ମାସେ ହେଲା ମୋ ସ୍ୱାମୀ କରୋନା ସହ ଲଢ଼ୁଛନ୍ତି, E.C.M.O. ଚିକିତ୍ସା ପାଇଁ ଆଉ ମାତ୍ର ୮୦ ଲକ୍ଷ ଟଙ୍କା ଦରକାର, ହାତ ଯୋଡି ସହାୟତା ମାଗିଲେ ନୂଆ ବାହା ହୋଇଥିବା ସ୍ତ୍ରୀ….

0

କରନାର ଦ୍ଵିତୀୟ ଲହର ବର୍ତମାନ ସାରା ଦେଶରେ ଆତଙ୍କ ଖେଳେଇ ଦେଇଛ। ପ୍ରତିଦିନ ହଜାର ହଜାର ଲୋକ କରନାରେ ମୃତ୍ୟୁ ବରଣ କରୁଛନ୍ତି, ସଂକ୍ରମିତ ମଧ୍ୟ ଅଧିକ ରହୁଛି। ତେବେ ବର୍ତ୍ତମାନ ସମୟରେ କରନାରେ ଗୁରୁତ୍ୱର ରୋଗୀ, ସେମାନଙ୍କ ପାଇଁ ECMO ଚିକିତ୍ସା ହିଁ ଏକ ମାତ୍ର ସାହାରା ସାଜିଛି। ତେବେ ଏଥିପାଇଁ ଅନେକ ଅର୍ଥର ଆବଶ୍ୟକ ରହିଛି। ତେବେ ଆମ ଓଡିଶାରୁ ଦୁଇଜଣ ବ୍ୟକ୍ତି ଏହି ଚିକିତ୍ସା ପାଇଁ ହିଁ ବାହାରକୁ ଯାଇଛନ୍ତି। ସାରା ଓଡ଼ିଶା ବାସୀ ମଧ୍ୟ ଦୁହିଁଙ୍କୁ ସାହାଯ୍ୟ କରିଥିଲେ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଆଉ ଜଣେ ବ୍ୟକ୍ତି କରନାରେ ଆକ୍ରାନ୍ତ ହେବା ପରେ ଫୁସଫୁସ ଗୁରୁତର ଆକ୍ରାନ୍ତ ହୋଇଛନ୍ତି। ସେଥିପାଇଁ ତାଙ୍କୁ ECMO ଚିକିତ୍ସାର ଆବଶ୍ୟକତା ରହିଛି। ସେଥିପାଇଁ ଅନେକ ଟଙ୍କାର ଆବଶ୍ୟକତା ରହିଛି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କିଏ ଏହି ବ୍ୟକ୍ତି ଏବଂ କଣ ରହିଛି ପୁରା ଘଟଣା;

ତେବେ ସୂଚନା ଅନୁସାରେ ସମ୍ବଲପୁର ରେ ୩୧ ବର୍ଷୀୟ ଯୁବକ ସିଦ୍ଧାର୍ଥ ଶଂକର ମିଶ୍ର ୨୦୧୯ ମସିହାରେ ସୋନାଲି ନାମରେ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଉଭୟ ସ୍ୱାମୀ ସ୍ତ୍ରୀ କିଛି ଦିନ ପୂର୍ବରୁ କରନାର ଲକ୍ଷଣ ନିଜ ଠାରେ ଅନୁଭବ କରିଥିଲେ। ତାପରେ ଉଭୟ କରନା ଟେଷ୍ଟ କରିଥିଲେ, ସେମା ଙ୍କର ରିପୋର୍ଟ ପିଜେଟିଭ ଆସିଥିଲା। ତେବେ ସେମାନଙ୍କ ଅସୁସ୍ଥ ଅନୁଭବ କରିବା ପରେ ହସ୍ପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ତେବେ ୨୨ ତାରିଖରେ ସିଦ୍ଧାର୍ଥଙ୍କ ଅବସ୍ଥା ଗୁରୁତର ହେବାରୁ ସମ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ରଖି ଚିକିତ୍ସା କରାଗଲା। ସ୍ଥିତି‌ରେ ସୁଧାର ନହେବାରୁ ତାଙ୍କୁ ସମ୍‌ ଅଲ୍ଟିମେଟ୍‌ରେ ଭର୍ତ୍ତି କରାଗଲା। ତେବେ ଡାକ୍ତରଙ୍କ କହିବା ଅନୁସାରେ ସିଦ୍ଧାର୍ଥଙ୍କ ଫୁସଫୁସ ଗୁରୁତର ପ୍ରଭାବିତ ହୋଇଛି। ତାଙ୍କୁ ଯଥାଶୀଘ୍ର ECMO ଚିକିତ୍ସାର ଆବଶ୍ୟକତା ରହିଛି।

ତେବେ ECMO ଚିକିତ୍ସା ପାଇଁ ପ୍ରତିଦିନ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ତେବେ ତାଙ୍କର ଚିକିତ୍ସା ପାଇଁ ହାରାହାରି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ, କିନ୍ତୁ ତାଙ୍କ ପରିବାର ଏତେ ଗୁଡିଏ ଟଙ୍କା ଦେବା ପାଇଁ ଅସମର୍ଥ କାରଣ ତାଙ୍କ ବାପା ଜଣେ ଅବସର ପ୍ରାପ୍ତ ଜଣେ ସରକାରୀ କର୍ମଚାରୀ ସେଥିପାଇଁ ତାଙ୍କର ଅନେକ ଗୁଡ଼ିଏ ଟଙ୍କାର ଆବଶ୍ୟକତା ରହିଛି। ତାଙ୍କ ସ୍ତ୍ରୀ ସୋନାଲି ସାରା ଓଡ଼ିଶା ବାସୀଙ୍କୁ ଅନୁରୋଧ କରି କହିଛନ୍ତି, ଯେ ତାଙ୍କ ସ୍ୱମୀର ଚିକିତ୍ସା ପାଇଁ ପାଇଁ ଆର୍ଥିକ ସହାୟତା ଆବଶ୍ୟକ, ମି‌ଲାପ୍‌ ସଂଗଠନ ଲୋକଙ୍କଠାରୁ ସହଯୋଗ ପାଣ୍ଠି ସଂଗ୍ରହ କରୁଛି। ତାଙ୍କ ପାଇଁ ୮୦ ଲକ୍ଷ ଟଙ୍କା ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ଶୁକ୍ରବାର ରାତି ୧୦ଟା ୩୦ ସୁଦ୍ଧା ୧୫ ଲକ୍ଷ ୪୪ ହଜାର ୮୧୩ ଟଙ୍କା ସଂଗୃହୀତ ହୋଇଥିବା ଜଣା ପଡ଼ିଛି।

ତେବେ ଆହୁରି ଅନେକ ଆର୍ଥର ଆବଶ୍ୟକତା ରହିଛି। ତେବେ ଆମର ଆନୁରୋଧ ଦୟାକରି ସମସ୍ତେ ମିଶି ତାଙ୍କୁ ସାହାଯ୍ୟ କରନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।