ମଞ୍ଜୁ ମାଛ ଵାଲୀ ! ମଞ୍ଜୁଙ୍କ ସ୍ୱାଭିମାନି ପରିବାର କଥା ଜାଣିଲେ ଆପଣଙ୍କ ମୁଣ୍ଡବି ସମ୍ମାନରେ ନଇଁ ଯିବ । ଏହି ଭଉଣୀଙ୍କ ପାଇଁ ହୃଦୟରୁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

0

ଅଭାବ ଓ ଅସୁବିଧାରେ ପଡ଼ିଲେ ଅନେକଙ୍କ ମନବଳ ଦୁର୍ବଳ ହୋଇ ଯାଏ।ଏଥି ପାଇଁ କେହି କେହି ଭାଗ୍ୟକୁ ନିନ୍ଦିବା ପାଇଁ ମଧ୍ୟ ପଛାନ୍ତି ନାହିଁ।ଆଉ କେହି ଆଉ କେହି ବ୍ୟବସ୍ଥା ଉପରକୁ ଆଙ୍ଗୁଳି ଉଠାନ୍ତି।ସହଜ ହୁଏନି ସମାଧାନ ର ବାଟ ଖୋଜି ପାଇବା।ହେଲେ ଆମେ ଯେମିତି ଜଣେ ମଣିଷଙ୍କ ଘଟଣା ବହୁଳ ଜୀବନକୁ ଲୋକ ଲୋଚନକୁ ଆଣିବାକୁ ଚେଷ୍ଟା କରିଛୁ ଯାହାଙ୍କ ବିଷୟରେ ଜାଣିଲେ ଜଣେ ସଚେତନଶୀଳ ବ୍ୟକ୍ତି ଘଡ଼ିଏ ଚିନ୍ତା କରିବା ପାଇଁ ବାଧ୍ୟ ହେବେ।

ଖବର ସଂଗ୍ରହ କରିବା ପାଇଁ ଆମେ ଯାଉ ଥିଲୁ ଭଞ୍ଜନଗର ରୁ ଜଗନ୍ନାଥ ପ୍ରସାଦ ଅଭିମୁଖେ।ରାସ୍ତାରେ ଯାଉ ଥିବା ସମୟରେ ଆମ ନଜରରେ ପଡ଼ିଲା ଭିନ୍ନ ଏକ ଦୃଶ୍ୟ।ଆମ ଗାଡ଼ି ଆଗେ ଆଗେ ଜଣେ ମହିଳା ମୋପେଟ ଚଳାଇ ଯାଉ ଥିଲେ।ତାଙ୍କ ଗାଡ଼ି ପଛରେ ବନ୍ଧା ହୋଇଥାଏ ଏକ ପ୍ଲାଷ୍ଟିକ ଡାଲା।ନିପଟ ମଫସଲ ଅଞ୍ଚଳରେ ଏଭଳି ଦୃଶ୍ୟ କୋଚିତ ଦେଖିବା ପାଇଁ ମିଳେ।

ତେଣୁ ଆମକୁ ଆଶ୍ଚର୍ଯ୍ୟ ଲାଗିଲା।କିଛିବାଟ ଗଲା ପରେ ମହିଳା ଜଣଙ୍କ ରାସ୍ତାରେ ଗାଡ଼ି ରଖି ମାଛ ବିକ୍ରୀ କରୁ ଥିଲେ।ଏହା ଦେଖି ଆମେ ତାଙ୍କ ବିଷୟରେ ଜାଣିବା ପାଇଁ ଟିକେ ଅଟକିଲୁ।ଆଉ ଯାହା ଜାଣିଲୁ ତାହା ଆମକୁ ଦୁଃଖ ଦେଲେବି ମନକୁ ଟିକିଏ ଗର୍ଵ ଓ ଆତ୍ମବିଶ୍ବାସ ଦେଲା।ମହିଳାଙ୍କ ପାଇଁ ଆମ ମନରେ ସମ୍ମାନ ବଢ଼ି ଗଲା।ତାଙ୍କ ନାମ ହେଉଛି ମଞ୍ଜୁ ବେହେରା।ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ନଡ଼ା ଗାଁ ର ବାସିନ୍ଦା।

ସ୍ୱାମୀ ଓ ଦୁଇ ପୁଅଙ୍କୁ ନେଇ ବଡ଼ ଅଭାବୀ ପରିବାର ତାଙ୍କର।ଗଲା ସେ ଗାଡ଼ିରେ ଏମିତି ମାଛ ବିକ୍ରୀ କରି ପରିବାର ଚଳାଉଛନ୍ତି।ବେଳେବେଳେ ମୁଢ଼ି ଓ ପନିପରିବା ମଧ୍ୟ ବିକ୍ରି କରନ୍ତି।ଯାହା ରୋଜଗାର ହୁଏ ସେଥିରେ ରୋଗୀଣା ସ୍ୱାମୀଙ୍କ ଔଷଧ କିଣା, ପିଲାଙ୍କ ପାଠ ପଢ଼ା ଓ ଘର ଚଳେ।ଖାଲି ସେତିକି ନୁହେଁ ବ୍ୟବସାୟ ସାରି ଘରକୁ ଫେରିବା ପରେ ଗାଈଙ୍କ ସେବା ସହିତ ପରିବା କ୍ଷେତରେ କାମ କରିବାକୁ ପଡ଼େ ତାଙ୍କୁ।

ସ୍ୱାମୀ ସ୍ବାସ ରୋଗରେ ପୀଡ଼ିତ ଥିବା ଯୋଗୁଁ ସେ କିଛି କାମ କରି ପାରନ୍ତି ନାହିଁ।ଅବଶ୍ୟ ସ୍ତ୍ରୀ ନଥିଲେ ବେଳେବେଳେ ସ୍ୱାମୀ ରୋଷେଇ କରି ଦିଅନ୍ତି।ଦୁଇ ପୁଅଙ୍କୁ ମଧ୍ୟରୁ ବଡ଼ ପୁଅ ଯୁକ୍ତ ଦୁଇ ପାଠ ପଢ଼େ।ସାନ ପୁଅ ପଢ଼ୁଛି ଅଷ୍ଟମ ଶ୍ରେଣୀରେ।ତା ସହିତ ଅନ୍ୟର ଛେଳି ଚରାଇବାକୁ ଯାଏ।ଏସବୁ କଥା ମଞ୍ଜୁଙ୍କ ଠାରୁ ବାଟରେ ଶୁଣି ତାଙ୍କ ଘରକୁ ମଧ୍ୟ ଆମେ ଗଲୁ।

ଘର କହିଲେ ଚାଳ ଓ ଛପର କୁଡ଼ିଆ ଟିଏ।ଅଭାବ ଓ ଅସୁବିଧାରେ ଥିଲେ ମଧ୍ୟ ମଞ୍ଜୁ କିମ୍ୱା ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ମୁହଁରେ ଦୁଃଖ କି ହତାଶ ଭାବ ନଥିଲା।କାହାର ସାହାଯ୍ୟ ବା କାହା ଆଗରେ ହାତ ପାତି ବଞ୍ଚିବା ଅପେକ୍ଷା ନିଜେ ପରିଶ୍ରମ କରି ନିଜ ପେଟ ପୋଷିବା ଉପରେ ବିଶ୍ୱାସ କରେ ମଞ୍ଜୁଙ୍କ ପରିବାର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।