ମାର୍ଗଶିର ମାସ ପ୍ରଥମ ଗୁରୁବାର କିନ୍ତୁ ମାଣ ବସିବ ନାହିଁ। ମାଙ୍କ ପୂଜା କିପରି କରିବେ ଚିତା ପଡ଼ିବ କି ନାହିଁ ଭୋଗ ଲଗାଇବେ କି ନାହିଁ ଏମିତି ବହୁତ୍ କିଛି ପ୍ରଶ୍ନ ମନ ଭିତରକୁ ଆସିଥାଏ। ତେବେ ଆମେ ଆଜି ଆପଣଙ୍କୁ ମାର୍ଗଶିର ମାସର ପ୍ରଥମ ଗୁରୁବାରର ନୀତି ନିୟମ ବାବଦରେ କହିବୁ।
୧.ଗୁରୁବାର ଦିନ ଚିତା ପକାଇବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ତେଣୁ ଆପଣ ବୁଧବାର ଦିନ ଘର ଭଲ ଭାବରେ ଲିପା ପୋଛା କରି ଦିଅନ୍ତୁ ଆଉ ଗୁରୁବାର ଦିନ ଭୋର ସକାଳୁ ଉଠି ସ୍ନାନ କରି ଆପଣଙ୍କ ଦୁଆର ବନ୍ଧରେ ହଳଦୀ ଚନ୍ଦନ ସିନ୍ଦୂର ଲଗାଇ ଆମ୍ବ ପତ୍ରର ତୋରଣ ଯଦି ସୁବିଧା ହେଉଛି ଲଗାଇ ଦିଅନ୍ତୁ। ଆଉ ଚିତା ମଧ୍ୟ ପକାଇ ପାରିବେ।
୨. ଆମ ଠାକୁର ଘରେ ଯେଉଁ ମା ଲକ୍ଷ୍ମୀଙ୍କର ପ୍ରତିମା ରହିଛି ତାହା ହେଉଛି ଆମ ଗୃହ ଲକ୍ଷ୍ମୀ। ତେଣୁ ମାଙ୍କୁ ଆମେ ନିଜ ହତାରେ ଅର୍ଣ୍ଣ ରୋଷେଇ କରି ଭୋଗ ଲଗାଇବା ଉଚିତ୍। ତେବେ ଆପଣ ଭୋଗ ନିଶ୍ଚିତ ଲଗାନ୍ତୁ ତାହା ବି ପୁଣି ନିଜେ ରୋଷେଇ କରି। ଏହା କେବଳ ମାର୍ଗଶିର ମାସ ଗୁରୁବାରରେ ନ କରି ଆପଣ ବର୍ଷର ପ୍ରତ୍ୟେକ ଗୁରୁବାର ଦିନ ଏପରି କରନ୍ତୁ। ଗୁରୁବାର ଦିନ ମହିଳା ମାନେ ମୁଣ୍ଡ ଧୋଇ ଅରୁଆ ଖାଇକି ରହିବେ ଏବଂ ଯେଉଁ ଅର୍ଣ୍ଣ ରୋଷେଇ କରିରେ ଅରୁଆ ଅର୍ଣ୍ଣ ବା ଖେଚୁଡ଼ି ତାକୁ ପ୍ରଥମେ ମାଙ୍କ ପାଖରେ ଭୋଗ ଲଗାଇ ସେହି ଭୋଗକୁ ନିଜେ ଗ୍ରହଣ କରନ୍ତୁ।
୩. ମା ଲକ୍ଷ୍ମୀ ସବୁବେଳେ ଚାହିଁ ଥାନ୍ତି କି ଘରର ମହିଳା ମାନେ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରୁହନ୍ତୁ ଚଳଚଞ୍ଚଳ ରୁହନ୍ତୁ ପୂଜା ପାଠ ଆଦିରେ ମନ ଦିଅନ୍ତୁ। ଏ ସବୁ କଲେ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି।
୪.ଘିଅ ଦେବତା ମାନଙ୍କ ଅତ୍ୟନ୍ତ ପ୍ରିୟ ତେଣୁ ପ୍ରସାଦ ଉପରେ ସବୁ ବେଳେ କଞ୍ଚା ଘିଅ ନିଶ୍ଚିତ ପକାନ୍ତୁ ଏହା ସହିତ ମାଙ୍କ ପାଖରେ ପଣା ମଧ୍ୟ ଭୋଗ ଲଗାନ୍ତୁ। ଭୋଗରେ ବେଲପତ୍ର ଦେଇ ପାରିବେ ଯଦି ବେଲ ପତ୍ର ନାହିଁ ତେବେ ଫୁଲରେ ପାଣି ଛଡେଇ ପାରିବେ।
୫. ଆପଣ ମାଙ୍କୁ ପ୍ରତିଦିନ ଯେମିତି ପୂଜା କରନ୍ତି ସେମିତି ହିଁ ପୂଜା କରାନ୍ତୁ ଖାଲି ଅଧିକ ଆପଣ ମାଙ୍କୁ ସ୍ନାନ କରାଇ ଦେବେ। ନଚେତ୍ ପଞ୍ଚାମୃତ ମାଙ୍କ ଉପରେ ସିଞ୍ଚନ କରାନ୍ତୁ। ବସ୍ତ୍ର ମଧ୍ୟ ପରିବର୍ତ୍ତନ କରି ପାରିବେ।ଝୁଣା ମାଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ ତେଣୁ ଆପଣ ମାଙ୍କ ଆଳତୀ ଝୁଣାରେ ହିଁ କରାନ୍ତୁ। ଏହା ସହିତ ଆପଣ ପ୍ରଥମ ଗୁରୁବାର ଦିନ ଲକ୍ଷ୍ମୀ ପୁରାଣ ମଧ୍ୟ ପାଠ କରି ପାରିବେ। ସେମିତି କିଛି ବାରଣ ନାହିଁ କି ଆପଣ ପ୍ରଥମ ଗୁରୁବାର ଦିନ ମାଣ ବସୁ ନାହିଁ ମାନେ ଆପଣ କିଛି କରିବେନିଆପଣ ମାଙ୍କୁ ଯେମିତି ପାରିବେ ଭକ୍ତିର ସହିତ ଉପାସନା କରି ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।