ମନ୍ତ୍ରୀଙ୍କୁ ପାନେ ଦେଲେ ଗାଁ ଲୋକ; ଗାଡି ଫେରିବା ବାଟରୁ କାଢ଼ିନେଲେ ବାଲି ବସ୍ତା, ଫସିଲା ଗାଡ଼ି…ଦେଖନ୍ତୁ Viral ଭିଡ଼ିଓ

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଦେଖିବା ପାଇଁ ମିଳୁଛି। ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସୁଦ୍ଧା କିଛି ଗାଁ ର ରାସ୍ତା କାର୍ଯ୍ୟ ଠିକ ଭାବରେ ହୋଇ ପାରି ନାହିଁ। ଯାହାକୁ ନେଇ ଲୋକ ମାନେ ବହୁତ ଚିନ୍ତାରେ ପଡ଼ି ଯାଇଛନ୍ତି ଓ ଯାହା ଫଳରେ କି ଲୋକ ମାନେ ଯିବା ଆସିବାରେ ବହୁତ ବଡ଼ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେଥିପାଇଁ ଲୋକ ମାନେ ପ୍ରଶାସନିକ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା ସେମାନେ ଏପର୍ଯ୍ୟନ୍ତ କୋୖଣସି ବି ପଦକ୍ଷେପ ମାନ ନେଉ ନାହାନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ବିଷୟରେ ଜଣାଇବୁ ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସହିତ ନିନ୍ଦା କରିବେ। ତେବେ ତାହା ହେଉଛି, ମନ୍ତ୍ରୀ ମାନେ କଥା ଦେଇ କଥା ନରଖିବାରୁ ଗାଁ ର ଲୋକ ମାନେ ତାଙ୍କୁ ଭଲ ବୁଦ୍ଧି ଶିଖାଇ ଦେଇଛନ୍ତି ବୋଲି ସୂଚନା ରହିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ଏଭଳି ଘଟଣା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ତଣ୍ଡାହାରି ଗ୍ରାମରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଭୋଟ ସମୟରେ ସେହି ଗାଁକୁ ପକା ସଡକ ଓ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ମନ୍ତ୍ରୀ ମାନେ ପ୍ରତିଶୃତି ଦେଇଥିଲେ। କିନ୍ତୁ ବିଧାୟକ ହେବାର ବହୁ ଦିନ ପରେ ଗାଁ କଥା ଭୁଲି ଯାଇଥିଲେ। ସେହି ଗାଁ ର ଲୋକ ମାନେ ମନ୍ତ୍ରୀ, ଅସ୍ତରଙ୍ଗ ବ୍ଲକର ଚେୟାର ମ୍ୟାନ, ଜିଲ୍ଲା ପରିଷଦ ଅଧକ୍ଷ ଏବଂ ଅସ୍ତରଙ୍ଗ ବ୍ଲକର ବିଡ଼ିଓ ସହିତ ବହୁ ପ୍ରସାନିକ ଅଧିକାରୀଙ୍କୁ ସେମାନେ ଦେଇଥିବା ପ୍ରତୁଶୃତିକୁ ଭୁଲି ଯିବାର ବୁଦ୍ଧି ଶିଖାଇ ଦେଇଥିଲେ। ତେବେ ମନ୍ତ୍ରୀ ସେହି ଗାଁ କୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ପାଇଁ କାରରେ ଆସିବା କଥା ଜାଣି, ସେହି ଗାଁ ର ଲୋକ ମାନେ କଚ୍ଚା ମାଟି ଓ ଖାଲ ରାସ୍ତାକୁ ବାଲି ବସ୍ତା ପକାଇ ମରାମତି କରିଥିଲେ।

ମନ୍ତ୍ରୀ ଯେତେବେଳେ ସ୍ୱାସ୍ତ୍ୟ କାର୍ଡ ବାଣ୍ଟୁ ଥିଲେ, ସେତେବେଳେ ଗାଁ ଲୋକ ମାନେ ପ୍ରଶାସନିକ ଅଧିକାରୀଙ୍କୁ ଭିନ୍ନ ଭିନ୍ନ ସମସ୍ୟା ବିଷୟରେ ଜଣାଇ ଥିଲେ କିନ୍ତୁ ମନ୍ତ୍ରୀ ମାନେ ତାଙ୍କ କଥା କିଛି ନଶୁଣି ନିରବ ହୋଇ କିଛି କାର୍ଡ ବାଣ୍ଟି ଦେଇ ପଳାଇ ଯାଇଥିଲେ। ଗାଁ ଲୋକ ମାନେ କାର ଆସିବା ପାଇଁ ଯେଉଁ ରାସ୍ତାକୁ ମରାମତି କରିଥିଲେ, ସେହି ରାସ୍ତାରୁ ବାଲି ବସ୍ତା ଉଠାଇ ଦେଇଥିଲେ, ଯାହା ଫଳରେ କି ଗାଡି ଫେରିବା ସମ୍ଭବ ହୋଇ ପାରି ନଥିଲା। ଏହି ଘଟଣା ପାଇଁ ବହୁ ସମୟ ଧରି ଗଣ୍ଡଗୋଳ ମଧ୍ୟ ସୃଷ୍ଟି ହୋଇଥିଲା। ଘଟଣା ସ୍ଥଳରେ ପୋଲିସ ପହଁଛି ଥିଲା ଓ ସେଠାକାରର ଜଣେ ସ୍ଥାନୀୟ ଯୁବକଙ୍କର ଗୋଡ଼ ଓଦା ହୋଇ ଥିବାରୁ ତାକୁ ସନ୍ଦେହ କରି ଜୋର ଜବରଦସ୍ତ କରି ଟାଣି ନେଇ ତାକୁ ଅତ୍ୟାଚାର କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment