ଦେଖନ୍ତୁ ଭିଡ଼ିଓ : ମାର୍କ ନ ବଢିଲେ ସ୍କୁଲ ସାମ୍ନାରେ ଆତ୍ମହତ୍ୟା କରିବି…ତା ବାପା ଦେଇଛି…

0

ନିକଟରେ ପ୍ରକାଶ ପାଇଛି ମ୍ୟାଟ୍ରିକ ପରୀକ୍ଷା ଫଳ। କିନ୍ତୁ ଏହାକୁ ନେଇ ଅନେକ ଛାତ୍ର ଛାତ୍ରୀଙ୍କ ଭିତରେ ଅସନ୍ତୋଷ ଭରି ରହିଛି। ରେଜଲ୍ଟ ବାହାରିବା ଦିନ ଠାରୁ ଅନେକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ନିଜ ଫଳାଫଳ କୁ ନେଇ ଅସନ୍ତୁଷ୍ଟ ଥିବାରୁ ଏହାକୁ ପ୍ରତିବାଦ କରିଛନ୍ତି ଏବଂ ତାଙ୍କର ମାର୍କ ପୁଣି ବଢ଼ା ଯାଉ ବୋଲି ସେମାନେ ଦାବି କରିଛନ୍ତି। ମାର୍କ କୁ ବିଚାରକୁ ନିଆ ଯାଉ ପୁଣିଥରେ ଏହାର ମୂଲ୍ୟାୟନ କରାଯାଉ। ତେବେ କିଛି ପ୍ରାଇଭେଟ୍ ସ୍କୁଲ ର ପିଲା କିନ୍ତୁ ଏହି ଦାବି କିଛି ଅଲଗା ଢଙ୍ଗ ରେ କରିଛନ୍ତି। ସେମାନେ ସରକାରୀ ସ୍କୁଲର ପିଲା ମାନଙ୍କ ଉପରେ ଆଙ୍ଗୁଳି ଉଠାଇ ଛନ୍ତି।

ତାଙ୍କ ମତରେ ସରକାରୀ ସ୍କୁଲ ର ପିଲା ଅଣ୍ଡା ଛତୁଆ ଖାଇ, ପାଠ ନପଢ଼ି ଏତେ ମାର୍କ ପାଇଛନ୍ତି।କିନ୍ତୁ ଆମେ ପ୍ରାଇଭେଟ୍ ସ୍କୁଲରେ ପଢି ଏତେ ପଇସା ଖର୍ଚ୍ଚ କରି ଏତେ କମ୍ ମାର୍କ କାହିଁକି ପାଇବୁ। ଆମ ପ୍ରତି ଅନ୍ୟାୟ ହୋଇଛି। ଆମ ମାର୍କକୁ ଆଉ ଥରେ ବିଚାର କୁ ନେଇ ପୁଣି ଥରେ ପୁନଃ ମୂଲ୍ୟାୟନ କରାଯାଉ। ସରକାରୀ ପିଲା ପାଠ ନପଢ଼ି ଏତେ ମାର୍କ ରଖିଲେ କିପରି। କିନ୍ତୁ ଅମେ ଏତେ ଦିନ ପାଠ ପଢି ପରିଶ୍ରମ କରି ଏତେ କମ୍ ମାର୍କ କିପରି ପାଇଲୁ। ଆମର କଣ ଏହି ଷ୍ଟାଣ୍ଡାର୍ଡ। ତେବେ ପ୍ରାଇଭେଟ୍ ସ୍କୁଲ ରେ ପଢ଼ୁ ଥିବା କିଛି ପିଲା ମାନଙ୍କ ର ଏଭଳି କଥାକୁ ନେଇ ଏବେ ସାଧାରଣରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଏହି ପିଲା ମାନଙ୍କ ଏହି କଥାକୁ ନିନ୍ଦା କରା ଯାଇଛି।ଏବେ ଜଣେ ବ୍ୟକ୍ତି ଏହାକୁ ନେଇ ନିଜର ମନ୍ତବ୍ୟ ରଖିଛନ୍ତି।ଯାହାଙ୍କ ର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।ସେ କହିଛନ୍ତି ଯେ ଯେଉଁ ପିଲାମାନେ ଏଭଳି କହୁଛନ୍ତି ସରକାରୀ ସ୍କୁଲ ର ପିଲା ମାନଙ୍କ ବିଷୟରେ ସେମାନେ ପ୍ରଥମେ ସଂସ୍କାର ଶିଖନ୍ତୁ। କଣ କହୁଛନ୍ତି ସେଥି ପ୍ରତି ଧ୍ୟାନ ଦିଅନ୍ତୁ। ତାଙ୍କ ବାପା ମାଆ ସରକାରୀ ସ୍କୁଲ ର ପିଲା ମାନଙ୍କୁ ଅଣ୍ଡା ଛତୁଆ ଦେଉ ନାହାନ୍ତି। ଏଥିପାଇଁ କହିବାକୁ ସେମାନଂକୁ ଅଧିକାର ଦେଲା କିଏ ? ଦାବି କରିବାର ଅଲଗା ଢଙ୍ଗ ବି ରହିଛି।

ଏଭଳି ଢଙ୍ଗରେ କିନ୍ତୁ ପ୍ରତିବାଦ କରିବା ଉଚିତ୍ ନୁହେଁ।ଏହା ଦ୍ଵାରା ଲୋକେ ସେମାନଂକୁ ଖରାପ୍ କହୁଛନ୍ତି। ଏଥିପାଇଁ ତାଙ୍କୁ ତାଙ୍କ ବାପା ମାଆ ମାନେ ଟିକେ ଶିକ୍ଷା ଓ ସଂସ୍କାର ଦିଅନ୍ତୁ। ନହେଲେ ଲୋକେ ସେମାନଂକୁ ଏବଂ ତାଙ୍କ ବାପା ମାଆ ଙ୍କୁ ନିନ୍ଦା କରିବେ। କହାକୁ ଏଭଳି ଆକ୍ଷେପ କରି କହିବାର ଅଧିକାର କାହାର ବି ନାହିଁ। ଦୟାକରି ସେମାନେ ପ୍ରଥମେ କଥାରେ ଶାଳୀନତା ଆଣନ୍ତୁ ଏବଂ ସଂସ୍କାର ଶିଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।