ଆଜିକାଲି ର ଲୋକେ ଯେତେ ଶିକ୍ଷିତ ହେଲେ ମଧ୍ୟ ସେମାନଙ୍କ କ୍ଷେତ୍ରରେ ମାନବିକତା ଭଳି ଗୁଣ ଧୀରେ ଧୀରେ ହ୍ରାସ ଘଟୁଛି, ଫଳରେ ଲୋକମାନେ ସମାଜରେ ଅନ୍ୟାୟ ଅନୀତି କରିବା ପାଇଁ ପଛାଉ ନାହାନ୍ତି। ଆପଣ ମାନେ ଦେଖିଥିବେ ବର୍ତ୍ତମାନ ର ସଭ୍ୟ ସମାଜରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ଘଟୁଛି, ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ ଯଦି କୌଣସି ସ୍ଥାନରେ କିଛି ଘଟଣା ଘଟୁଛି, ତାହା ମୁହୂର୍ତକ ମଧ୍ୟରେ ଭାଇରାଲ ହୋଇଯାଏ।
ତେବେ ବର୍ତ୍ତମାନ ଏଭଳି କିଛି ଭିଡ଼ିଓ ସୋସିଆଲ ମିଡିଆରେ ଘୁରିବୁଲୁଛି, ଯାହାକି ଯାହାକି ଗୋଟିଏ କଲେଜ ପିଲା ଆଣ୍ଠେଇ ଆଣ୍ଠେଇ ଯାଉଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି , ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା;
ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ ଥିବା ମାର୍ଶାଘାଇ ମହାବିଦ୍ୟାଳୟ ରେ। ଭିଡ଼ିଓ ରେ କାନ ଧରୀ ଆଣ୍ଠେଇ ଆଣ୍ଠେଇ ଚାଲୁଥିବା ପିଲା ହେଉଛି ଇଂଜିନିୟରିଂ କଲେଜର, ତେବେ ମାର୍ଶାଘାଇ କଲେଜର ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିଲା, ଛାତ୍ରୀ ଜଣଙ୍କୁ ସେ ତିନି ଦିନ ଧରି ହଇରାଣ କରୁଥିବା ଦେଖି, ମାର୍ଶାଘାଇ କଲେଜ ର ସମସ୍ତ ଛାତ୍ର ମିଶି ତାଙ୍କୁ ଧରି ଆଣ୍ଠେଇ ଆଣ୍ଠେଇ କଲେଜ ଗେଟ ପର୍ଯ୍ୟନ୍ତ ନେଇଥିଲେ। ଏବଂ ସେହି କୋଲଜର ଅଧ୍ୟାପକ, ଅଧ୍ୟାପିକା ମାନେ କେହି ବି ବିରୋଧ କରିନଥିଲେ।
ଏହା ବ୍ୟତୀତ କାନ ଧରି ଆଣ୍ଠେଇ ଆଣ୍ଠେଇ ଆସୁଥିବା ଛାତ୍ରର ଭିଡ଼ିଓ କରି ସୋସିଆଲ ମିଡିଆରେ ଛାଡିଥିଲେ, ଭିଡ଼ିଓ ଟି ଭାଇରାଲ ହେବା ପରେ ଆମ ମିଡିଆ ଭାଇ ମାନେ ଯାଇ ଆଣ୍ଠେଇ ଥିବା ପିଲା ର ପ୍ରତିକ୍ରିୟା ନେଇଥିଲେ, ପିଲାଟି ନିଜ ମୁହଁରେ ସ୍ୱୀକାର କରିଥିଲା, ଯେ ସେ ସେହି ଝିଅକୁ ଅସଦାଚରଣ କରିଛି, ଏବଂ ସେ ଜୀବନରେ କୈଣସି ଝିଅକୁ ଏମିତି କରିବନି ବୋଲି ପ୍ରତିକ୍ରିୟା ରଖିଥିଲେ। କଲେଜ ପ୍ରିନ୍ସିପାଲ ଙ୍କ ପ୍ରତିକ୍ରିୟା ଅନୁସାରେ , ସେ କହିଥିଲେ ସେ ଘଟଣା ସ୍ଥଳରେ ନଥିଲେ , ପରେ ଘଟଣା ସ୍ଥଳରେ ପହଞ୍ଚି ଥିଲେ, ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ। ସେମାନଙ୍କ ମଧ୍ୟରେ ଆପସ ବୁଝାମଣା କରିବେ ବୋଲି କହିଥିଲେ।
ତେବେ ବନ୍ଧୁ ଗଣ ଏଠାରେ ପ୍ରଶ୍ନ ଉଠୁଛି ଯେ କଲେଜ ମଧ୍ୟରେ କଙ୍ଗାରୁ କୋର୍ଟ ବସି ଏପରି ଦଣ୍ଡ ଦେବା କଣ ଠିକ ? ଦଣ୍ଡିତ ହୋଇଥିବା ଛାତ୍ର ର ଯଦି କିଛି ହୋଇ ଯାଆନ୍ତା ତାହାଲେ କଣ, କଣ ଏହି ମାର୍ଶାଘାଇ କଲେଜ ଛାତ୍ର ଦାୟୀ ରହିଥାନ୍ତେ। ଏଣୁ ଆପଣ ମାନ ଙ୍କୁ ଆମର ଏତିକି ଅନୁରୋଧ ଯଦି କୌଣସି ଜାଗାରେ ଅପରାଧ ଦେଖୁଛନ୍ତି, ତାହାଲେ ଆପଣ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ଆପଣ ମାନେ କେବେବି ଆଇନକୁ ହାତକୁ ନିଅନ୍ତୁ ନାହିଁ। ନଚେତ ଆପଣ ମଧ୍ୟ ଆସୁବିଧାର ସମ୍ମୁଖୀନ ହୋଇ ପାରନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।