ଦେଖନ୍ତୁ ଭିଡ଼ିଓ : ମାଙ୍କଡ଼ ଆସି ଜେଜେମାଆ ଙ୍କୁ ଆଲିଙ୍ଗନ, ଚୁମ୍ବନ କରି ଚାଲିଗଲା, ଭିଡ଼ିଓ ଦେଖିଲେ ଆପଣ ବି ହୋଇଯିବେ ତାଯୁବ…

0

ଏକ ସମୟ ଥିଲା ମଣିଷମାନେ ଜଙ୍ଗଲରେ ବାସ କରୁଥିଲା, ଅନ୍ୟ ସମସ୍ତ ପ୍ରାଣୀ ମନୁଷ୍ୟ ସହିତ ସୁସମ୍ପର୍କରେ ରହୁଥିଲା। ଯେତେବେଳେ ମନୁଷ୍ୟ ଧୀରେ ଧୀରେ ସଭ୍ୟସମାଜ ଆଡ଼କୁ ଗତି କରିବା ପାଇଁ ଲାଗିଲା ସେତେବେଳେ ମନୁଷ୍ୟ ସ୍ୱାର୍ଥପର ହେବାକୁ ଲାଗିଲା, ସେ ନିଜର ବୁଦ୍ଧି ବିବେକ ରେ ନିଜକୁ ସର୍ବଶ୍ରେଷ୍ଠ ବୋଲି ବିବେଚନା କଲା। ଏବଂ ଆଗ ଭଳି ପଶୁପକ୍ଷୀଙ୍କ ପ୍ରତି ଦୟା ଭାବ ଆଉ ନାହିଁ। ତେବେ ମନୁଷ୍ୟ ସିନା ଭଲ ପାଇବା ଭୁଲି ଯାଇଛି। କିନ୍ତୁ ପଶୁମାନେ ଆଜିବି ମଣିଷକୁ ଭଲ ପାଇଥାନ୍ତି। ତାହାର ପ୍ରମାଣ ଆପଣମାନେ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବା ପାଇଁ ପାଇଥିବେ।

ବନ୍ଧୁଗଣ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଛି। ଯାହା ଦେଖିଲା ପରେ ପଶୁଙ୍କ ମଣିଷ ପ୍ରତି ଥିବା ପ୍ରେମକୁ ନିଶ୍ଚିତ ଭାବର ଆଖି ଓଦା ହୋଇଯିବ, ତେବେ ଭାଇରାଲ ଭିଡ଼ିଓରେ, ଗୋଟିଏ ମାଙ୍କଡ ହଠାଠ ଘରେ ଶୋଇଥିବା ଜେଜେମା ପାଖରେ ବସି ତାଙ୍କୁ ଆଲିଙ୍ଗନ ସହିତ ଚୁମ୍ବନ କରିବା ପାଇଁ ଲାଗିଲା। ତେବେ ଏହି ବିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ପୁରା ଘଟଣା ଜାଣିଲା ପରେ ଆଶ୍ଚର୍ଯ୍ୟ ହେବା ସହିତ ଖୁସିରେ ଆତ୍ମବିଭର ହୋଇଯିବେ, ତେବେ ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ;

ମଣିଷ ପରି ପଶୁମାନେ ମଧ୍ୟ ଆଲିଙ୍ଗନ ଏବଂ ଚୁମ୍ବନ କରିବା ପାଇଁ ଭଲ ପାଆନ୍ତି। ଏହା ସେମାନଙ୍କୁ ଶାନ୍ତ, ନିରାପଦ ଏବଂ ଆରାମଦାୟକ ଅନୁଭବ କରିଥାଏ। ଏହି ବିଷୟକୁ ପ୍ରମାଣ କରିବାକୁ, ଇଣ୍ଟରନେଟରେ କୋଟି କୋଟି ସୁନ୍ଦର ପଶୁ ଭିଡିଓ ଅଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଆଜି ଆମେ ଆପଣଙ୍କୁ ଏପରି ଏକ ଭିଡିଓ ଦେଖାଇବାକୁ ଯାଉଛୁ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ଏବଂ ଏହାକୁ ଦେଖି ଆପଣଙ୍କ ହୃଦୟ ଖୁସି ହୋଇଯିବେ।

ସୋସିଆଲ ମିଡିଆରେ ମାଙ୍କଡ଼ର ଏକ ଭିଡିଓ ଖୁବ ଦ୍ରୁତ ବେଗରେ ଭାଇରାଲ ହେବାରେ ଲାଗିଛି। ଖଟ ଉପରେ ଶୋଇଥିବା ଜେଜେମାଙ୍କୁ ଆଲିଙ୍ଗନ କଲା, ଏହି ଭିଡିଓ ରାଜସ୍ଥାନର ଯୋଧପୁର ଜିଲ୍ଲାର ଫାଲୋଡି ଅଞ୍ଚଳରେ ସୁଟିଂ କରାଯାଇଛି। 35 ସେକେଣ୍ଡର ଲମ୍ବା ଭିଡିଓ କ୍ଲିପ୍ ଭାନୱାରୀ ଦେବୀ ନାମକ 90 ବର୍ଷ ବୟସ୍କା ବୃଦ୍ଧା ମାଆ ଖଟରେ ଶୋଇଥିବା ସମୟରେ ହଠାତ ଏକ ମାଙ୍କଡ଼ ଆସି ଭାନୱାରୀ ଦେବୀଙ୍କ ପାଖରେ ଆସି ବସିଲା ଏହା ପରେ ଜେଜେମା ଧୀରେ ଧୀରେ ପିଠିରେ ଆଉଁଶି ଦେଲେ, ତା’ପରେ ମାଙ୍କଡ ତୁରନ୍ତ ଉଠି ଭାନୱାରୀ ଦେବୀ ଉପରେ ବସି ଆଲିଙ୍ଗନ କରିବା ଆରମ୍ଭ କଲା, ପରବର୍ତ୍ତୀ କିଛି ସେକେଣ୍ଡରେ, ଲଙ୍ଗୁର ଭାନୱାରୀ ଦେବୀଙ୍କ କେଶକୁ ମଧ୍ୟ ସ୍ପର୍ଶ କରି ଏବଂ ଧୀରେ ଧୀରେ କବାଟ ଆଡକୁ ଚାଲିଗଲା ଏବଂ କାହାରି କିଛି କ୍ଷତି ନକରି ପଳେଇଲା।

ଭାନୱାରୀ ଦେବୀଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ମାଙ୍କଡ଼ଟି କେଉଁଠୁ ଆସିଛି ତାହା ଜାଣି ନାହିଁ ଏବଂ ଜେଜେମାଙ୍କୁ ଆଲିଙ୍ଗନ କରି ନିଜେ ଚାଲିଗଲା। ଏଭଳି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।