ଆମ ଘର ମାନଙ୍କରେ ଏବେ ତ ମଶା ବହୁତ ଦେଖିବାକୁ ମିଳୁଛନ୍ତି ଆଉ ଆମେ ଜାଣିଛୁ ମଶା କାମୁଡ଼ିବା ଯୋଗୁ ଡେଙ୍ଗୁ,ମ୍ୟାଲେରିଆ ପରି ଭୟାନକ ରୋଗ ହେଇଥାଏ ।ତେଣୁ ଆମେ ମଶା ଦାଉରୁ ମୁକ୍ତି ପାଇବା ପାଇଁ ବହୁତ କିଛି ଉପାୟ ଆପଣେଇ ଥାଉ ।ଯେପରି କିଛି ଔଷଧର ସିଞ୍ଚନ କରିବା,ଇଲେକ୍ଟ୍ରୋନିକ ଉପାୟ ଆପଣେଇବା ତେବେ ଏସବୁ ଉପାୟରେ ବ୍ୟବହାର କଲେ ଆମେ ମଶାକୁ ବାହାର କରିଦେଉ କିନ୍ତୁ ଏହାର ସାଇଡ ଇଫେକ୍ଟରେ ଆମ ଶରୀର ଆହୁରି ଅସୁସ୍ଥ ହେଇଯାଏ ।
ତେବେ ବନ୍ଧୁ ଆମେ ଆଜି ଏମିତି ଗୋଟିଏ ଉପାୟ କହିବୁ ଯାହା ଖୁବ ସହଜରେ ଆପଣ ପାଇ ପାରିବେ ଓ ତାହାର ବ୍ୟବହାର କଲେ କିଛି ସାଇଡ ଇଫେକ୍ଟ ଦେଖାଯିବ ନାହିଁ ।ତେବେ ଏହି ଉପାୟ ଆପଣ ନିଜ ଘରେ ହିଁ ପ୍ରସ୍ତୁତ କରି ପାରିବେ ତେଣୁ ଆସନ୍ତୁ ଜାଣିବା ସେହି ଉପାୟର ପ୍ରସ୍ତୁତି ସମ୍ୱନ୍ଧରେ ।
1.ଆବଶ୍ୟକ ସାମଗ୍ରୀ
-ନିମ୍ବ ପତ୍ର
-ରାଶି ତେଲ
-କର୍ପୂର ଗୁଣ୍ଡ
2.ପ୍ରସ୍ତୁତି ପ୍ରଣାଳୀ
-ପ୍ରଥମେ ଆପଣ କିଛି ନିମ୍ବ ପତ୍ର ନିଅନ୍ତୁ ଆଉ ସେଗୁଡିକ ଡେମ୍ପରୁ ଅଲଗା କରି ଭଲକରି ଧୋଇ ଶୁଖାଇ ନିଅନ୍ତୁ ।ଏବେ ସେହି ପତ୍ର ଗୁଡିକୁ ଗ୍ରାଣ୍ଡିଂ କରି ଗୁଣ୍ଡ ପ୍ରସ୍ତୁତ କରନ୍ତୁ ।
-ତାପରେ ଆପଣ କିଛି ରାଶି ତେଲ ନିଅନ୍ତୁ, ଯଦି ରାଶି ତେଲ ପାଉ ନାହାନ୍ତି ତାହେଲେ ସୋରିଷ ତେଲ ବା ନଡ଼ିଆ ତେଲ ବି ନେଇ ପାରିବେ ।ତେବେ ରାଶି ଟେଲ୍ରୁ ଦେଡ଼ କପ ଗୋଟିଏ ପାତ୍ରରେ ରଖନ୍ତୁ ଆଉ ସେଥିରେ ସେହି ଗୁଣ୍ଡ ନିମ୍ବ ପତ୍ର ଗୁଡିକୁ ପକାନ୍ତୁ ଆଉ ତାକୁ ଗ୍ୟାସରେ 5ରୁ 6 ମିନିଟ ଯାଏ ଫୁଟାନ୍ତୁ, ତେବେ ଆପଣ ଦେଖି ପାରିବେ ନିମ୍ବ ପତ୍ରରେ ଥିବା ସବୁ ଉପାଦାନ ସେହି ତେଲରେ ମିଶି ଯାଇଥିବ ।ତାପରେ ଗ୍ୟାସ ବନ୍ଦ କରିଦେଲା ପରେ ତାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ।
-ଥଣ୍ଡା ହେଇଗଲା ପରେ ସେହି ତେଲରେ ଗୋଟିଏ ଚାମଚ କର୍ପୂର ଗୁଣ୍ଡ ପକାନ୍ତୁ ଏବଂ ତାକୁ ଭଲକରି ମିଶାନ୍ତୁ ।
3.ବ୍ୟବହାର
-ତେବେ ଏହାର ବ୍ୟବହାର ପାଇଁ ଗୋଟିଏ କାଚ ବୋଟଲ ନିଅନ୍ତୁ ଆଉ ସେଥିରେ ସେହି ତେଲକୁ ପୁରେଇ ଦିଅନ୍ତୁ ।ତେବେ ସେହି ବୋତଲର କେପରେ ଗୋଟିଏ କଣା କରି ସେଥିରେ ଗୋଟିଏ ସଲିତା ପୁରେଇ ଦିଅନ୍ତୁ ।ଆଉ ସେଥିରେ ନିଆଁ ଲଗରୀ ଦେଇ ଘରର ଗୋଟିଏ ଜାଗାରେ ରଖି ଦିଅନ୍ତୁ ଦେଖିବେ ଘରେ ଆଉ ମଶା ଦେଖିବାକୁ ମିଳିବେ ନାହିଁ ।ସେହି ତେଲ ଜଳିବା ଯୋଗୁ ତାର ସ୍ମେଲରେ ମଶା ଘର ଛାଡ଼ି ପଳେଇ ଯାଆନ୍ତି।
ତେଣୁ ଯଦି ଆପଣ ମାନେ ମଶା ଦାଉରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଏହି ଉପାୟ ଆପଣେଇ ଦେଖି ପାରିବେ ଏହାର ଚମତ୍କାରିତା । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।