ଶେଷରେ ହେଲା ମହା ଖୁଲାସା ! ‘ମନୀଷ ଥିଲେ ସାଉଥ୍ ସିଟିର ରେଗୁଲାର କଷ୍ଟମର…ଦେଖନ୍ତୁ ଭିଡ଼ିଓ

0

କେତେବେଳେ କାହା ସହ କଣ ଘଟିବ ତାହା କହିବା ସମ୍ଭଵ ନୁହଁ। ମୃତ୍ୟୁ ଏକ ଅନିଶ୍ଚିତ ଘଟଣା।ଏହି ଦୁଃଖ କୁ କେହି ଭୁଲି ପାରିବା ସମ୍ଭବ ନୁହେଁ। କେତେବେଳେ କାହା ସହ କଣ ଘଟିବ ତାହା ନିୟତି ହାତରେ ଲେଖା। ଏବେ ସେହିପରି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁସାରେ ଭୁବନେଶ୍ବର ଉପକଣ୍ଠ ପାତ୍ରପଡ଼ା ଗାଁର ଏକ ପୋଖରୀରୁ ସନ୍ଦେହଜନକ ଅବସ୍ଥାରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗଙ୍କ ମୃତଦେହ ଗତ କାଲି ଉଦ୍ଧାର ହୋଇଥିଲା। ଯାହା ଜଣା ପଡିଥିଲା ମନୀଷ ଶନିବାର ରାତିରୁ ନିଖୋଜ ରହିଥିଲେ। ଆଉ ପରେ ରବିବାର ତାଙ୍କର ମୃତଦେହ ଉଦ୍ଧାର ହୋଇଛି।

ନିଜ ପୁଅର ମୃତ୍ୟୁ ନେଇ ନିଜେ ନବୀନ ଦାସ, ଯିଏକି ଦୈନିକ ଓଡ଼ିଆ ‘ନିର୍ଭୟ’ର ସମ୍ପାଦକ ଅଛନ୍ତି ସେ ସୋଶାଲ ମିଡିଆରେ ସୂଚନା ଦେଇଥିଲେ। ତେବେ ପୁଅର ନି‌ଖୋଜ ହେବା ନେଇ ରବିବାର ସକାଳେ ଇନଫୋସିଟି ଥାନାରେ ଏତଲା ଦେଇଥିଲେ ନବୀନ ଦାସ । ଶ୍ରୀଦାସଙ୍କ ଅଭିଯୋଗ ଏହା ରହିଥିଲା ଯେ, ଶନିବାର ରାତିରେ ତାଙ୍କ ପୁଅ ମନିଷ ଅନୁରାଗଙ୍କୁ ତାଙ୍କ ଚନ୍ଦ୍ରଶେଖରପୁରସ୍ଥିତ ବାସଭବନରୁ କିଛି ଯୁବକ ନେଇଆସି ମାରପିଟ କରିଥିଲେ। ତାଙ୍କୁ ମାରପିଟ୍ ହେଉଥିବା ନେଇ ମନିଷ ଫୋନ କରି ସୂଚନା ଦେଇଥିଲେ।ତେବେ ପରେ ପୁଅର ଏମିତି ମୃତ୍ୟୁ ଖବର ତାଙ୍କୁ ଦୋହଲାଇ ଦେଇଛି।

ବାପା ନବୀନ ଦାସ କହିଛନ୍ତି ଭୋଜି କରିବାକୁ ଡାକି ନେଇ ସାଙ୍ଗମାନେ ତାକୁ ମାରି ଦେଇଛନ୍ତି। ଭଗବାନ ଏପରି ସନ୍ତାନ ବିୟୋଗ ଦୁଃଖ ଆଉ କାହାକୁ ନ ଦିଅନ୍ତୁ ବୋଲି ନିର୍ଭୟ ଗୁମର କଥାରେ ଏକ ଭିଡିଓ ରିଲିଜ୍ କରି ସେ କହିଛନ୍ତି। ପୁଅ ନିର୍ଭୟ ଖବର କାଗଜର ପରିଚାଳନାରେ ସାହାଯ୍ୟ କରୁଥିଲେ। ତେବେ ଯାହା ଜଣା ପଡ଼ିଛି ମୃତ୍ୟୁ ପୂର୍ବରୁ ମନୀଷ ଇନଫୋସିଟି ଅଞ୍ଚଳରେ ଥିବା ହୋଟେଲ୍ ‘ସାଉଥ ସିଟି’କୁ ଯାଇଥିଲେ ଏବଂ ତଦନ୍ତ ବେଳେ ଏହା ଜଣା ପଡ଼ିବା ପରେ ଅଧିକ ତଦନ୍ତ ପାଇଁ ଏହି ହୋଟେଲକୁ ସିଲ୍ କରିଛି କମିଶନରେଟ୍ ପୋଲିସ। ଏଠାରେ ଯାଇ ପୋଲିସ୍ ତାର ତନାଘନା ଆରମ୍ଭ କରିଛି।

ମୃତ୍ୟୁ ପୂର୍ବରୁ ଉକ୍ତ ହୋଟେଲକୁ ଯାଇଥିବା ମନୀଷ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ସେଠାରେ ଥିବା କାରଣରୁ ପୋଲିସ୍ ସେଠାରେ ଯାଇ ତଦନ୍ତ କରିଥିବା ଜଣା ପଡ଼ିଛି। ଏହାଛଡ଼ା ମନୀଷ ସାଉଥ୍ ସିଟି ହୋଟେଲ ର ରେଗୁଲାର କଷ୍ଟୋମାର ଥିବା ଜଣା ପଡିଛି। ଶେଷ ଥର ପାଇଁ ସେ ଏଠାକୁ ଆସିଥିଲେ। ସେଠାରେ ଥିବା ଅନେକ ଲୋକ ଏ ବିଷୟରେ ମଧ୍ଯ ସୂଚନା ଦେଇଛନ୍ତି ଯେ ସେ ଏଠାକୁ ଅନେକ ଥର ଆସୁଥିଲେ ଏବଂ ସେହି ଦିନ ଶେଷ ଥର ପାଇଁ ଯେଉଁ ଆସିଥିଲେ,ସେଦିନ ରାତିରେ ସେ ଏହି ହୋଟେଲ୍ ରୁ ବାହାରି ଚାଲି ଚାଲି ଯାଉଥିବାର ମଧ୍ଯ ସେମାନେ ଦେଖିଛନ୍ତି। ପୋଲିସ୍ ସମସ୍ତ ଦିଗକୁ ଧ୍ୟାନ ଦେଇ ତାର ତଦନ୍ତ ପ୍ରକ୍ରିୟା ଆଗକୁ ନେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।