ମଣିଷର ବଡ ଶତ୍ରୁ କିଏ ଜାଣନ୍ତୁ ?II ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ II ମାତ୍ର ମାତ୍ର 4 ଘଣ୍ଟାରେ 228k ରୁ ଅଧିକ ଲୋକ ଦେଖି ସାରିଲେଣି…

ସୁନାମଧନ୍ୟ କୁନି ପ୍ରବଚକ କେଶବ ଦାସ ଦ୍ୱିତୀକୃଷ୍ଣ ମହାରାଜ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ତାଙ୍କର ଅନେକ ପ୍ରବଚନ ଆପଣ ମାନେ ଶୁଣିଥିବେ।କୁନି ମୁହଁରେ ଜଗନ୍ନାଥ ଓ କୃଷ୍ଣଙ୍କ ବାଣୀ । ଅତି କମ୍‌ ବୟସରୁ କରୁଛନ୍ତି ଆଧ୍ୟାତ୍ମିକ ଚର୍ଚ୍ଚା। ଯାହାକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି।ଏତେ କମ୍ ବୟସରୁ କେଶବ ଦାସ ଦ୍ୱିତୀକୃଷ୍ଣ ଯେଉଁ ଭଳି ଭାବରେ ନିଜ ପ୍ରତିଭା କୁ ଲୋକମାନଙ୍କ ସାମ୍ନାରେ ପ୍ରଦର୍ଶିତ କରୁଛନ୍ତି ସେଥିରେ ସମସ୍ତେ ବେଶ୍ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି।ପିଲାଟି ବେଳୁ ତାଙ୍କ ଭିତରେ ଏହି ପ୍ରତିଭା ପ୍ରସ୍ଫୁଟିତ ହୋଇ ଲୋକ ଲୋଚନକୁ ଆସି ପାରିଛି।ହାରମିନିୟମ ଓ ତାବଲାର ତାଳେ ତାଳେ ଗାଇ ଯାଉଛନ୍ତି ଅନେକ ବାଣୀ।

ଯେଉଁ ବୟସରେ ପିଲାମାନେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ଗେମ୍‌ରେ ବୁଡ଼ି ରହୁଛନ୍ତି ସେଠି କେଶବ ଦାଶ ମୋବାଇଲ ଓ ଇଣ୍ଟରନେଟକୁ ନିଜ ଭବିଷ୍ୟତ ଗଢ଼ିବା ପାଇଁ ବ୍ୟବହାର କରୁଛନ୍ତି । ଇଣ୍ଟରନେଟରୁ ବିଭିନ୍ନ ପ୍ରବଚକଙ୍କ ବାଣୀ ଶୁଣି ସେ ନିଜକୁ ପ୍ରବଚକ ହିସାବରେ ଗଢି ତୋଳିଛନ୍ତି ।ଆଜି ସବୁ ଛୁଆ ଇଣ୍ଟରନେଟ୍‌, ମୋବାଇଲ ମାଧ୍ୟମରେ ବୁଡି ରହୁଛନ୍ତି । କିନ୍ତୁ ଏହି ମୋବାଇଲ ଓ ଇଣ୍ଟରନେଟ୍‌ ତାଙ୍କୁ ଦିନେ ପ୍ରବଚକ ହିସାବରେ ଗଢିତୋଳିବ କେହି ଭାବି ନଥିଲେ ।

ତେବେ ନିକଟରେ କୁନି ପ୍ରବଚକ କେଶବ ଦାସ ଦ୍ୱିତୀକୃଷ୍ଣ ମହାରାଜଙ୍କ ଏକ ପ୍ରବଚନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଯାହାକୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରିଥିବାର ଦେଖିବାକୁ ମିଳୁଛି। ମନୁଷ୍ୟର ବଡ ଶତ୍ରୁ କିଏ ସେ ବାବଦରେ କେଶବ ଦାସ ଦ୍ୱିତୀକୃଷ୍ଣ ଖୁବ୍ ସରଳ ଭାଷାରେ ବୁଝାଇ କହିଛନ୍ତି। ତେବେ ଆସନ୍ତୁ ଜାଣିବା କଣ କହୁଛନ୍ତି କେଶବ ଦାସ ଦ୍ୱିତୀକୃଷ୍ଣ।

ମଣିଷର ବଡ ଶତ୍ରୁ କିଏ?

କେଶବ ଦାସ ଦ୍ୱିତୀକୃଷ୍ଣ କହିଛନ୍ତି କି ସମସ୍ତେ ପ୍ରକୃତିକୁ ଖାପ ଖୁଆଇ ଚାଲିବା ଶିଖ। ଭଗବାନଙ୍କ ଏ ସୃଷ୍ଟିର ସୃଷ୍ଟିକର୍ତ୍ତା। ଆଉ ଭଗବାନ୍ ଙ୍କ ସୁନ୍ଦର୍ ସୃଷ୍ଟି ସହିତ ଆମେ ଚାଲିବା। ତେବେ ମନୁଷ୍ୟର ଏକମାତ୍ର ଲକ୍ଷ୍ୟ ମୁକ୍ତି। ତେବେ ଆମେ ସେତେବେଳେ ମୁକ୍ତି ପାଇ ପାରିବା ଯେତେବେଳେ ଶତ୍ରୁ ଠାରୁ ମୁକ୍ତି ପାଇ ପାରିବା। ତେବେ କାମ କ୍ରୋଧ ଲୋଭ ଏହି ତିନୋଟି ଜିନିଷ ମଣିଷର ସବୁଠୁ ବଡ ଶତ୍ରୁ। ଏହି ତିନୋଟି ଶତ୍ରୁ ଠାରୁ ଯଦି ମଣିଷ ଦୂରେଇ ଯିବ ତେବେ ବ୍ୟକ୍ତି ପାଇଁ ମୁକ୍ତି ର ମାର୍ଗ ଖୋଲି ଯିବ।

ଆଉ ଏ ସବୁ ରୁ ମୁକ୍ତି ପାଇବା ପାଇଁ ଏକମାତ୍ର ବାଟ ରହିଛି ଯାହା ହେଉଛି କୃଷ୍ଣ ନାମ। ହରି ନାମ କୃଷ୍ଣ ନାମ ହିଁ ମୁକ୍ତି ର ଏକ ମାତ୍ର ମାର୍ଗ। ତେଣୁ ଆପଣ ମନରୁ କାମ କ୍ରୋଧ ଲୋଭ ଛାଡି ଭଗବାନ୍ ଙ୍କ ଅନୁଗାମୀ ହୁଅନ୍ତି ମୁକ୍ତି ର ମାର୍ଗ ଆପଣଙ୍କ ଖୋଲି ଯିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment