ଗୁପ୍ତ ସମସ୍ୟା – ମାସିକ ଧର୍ମ ସମୟରେ କରନ୍ତୁ ଏହି ସବୁ କାମ, ଭିକାରି ବି ହୋଇଯିବ ମାଲାମାଲ

0

ମାସିକ ଧର୍ମ ମହିଳା ମାନଙ୍କରଏକ ସାମାନ୍ୟ ପ୍ରକ୍ରିୟା ଅଟେ , କିନ୍ତୁ ମାସିକ ଧର୍ମ କୁ ନେଇ ଏମିିତି କିଛି ଚିନ୍ତାଧାରା ଅଛି ଯାହାକୁ ମହିଳାମାନେ ସତ ମାନିଥାନ୍ତି । କିନ୍ତୁ ଏଭଳି ଚିନ୍ତାଧାରା ସମ୍ପୂର୍ଣ୍ଣ ଭୁଲ ଅଟେ । ପ୍ରତ୍ୟେକ ଝିଅ ମାନଙ୍କୁ ଏହା ଜାଣିବା ଆବଶ୍ୟକ ଯେ ପିରିୟଡ୍ସ ଏକ ସାମାନ୍ୟ ଜୈବିକ ପ୍ରକ୍ରିୟା ଅଟେ । କିନ୍ତୁ ଅନେକ ମହିଳା ମାନଙ୍କ ମନରେ ଏହି ପ୍ରଶ୍ନ ଆସିଥାଏ , ଯେ ମାସିକ ଧର୍ମ ସମୟରେ ପୂଜା ଅର୍ଚ୍ଚନା ବା ଅନ୍ୟ ସବୁ କାର୍ଯ୍ୟ କରିବା ଠିକ୍ ହୋଇଥାଏ ନା ଭୁଲ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ଗୁଡିକ ବିଷୟରେ , ଯାହାକୁ ମାସିକ ଧର୍ମ ସମୟରେ କରିବା ବେଳେ ବିଲକୁଲ ମଧ୍ୟ ଟେନସନ ନହେବା ଉଚିତ୍ ।

1. ଗଛରେ ପାଣି ନଢାଳିବା :-

ଆପଣମାନେ ସାଧାରଣତଃ ବୃଦ୍ଧ ମାନଙ୍କ ଠାରୁ ଏହା କହିଥିବାର ଶୁଣିଥିବେ ଯେ ମାସିକ ଧର୍ମ ସମୟରେ ଗଛ ପତ୍ର ଠାରୁ ଦୂରେଇ ରହିବା ଉଚିତ୍ । ଗଛ ମୂଳେ ପାଣି ଭୁଲରେ ମଧ୍ୟ ନଢାଳିବା ଉଚିତ୍ । ଏହିପରି କରିବା ଦ୍ୱାରା ଗଛପତ୍ର ଶୁଖିଯାଇଥାଏ , କିନ୍ତୁ ଏହା ଭୁଲ ଅଟେ । ଏହା ଏକ ଅନ୍ଧବିଶ୍ୱାସ ଅଟେ , ଏହିପରି କିଛି ମଧ୍ୟ ହୋଇ ନଥାଏ ।

2. ଆଚାରରେ ହାତ ନଲଗାଇବା :-

ମାସିକ ଧର୍ମ ସମୟରେ ଆଚାରକୁ ଛୁଇବା ଦ୍ୱାରା , ଆଚାର ଖରାପ ହୋଇଯାଏ ତେବେ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ । ଏପରି କିଛି ମଧ୍ୟ ହୋଇ ନଥାଏ , ଆମେ ସମସ୍ତେ ଇଶ୍ୱରଙ୍କ ରଚନା ଅଟୁ ଏବଂ ଆମ ଶରୀରରେ ଯାହାକିଛି ପରିବର୍ତ୍ତନ ହୋଇଥାଏ , ସେସବୁ ଭଗବାନଙ୍କ ର ହିଁ ଦାନ ଅଟେ । ମହିଳା ମାନଙ୍କର ମାସିକ ଧର୍ମ ମଧ୍ୟ ପ୍ରକୃତିର ଦାନ ଅଟେ , କୌଣସି ମହିଳାର ମା ବନିବା ତାର ମାସିକ ଧର୍ମ ସହିତ ଯୋଡି ହୋଇ ରହିଥାଏ ।

3. ପୂଜା ନକରିବା :-

ପିରିୟଡ୍ସ ସମୟରେ ପୂଜା ନକରିବା ଏକ ଅନ୍ଧବିଶ୍ୱାସ ଅଟେ , ଏହି ଅନ୍ଧ ବିଶ୍ୱାସ ଆମ ମାଇଣ୍ଡରେ ତାର ଚେର ଏତେ ମଜବୁତ କରିଦେଇଛି ଯେ ଏହାର ଭୁଲ କିମ୍ୱା ଠିକ୍ ହେବା ପ୍ରତି ଆମେ ଧ୍ୟାନ ଦେଇ ନଥାଉ । ପିଲା ଦିନରୁ ହିଁ ଝିଅ ମାନେ ଏହି ନିୟମ ପାଳିଆସୁଛନ୍ତି , ଏ କ୍ଷେତ୍ରରେ ସେମାନଙ୍କୁ ଭୁଲ ହେଲା ଭଳି ଲାଗି ନଥାଏ ।

ତେଣୁ ମାସିକ ଧର୍ମ ସମୟରେ ଆପଣ ଗଛରେ ପାଣି ଦେଇ ପାରିବେ କିମ୍ୱା ଠାକୁର ପୂଜା ମଧ୍ୟ କରିପାରିବେ । ଏଥିରେ କିଛି ମଧ୍ୟ ଅସୁବିଧା ନାହିଁ , ଏହା ଇଶ୍ୱରଙ୍କ ଦାନ ଅଟେ । ତେଣୁ ଆପଣ ମାନେ ଏଭଳି ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ନହୋଇ , ଆପଣ ମାନେ ନିସନ୍ଦେହରେ ଏହି ସବୁ କାର୍ଯ୍ୟ କରିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।