Natural Tips – ( ମଶା ) ଘର ବାଟ ଭୁଲିଯିବ, କରନ୍ତୁ ଏହି ଛୋଟିଆ ଘରୋଇ ଉପାୟ

0

ଏମିତି କୌଣସି ଋତୁ ନାହିଁ ,ଯେଉଁ ଋତୁରେ ଆପଣଙ୍କୁ ମଶା ମିଳିବେ ନାହିଁ , ମଶା ସବୁସମୟରେ ଲୋକମାନଙ୍କୁ ବହୁତ ହଇରାଣ କରିଥାନ୍ତି । ଲୋକମାନେ ଏହି ମଶାଠୁ ସୁରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ମେକିକାଲ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରିଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ମଶା ଘଉଡାଇବାର ଏକ ସହଜ ଘରୋଇ ଉପାୟ ବିଷୟରେ ଜଣେଇବୁ । ଯାହା ସାହାର୍ଯ୍ୟ ରେ ଆପଣ ମାନେ ଏହି ମଶା କୁ ଅତି ସହଜରେ ଘରୁ ବାହାର କରିପାରିବେ ।

ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି :-

1. ଝୁଣା
2. ସୋରିଷ ତେଲ
3. ପିଆଜ

ପ୍ରସ୍ତୁତି ପ୍ରଣାଳୀ :-

ଝୁଣା ତେଲ ବନାଇବା ପାଇଁ ପ୍ରଥମେ ଆପଣ ଏକ ପାତ୍ର ଗ୍ୟାସରେ ବସାନ୍ତୁ , ଏବଂ ସେଥିରେ ଅଧା କପ ସୋରିଷ ତେଲ ଦିଅନ୍ତୁ । ତା ପରେ ଆପଣ ସେହି ତେଲକୁ ହାଲକା ଗରମ କରି ନିଅନ୍ତୁ ଅଳ୍ପ ଗରମ କରିବା ପରେ ଗ୍ୟାସ କୁ ବନ୍ଦ କରି ଦିଅନ୍ତୁ । ତା ପରେ ଏହାକୁ ହାଲାକା ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ , ସୋରିଷ ତେଲ ଅଳ୍ପ ଥଣ୍ଡା ହୋଇଯିବା ପରେ ଆପଣ ଏଥିରେ ଝୁଣା ମିଶାନ୍ତୁ । ଅଳ୍ପ ଝୁଣା ମିଶାନ୍ତୁ , ଏମିତି 4 ରୁ 5 ଖଣ୍ଡ ଝୁଣା ମିଶାଇ ଏହି ତେଲକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଆପଣ ମାନେ ଦେଖିପାରୁଥିବେ ଗରମ ସୋରିଷ ତେଲରେ କିପରି ଝୁଣା ଭଲ ଭାବରେ ମିକ୍ସ ହୋଇଯାଇଛି । ବର୍ତ୍ତମାନ ଏହି ଝୁଣା ତେଲ ପ୍ରସ୍ତୁତ , ଏବେ ଅନ୍ୟ ଏକ ପାତ୍ରକୁ ସେହି ତେଲ ଢାଳି ନିଅନ୍ତୁ ।

ଏହାପରେ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ପଡିବ ପିଆଜ , ପିଆଜର ଗନ୍ଧ ଅଧିକାଂଶ ଲୋକଙ୍କୁ ଭଲ ଲାଗି ନଥାଏ । ମଶାଙ୍କୁ ମଧ୍ୟ ଏହାର ଗନ୍ଧ ପସନ୍ଦ ହୋଇ ନଥାଏ , ସେଥିପାଇଁ ଆଜି ଏହି ହୋମ ରେମିଡିରେ ପିଆଜର ପ୍ରୟୋଗ ନିଶ୍ଚୟ କରନ୍ତୁ । ଏଥିପାଇଁ ଆପଣ ମାନେ ଏକ ପିଆଜ ନିଅନ୍ତୁ , ତାହାକୁ ଏହିପରି ଦୁଇ ସାଇଡ୍ ରୁ କାଟି ନିଅନ୍ତୁ । ଏକ ଛୁଞ୍ଚି ସୂତା ସାହାର୍ଯ୍ୟରେ ଏହିପରି ଭାବରେ ଗୁନ୍ଥି ଦିଅନ୍ତୁ ।

ବ୍ୟବହାର ପ୍ରଣାଳୀ :-

ପାତ୍ରରେ ରଖାଯାଇଥିବା ଝୁଣା ତେଲ ରେ ଏହି ପିଆଜକୁ ଭଲ ଭାବରେ ବୁଡାଇ ଦିଅନ୍ତୁ , ତୁଳା ସାହାର୍ଯ୍ୟରେ ମଧ୍ୟ ପିଆଜ ର ଉପର ଅଂଶରେ ଏହି ତେଲକୁ ଲଗାଇ ପାରିବେ । ଏବେ ଆପଣ ଏହାକୁ ଆପଣଙ୍କ ରୁମ ରେ ବା ଆପଣଙ୍କ ଘରେ ବା ଯେକୌଣସି ଜାଗାରେ ମଶା ଅଧିକ ହେଉଛନ୍ତି ସେହି ଜାଗାରେ ଏହାକୁ ଝୁଲାଇ ଦିଅନ୍ତୁ । ଏହାର ଗନ୍ଧ ଏତେ କର୍କଶ ଯେ ଗୋଟିଏ ବି ମଶା ଆପଣଙ୍କ ଘରେ ଦେଖାଯିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।