ସୋସିଆଲ ମିଡିଆ ନିଜର ପରିଚୟ ତିଆରି କରିଥିବା ଦୁଇ ଷ୍ଟାର ରୂପା ଆଉ ପିଣ୍ଟୁ ଆଜିର ଦିନରେ ଏକ ପରିଚିତ ଚେହେରା ପାଲଟି ଯାଇଛନ୍ତି।ଓଡ଼ିଶାର ନଂ ୱାନ ବ୍ଲଗର ରୂପା ପିଣ୍ଟୁ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣି ଥିବେ।ଆପଣ ମାନେ ଯଦି ସୋସିଆଲ ମିଡ଼ିଆ ବ୍ୟବହାର କରୁଥିବେ ତେବେ ରୂପା ପିଣ୍ଟୁଙ୍କ ଅନେକ ବ୍ଲଗ୍ ଦେଖିବାକୁ ପାଇ ଥିବେ ଆଉ ଏ ସବୁକୁ ପସନ୍ଦ ମଧ୍ୟ କରୁଥିବେ।
ତେବେ ଖାଲି ବ୍ଲଗ୍ ନୁହେଁ ରୂପା ପିଣ୍ଟୁଙ୍କୁ ବର୍ତ୍ତମାନ ସମୟରେ ଏକାଧିକ ମ୍ୟୁଜିକ୍ ଭିଡିଓ ରେ ମଧ୍ୟ ଦେଖିବାକୁ ମିଳୁଛି ଯାହାକୁ ଦର୍ଶକ ମାନେ ବହୁ ମାତ୍ରାରେ ଭଲ ପାଇବା ଦେଉ ଛନ୍ତି। ଅନେକ ମ୍ୟୁଜିକ୍ ଭିଡିଓ ରେ ଦୁହେଁ ଖୁବ୍ ସୁନ୍ଦର୍ ଭାବେ ଅଭିନୟ କରିଥିବାର ନଜର ଆସିଛନ୍ତି। ଆଉ ଏ ସବୁ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି। ପ୍ରଥମେ ଟିକ୍ ଟକ ଏହାପରେ ବ୍ଲଗ୍ ଆଉ ବର୍ତ୍ତମାନ ସମୟରେ ଦୁହେଁ ଷ୍ଟାର ପାଲଟି ଯାଇଛନ୍ତି।
ରୂପା ପିଣ୍ଟୁଙ୍କ ଲଭ୍ ଷ୍ଟୋରି, ମେଘ ନନ୍ଦିନୀ, କହ ଏତେ କାହିଁ
ଭଲ ପାଉ, ସାଧବ ରଜା, ଧନ୍ୟ ତାକୁ କହ, ତୁମ ପାଦରେ ପାଦ ମିଶାଇ, ତୋ ହରିଣୀ ଆଖି, ତୁ ମୋ ମନର ସରକାର୍, ସିନ୍ଦୂର , ମା ଦଶଭୂଜା, ଜୟ ଜୟ ମହାଲକ୍ଷ୍ମୀ, ଓଢଣୀ ପଡ଼ିଛି ନାଲି ନାଲି, ମୋତେ ବଧେ ପ୍ରେମ ହୋଇଛି ଆହୁରି ଏକାଧିକ ମ୍ୟୁଜିକ୍ ଭିଡିଓରେ ଖୁବ୍ ସୁନ୍ଦର୍ ଭାବେ ଅଭିନୟ କରି ଓଡ଼ିଶା ବାସୀଙ୍କ ଭଲ ପାଇବା ଜିତି ପାରିଛନ୍ତି ରୂପା ଓ ପିଣ୍ଟୁ। ତେବେ ବର୍ତ୍ତମାନ ସମୟରେ ରୂପା ଓ ପିଣ୍ଟୁଙ୍କ ଅଭିନୀତ ଏକ ସୁନ୍ଦର୍ ମ୍ୟୁଜିକ୍ ଭିଡିଓ ଭିଡିଓ ସାମ୍ନାକୁ ଆସିଛି। ଯାହା ବେଶ୍ ମନଛୁଆଁ ହୋଇ ପାରିଛି।
ତେବେ ସାବିତ୍ରୀ ମ୍ୟୁଜିକ୍ ପ୍ରେଜେଣ୍ଟ ଓଡିଆ ରୋମାଣ୍ଟିକ୍ ଫୁଲ୍ ମ୍ୟୁଜିକ୍ ଭିଡିଓ ଗୀତ “ଦିଲ୍ ଚୋର” ଆଜି ରିଲିଜ୍ କରା ଯାଇଛି। ଯେଉଁଥିରେ ରୁପା ଏବଂ ପିଣ୍ଟୁ ଖୁବ୍ ସୁନ୍ଦର୍ ଭାବେ ଅଭିନୟ କରିଛନ୍ତି।ଏହି ରୋମାଣ୍ଟିକ୍ ଗୀତ କୁ ଗାଇଛନ୍ତି ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଏବଂ ଜ୍ୟୋତିର୍ମୟ ନାୟକ। ରାମକାନ୍ତ ଦାସଙ୍କ ଦ୍ୱାରା ଲିଖିତ ଏବଂ କୃଷ୍ଣ ଚନ୍ଦ୍ରଙ୍କ ସଙ୍ଗୀତ ମଣ୍ଟୁ ଜେନାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ମ୍ୟୁଜିକ୍ ଭିଡିଓ ଦର୍ଶକ ମାନଙ୍କ ହୃଦୟକୁ ବେଶ୍ ଛୁଇଁ ପାରିଛି। ଦର୍ଶକ ମାନେ ଏହି ବହୁ ମାତ୍ରାରେ ପସନ୍ଦ କରି ଛନ୍ତି ରୂପା ପିଣ୍ଟୁଙ୍କ ଅଭିନୟ ମଧ୍ୟ ଖୁବ୍ ସୁନ୍ଦର୍ ରହିଛି। ତେବେ ଆପଣ ମଧ୍ୟ ଏହି ରୋମାଣ୍ଟିକ ମ୍ୟୁଜିକ୍ ଭିଡିଓ ଦେଖନ୍ତୁ ଆଶା କରୁଛୁ ଏହି ମ୍ୟୁଜିକ୍ ଭିଡିଓ ଆପଣଙ୍କୁ ବହୁ ମାତ୍ରାରେ ପସନ୍ଦ ଆସିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।