେବେ ଆମେ ଜାଣିଛୁ କି ମାର୍ଗଶିର ମାସ ଗୁରୁବାର ହେଉଛି ଲକ୍ଷ୍ମୀ ଙ୍କର ବାର | ଆଉ ସେହି ଗୁରୁବାର ଦିନ ଯଦି ଆମେ ଭକ୍ତି ର ସହିତ ମା ଙ୍କର ପୂଜା ପାଠ ଆଉ ଆରାଧନା କରିବା ତାହେଲେ ମା ନିଶ୍ଚୟ ଆମର ଡାକ ଶୁଣିବେ| ଆଉ ତାହା ସହିତ ଆମର ଘରେ ଧନ ଜନିତ ଶଙ୍କଟ ସବୁଦିନ ପାଇଁ ଦୁରେଇ ଯିବ | ଆଉ ମାତା ଲକ୍ଷ୍ମୀ ଙ୍କର କୃପା ଦୃଷ୍ଟି ସବୁବେଳେ ଆମ ଉପରେ ପଡିବ ବୋଲି କୁହାଯାଉଛି | ତେବେ ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ହେଲେ ଆମକୁ କେତେକ କାର୍ଯ୍ୟ କରିବା ପାଇଁ ପଡିବ ଅଶନ୍ତୁ ସେ ବିଷୟରେ ଜାଣିବା |
ଗୁରୁବାର ଦିନ ଧନ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ କଣ କରିବେ :-
1- ଗୁରୁବାର ଦିନ ଲକ୍ଷ୍ମୀ ନାରାୟଣଙ୍କ ପୂଜା କରିବା ଶୁଭ ବୋଲି ଆମେ ମାନିଥାଉ | ଏଭଳି କରିଲେ ଧନ ଶଙ୍କଟ ଦୂର ହୁଏ |2- ଗୁରୁବାର ଦିନ ବ୍ରହ୍ମମୁହୂର୍ତ୍ତ ହୋଇଥିବାରୁ ଶୁଭ ବୋଲି ମାନିଥାନ୍ତି ଲୋକ ମାନେ |ତେବେ ଗୁରୁବାର ଦିନ ବ୍ରହ୍ମମୁହୂର୍ତ୍ତ ରେ ଉଠି ପାଣିରେ ଗଙ୍ଗା ଜଳ ମିଶାଇ ଗାଧୋଇବା ଏବଂ ସେହି ସମୟରେ ଓମ୍ ବୃହସ୍ପତି ନମ୍ଃ ଜପ କରିବା ଶୁଭ ହୋଇଥାଏ |3-ଗୁରୁବାର ଦିନ ହଳଦିଆ ବସ୍ତ୍ର ପିନ୍ଧି ମା ଙ୍କୁ ପୂଜା କରିବା ସହିତ ହଳଦିଆ ଫୁଲ ଫଳ ଅର୍ପଣ କରନ୍ତୁ 4- ତେବେ ଗୁରୁବାର ଦିନ ହଳଦୀ ପାଣିରେ ସ୍ନାନ କରିବା ସହିତ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରିବା ଶୁଭ ହୋଇଥାଏ |5-ଗୁରୁବାର ଦିନ ଉପବାସ କରିବା ସହିତ ଦରିଦ୍ର କୁ ସାହାଯ୍ୟ କରିବା ଆବଶ୍ୟକ ହୋଇଥାଏ |
ଗୁରୁବାର ଦିନ କଣ କରିବା ଅନୁଚିତ ହୋଇଥାଏ :-
1-ମାର୍ଗଶିର ମାସ ଗୁରୁବାର ଦିନ ପୁରୁଷ ହୁଅନ୍ତୁ ବା ମହିଳା ମୁଣ୍ଡ ଧୋଇବେ ନାହିଁ | ତାହା ସହିତ ନଖ ମଧ୍ୟ କାଟିବା ଅନୁଚିତ ହୋଇଥାଏ ଆଉ ଯାହା ଯୋଗୁ ଧନ ହାନି ହୁଏ |2-ଗୁରୁବାର ଦିନ କାହା ଠାରୁ ଉଦ୍ଧାର ନିଅନ୍ତୁ ନାହିଁ କି ଦିଅନ୍ତୁ ନାହିଁ |3- ଗୁରୁବାର ଦିନ ଘର ଦ୍ୱାର ଲିପା ପୋଛା କରନ୍ତୁ ନାହିଁ |ତେବେ ଏହା ଥିଲା ମାର୍ଗଶିର ମାସ ଗୁରୁବାର ରେ କଣ କରିବା ଉଚିତ ଆଉ କଣ କରିବା ଅନୁଚିତ ତାହା ବିଷୟରେ କିଛି ତଥ୍ୟ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।