Vastu Shastra – ମରିଗଲେବି ଏହି 3ଟି ଗଛ ଘରେ ଲଗାନ୍ତୁନି – ବରବାଦ ହୋଇଯିବେ

ଘରେ ସୁସ୍ଥ ଜୀବନ ଅତିବାହିତ କରିବା ପାଇଁ କେତେକ ନୀତି ନିୟମ ମାନି ଚଳିବାକୁ ପଡିଥାଏ । ଯାହାଫଳରେ ଆମେ ସୁଖ ଶାନ୍ତି ରେ ଜୀବନ ଅତିବାହିତ କରିଥାଉ , କିନ୍ତୁ ଏମିତି କିଥି ବସ୍ତୁ ରହିଥାଏ , ଯାହା ଆମ ଘରେ ବା ବାଡି ବଗିଚାରେ ରହିବା ଦ୍ୱାରା ତାର ଅଶୁଭ ପ୍ରଭାବ ଆମ ଉପରେ ପଡିଥାଏ । ତେବେ ଆଜି ଆମେ ଜାଣିବା ଘରେ କେଉଁ ସବୁ ଗଛ ଆଦୌ ଲଗାଇବା ଉଚିତ୍ ନୁହଁ । ନଚେତ୍ ଘରେ ଅନେକ ପ୍ରକାର ଅଶାନ୍ତି ଦେଖାଯାଇଥାଏ , ତେବେ ଆସନ୍ତୁ ଜାଣିବା ତାହା କେଉଁ ପ୍ରକାର ଗଛ ଅଟେ ।

ଅନେକ ଲୋକମାନେ ଗଛ ଲଗାଇବାକୁ ଭଲ ପାଇଥାନ୍ତି , ଗଛ ଆମକୁ ଅକ୍ସିଜେନ ମଧ୍ୟ ଦେଇଥାଏ । ଆମର ବାତାବରଣ ମଧ୍ୟ ଭଲ ରଖିଥାଏ , ଘର ପାଖରେ ଗଛ ଲଗାଇବା କିଛି ଭୁଲ କଥା ନୁହେଁ । କିନ୍ତୁ ଗଛ ଏପରି ଲଗାନ୍ତୁ , ଯାହାଦ୍ୱାରା ଆପଣଙ୍କର ହାନୀ ହୋଇ ନଥାଏ , ଏପରି କିଛି ଗଛ ରହିଛି ଯାହାକୁ ଆପଣଙ୍କ ବଗିଚାରେ ଲଗାଇଲେ ଆପଣଙ୍କ ଘରକୁ ଦାରିଦ୍ର୍ୟତା ଆସିଥାଏ ।

1. ଖଜୁରୀଗଛ :-

ଏହି ଗଛ କିଛି ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଭଲ ହୋଇ ନଥାଏ , ତେଣୁ ଅଧିକାଂଶ ଲୋକମାନଙ୍କ ପାଇଁ ଏହା ହାନୀକାରକ ହୋଇଥାଏ । ଏହି ଗଛର ପ୍ରଭାବରେ ଆପଣଙ୍କର ଆର୍ଥିକ ସମସ୍ୟା ଉପୁଜି ପାରେ । ଅପଣଙ୍କ ବଗିଚାରେ ଖଜୁରୀ ଗଛ ଲଗାଇବା ଦ୍ୱାରା ଆର୍ଥିକ ସଙ୍କଟ ଲାଗି ରହିଥାଏ । ତେଣୁ ଏହି ଗଛକୁ ଆପଣଙ୍କ ବଗିଚାରେ ଲଗାନ୍ତୁ ନାହିଁ ।

2. ବାଉଶଗଛ :-

ବାଉଁଶ ଗଛ ମଧ୍ୟ ଲଗାଇବା ଦ୍ୱାରା ଆର୍ଥିକ କ୍ଷତି ଥାଏ , ଏହାଦ୍ୱାରା ଘରେ ନାନା ସମସ୍ୟା ଲାଗି ରହିଥାଏ । ବାଉଁଶ ଗଛ ଲଗାଇବା ଦ୍ୱାରା ଘରର ମୁରବି ସର୍ବଦା କରଜରେ ବୁଡି ରହିଥାନ୍ତି । ତେଣୁ ଘର ପାଖରୁ ବାଉଁଶ ଗଛ ଦୂରେଇ ଲଗାନ୍ତୁ ।

3. ନେସପାତି ଗଛ :-

ଏହି ଗଛ ମଧ୍ୟ ଆପଣଙ୍କ ଘରେ ଲଗାଇବା ଉଚିତ୍ ନୁହେଁ ଏହାଦ୍ୱାରା ଆପଣଙ୍କ ଜୀବନରେ ଅନେକ ଆର୍ଥିକ କ୍ଷତି ଆସିପାରେ । ଘରର ବିକାଶ ଏହାଦ୍ୱାରା ବାଧାପ୍ରାପ୍ତ ହୋଇପାରେ , ତେଣୁ ଏହି ସବୁ ଗଛ କେବେହେଲେ ଘର ପାଖରେ ଲଗାଇବା ଉଚିତ ନୁହେଁ ।

ଆର୍ଥିକ ସମସ୍ୟା ଦୂର ହେବ :-

1. ତୁଳସୀଗଛ :-

ହିନ୍ଦୁଧର୍ମରେ ତୁଳସୀ ଗଛକୁ ଅଧିକ ଗୁରୁତ୍ୱ ଦିଆଯାଏ , ହିନ୍ଦୁ ଘରର ପ୍ରତ୍ୟେକ ଲୋକେ ଏହି ଗଛକୁ ଲଗାଇଥାନ୍ତି । ଏହି ତୁଳସୀ ଗଛ ଲଗାଇବା ଦ୍ୱାରା ଘରେ ଆର୍ଥିକ ସଙ୍କଟ ଦୂର ହେବ । ଘରେ ସର୍ବଦା ସକରାତ୍ମକ ବାତାବରଣ ଲାଗି ରହିବ ।

2. ଅପରାଜିତା ଗଛ :-

ନୀଳ ରଙ୍ଗର ଫୁଲ ଥିବା ଏହି ଗଛ ଆପଣଙ୍କ ଜୀବନର ସବୁ ସମସ୍ୟାକୁ ଦୂର କରିଥାଏ ଏବଂ ଘରେ ଧନର ବୃଦ୍ଧି ଘଟାଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment