ମଣିଷ କାହିଁକି ଖରାପ କର୍ମ କରି ଭଲ ଫଳ ପାଇଥାଏ , ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

0

ଯେଉଁ ବ୍ୟକ୍ତିମାନେ ଧର୍ମୀ ହୋଇଥାନ୍ତି ସେମାନଙ୍କୁ ଅନେକ କଷଣ ସହିବାକୁ ପଡିଥାଏ କିନ୍ତୁ ଅଧର୍ମୀ ବ୍ୟକ୍ତିମାନେ ଜୀବନରେ ବହୁତ ଖୁସୀରେ ରହିଥାନ୍ତି । ଏହାର କାରଣ କଣ ଆପଣ ମାନେ ଜାଣିଛନ୍ତି ଏବଂ ଅନେକ ଲୋକମାନଙ୍କ ମନରେ ଗୋଟିଏ ପ୍ରଶ୍ନ ରହିଥାଏ କି କର୍ମ ବଡ ନା ଭାଗ୍ୟ ହୋଇଥାଏ । ଯେଉଁ ବ୍ୟକ୍ତିମାନେ ଭାଗ୍ୟ ଉପରେ ନିର୍ଭର କରିଥାନ୍ତି , ସେମାନେ ଭାବନ୍ତି କି ଆମ ମାନଙ୍କ ଭାଗ୍ୟରେ ଯାହା ରହିଛି ତାହା ଆମକୁ ଭୋଗିବାକୁ ପଡିଯାଏ

ଆଉ ଯେଉଁମାନେ କର୍ମବାଦୀ ସେମାନେ ନିଜର କର୍ମ ଉପରେ ହିଁ ନିର୍ଭର କରିଥାନ୍ତି । ଯେଉଁ ଲୋକ ଯେପରି କର୍ମ କରିଥାଏ ସେହି ଅନୁଯାୟୀ ଫଳ ପାଇଥାଏ । ଭାଗ୍ୟ ଏବଂ କର୍ମକୁ ନେଇ ଏକ ଛୋଟ କାହାଣୀଟି ଟିଏ ରହିଛି ଯାହା ମାଧ୍ୟମରେ ଆମେ ଜାଣି ପାରିବା କର୍ମ ବଡ ନା ଭାଗ୍ୟ ବଡ ବୋଲି ।

ଏକଦା ବିଷ୍ଣୁ ସ୍ୱର୍ଗ ଲୋକରେ ଶୟନ କରୁଥିଲେ ସେହି ସମୟରେ ନାରଦ ଆସି ବିଷ୍ଣୁଙ୍କୁ ଜଣାଇଲେ କି ପ୍ରଭୁ ଆପଣ କିଛି କରନ୍ତୁ କାରଣ ପୃଥୀବିରେ ପୂନ୍ୟର ଭାର କମିବାରେ ଲାଗିଛି । ବିଷ୍ଣୁ ପଚାରିଲେ କିପରି ନାରଦ କହିଲେ ମୁଁ ଏମିତି କିଛି ଦେଖିଲେ ଯାହା ମତେ ଆଶ୍ଚର୍ଯ୍ୟ କରାଉଛି । ନାରଦ କହିଲେ ପ୍ରଭୁ ପୃଥିବୀରେ ଏମିତି କିଛି ଲୋକ ରହିଛନ୍ତି ଯେଉଁମାନେ ଖରାପ କାମ କରି ମଧ୍ୟ ପୂନ୍ୟ ପାଉଛନ୍ତି ।

ଯେଉଁ ଲୋକମାନେ ପୂନ୍ୟ କାମ କରୁଛନ୍ତି ସେମାନେ ଖରାପ ହୋଇ ଯାଉଛନ୍ତି । ବିଷ୍ଣୁ ପୁଣି ପଚାରିଲେ ତୁମେ କଣ ଦେଖିଲ , ନାରଦ କହିଲେ କି ମୁଁ ରାସ୍ତାରେ ଆସୁଥିବା ସମୟରେ ଗୋଟିଏ ଚଢେଇକୁ ଗାତରେ ଫସି ରହିଥିବାର ଦେଖିଲି । କିନ୍ତୁ ସେହି ରାସ୍ତାରେ ଗୋଟିଏ ଲୋକ ଆସୁଥିଲା ଏବଂ ଚଢେଇଟିକୁ ଉଦ୍ଧାର କରିବା ପରିବର୍ତ୍ତେ ଚଢେଇ ପିଠି ଉପରେ ମାଡି ଚାଲି ଯାଇଥିଲେ । କିନ୍ତୁ ରାସ୍ତାରେ କିଛି ବାଟ ଯିବା ପରେ ସେ ଏକ ସ୍ୱର୍ଣ୍ଣର ଥଳି ପାଇଲେ ।

ଏହାପରେ ବିଷ୍ଣୁ ପୁଣି ପଚାରିଲେ ତାହାପରେ କଣ ହେଲା , ନାରଦ କହିଲେ କି ସେହି ରାସ୍ତାରେ ଏକ ସାଧୁ ଆସୁଥିଲେ ଏବଂ ସେହି ଚଢେଇକୁ ଦେଖି ତାକୁ ଉଦ୍ଧାର କରିଥିଲେ । କିନ୍ତୁ ସେ କିଛି ବାଟ ଯିବା ପରେ ସେ ନିଜେ ଏକ ଗାତରେ ପଡିଯାଇ ରକ୍ତାକ୍ତ ହୋଇଯାଇଥିଲେ ।

ନାରଦ କହିଲେ ପ୍ରଭୁ ଏମିତି କାହିଁକି ହେଉଛି ଜଣେ ଖରାପ ବ୍ୟକ୍ତିର ଭଲ ଓ ଜଣେ ଭଲ ବ୍ୟକ୍ତିର ଖରାପ ହେଉଛି । ବିଷ୍ଣୁ କହିଲେ କି ଯେଉଁ ଚୋରଟି ଚଢେଇକୁ ନବଞ୍ଚାଇ ମଧ୍ୟ ସୁନା ପାଇଲା ତାହା ଭାଗ୍ୟରେ ସେ ଖୋଜନା ମିଳିବାର ଯୋଗ ଥିଲା । ହେଲେ ସେ କିଛି କୁକର୍ମ କରିବା ଦ୍ୱାରା ତାକୁ କିଛି ସୁନା ହିଁ ମିଳିଲା ।

ଯେଉଁ ସାଧୁଟିଏ ପଡି ରକ୍ତାକ୍ତ ହୋଇଯାଇଥିଲା ସେହି ବ୍ୟକ୍ତିଟି କିଛି ସମୟରେ ତାର ମୃତ୍ୟୁ ହୋଇଥାନ୍ତା କିନ୍ତୁ ସେ ତାର ସୁକର୍ମ ଦ୍ୱାରା କିଛି ମାତ୍ରାରେ ଖଣ୍ଡିଆ ହୋଇଥିଲା । ଆମର କାର୍ଯ୍ୟ ଦ୍ୱାରା ହିଁ ଆମର ଭାଗ୍ୟ ନିର୍ଭର କରିଥାଏ । ତେଣୁ ଭାଗ୍ୟବାଦୀ ନହୋଇ କର୍ମବାଦୀ ହେବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।