ମାଟି ଭର୍ତି ଟ୍ରାକ୍ଟର ଖୋଲିବା ସମୟରେ ଅଚାନକ ବାହାରିଲା ଏମିତି ଜିନିଷ, ଦେଖି କରି ହୋଇଯିବେ ହେରାନ…

0

ମଣିଷ ଯେତେବେଳେ କୌଣସି ଜିନିଷ ମାଗଣାରେ ମିଳୁଥିବାର ଜାଣିବାକୁ ପାଇ ଥାଏ, ସେତେବେଳେ ସେହି ଜିନିଷ ପ୍ରତି ତାର ଏକ ସ୍ବତନ୍ତ୍ର ଆଗ୍ରହ ବଢ଼ିଥାଏ ତାହା ପାଇବାକୁ। କାରଣ ସେ ଏହାକୁ ମାଗଣାରେ ଅଧିକ ପରିମାଣରେ ଆଣି ପାରିବ। ଆପଣ ଦେଖୁଥିବେ ଅଧିକାଂଶ ସମୟରେ ରାସ୍ତା ରେ ମାଲ୍ ବାହି ଟ୍ରକ୍ ଗୁଡ଼ିକ ଅନେକ ଖାଦ୍ୟ ପାନୀୟ ନେଇ ଯାଉଥିବା ସମୟରେ ଯେତେବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥାଏ ଓ ଓଲଟି ପଡ଼ିଥାଏ, ସେହି ସମୟରେ ସ୍ଥାନୀୟ ଲୋକେ ଏହାର ଫାଇଦା ଉଠାଇ ଥାଆନ୍ତି।ଏବଂ ଅଣ୍ଡା, କୁକୁଡ଼ା, ଥଣ୍ଡା ପାନୀୟ, ଅଟା ଆଦି ଜିନିଷ କୁ ମନ ଇଚ୍ଛା ବୋହି ଆଣି ନିଜ ଘରକୁ ନେଇ ଆସନ୍ତି। ଯାହାର ଚିତ୍ର ଆପଣ ବହୁତ୍ ସମୟରେ ଦେଖିବାକୁ ପାଉଥିବେ।

ତେବେ ସେହିଭଳି ଭାବରେ ଆପଣ ବେଳେବେଳେ ଶୁଣି ବାକୁ ପାଉଥିବେ ଯେ ମୂଲ୍ୟବାନ ଧାତୁ କେତେବେଳେ ଆକାଶରୁ ଖସୁ ଥିବାର ତ ପୁଣି କେତେବେଳେ ନଦୀ ବାଲି ରୁ ମିଳୁ ଥିବାର। ଯାହାକୁ ଲୋକେ ଉତ୍ସୁକତା ର ସହ ଗୋଟାଇ ବାରେ ଲାଗି ପଡିଥାନ୍ତି ଏବଂ ଏହାକୁ ପାଇବା ପାଇଁ ଆପ୍ରାଣ ଉଦ୍ୟମ ମଧ୍ୟ କରିଥାନ୍ତି। ସେହିଭଳି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ଉତ୍ତରପ୍ରଦେଶ ର ସାଭଳି ଜନପଥ ରୁ ଏହି ମାମଲା ଟି ସାମ୍ନା କୁ ଆସିଛି। ଯେଉଁଠି ନିକଟରେ ଥିବା ଏକ ଖେତ ରୁ ସୁନା ଓ ଚାନ୍ଦି ର କିଛି ମୁଦ୍ରା ଲୋକଙ୍କୁ ହସ୍ତଗତ ହେବା ଖବର ଚାରିଆଡେ ଖେଳି ଯାଇଛି। ଯାହା ପରେ ସେଠାରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି।

କୁହା ଯାଉଅଛି କି ଯେତେବେଳେ ଏହି ଖେତ ରୁ ବାଲି ମାଟି ଟ୍ରାକ୍ଟର ରେ ଲୋଡ କରା ଯାଉଥିଲା,ସେହି ସମୟରେ ସୁନା ଓ ଚାନ୍ଦୀ ର କିଛି ମୁଦ୍ରା ମିଳିଥିଲା।ଏହାପରେ ଏହି ଖବର ସ୍ଥାନୀୟ ଅଞ୍ଚଳରେ ବେଶ୍ ଭାଇରାଲ ହେଲା। ଗ୍ରାମ ଲୋକେ ସେଠାରେ ଆସି ଏକଜୁଟ ହେଲେ। ସେମାନେ ମଧ୍ୟ ଏହାକୁ ଖୋଜିବାରେ ଲାଗିଲେ। ଆସ୍ତେ ଆସ୍ତେ ସେହି ଖେତ ରେ ଭିଡ ଜମିବାରେ ଲାଗିଲା। କିନ୍ତୁ ଏହାକୁ ନେଇ ଯେତେବେଳେ ଜମି ମାଲିକଙ୍କୁ ପଚରା ଯାଇଥିଲା ସେତେବେଳେ ସେ କହିଥିଲେ ସେ କେବେବି ଏଭଳି ମୁଦ୍ରା ପାଇ ନାହାନ୍ତି ଏବଂ ସେ ଏ ବିଷୟରେ ଜାଣି ନଥିଲେ ମଧ୍ୟ। କିନ୍ତୁ ହଠାତ୍ ସେହି ଜମିରୁ ଏମିତି ମୂଲ୍ୟବାନ ମୁଦ୍ରା ମିଳିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ପରେ ପୋଲିସ ଆସି ସେହି ସ୍ଥାନରେ ପହଞ୍ଚିଥିଲା। ଏବଂ ଘଟଣାର ତଦନ୍ତ କରିଥିଲା।ପରେ ଜଣା ପଡିଥିଲା କି ଏହି ମୁଦ୍ରା ସବୁ ନକଲି ଥିଲା।ଏହି ମୁଦ୍ରା ଗୁଡ଼ିକ ମୋଗଲ ସମୟର ମୁଦ୍ରା ବୋଲି କୁହା ଯାଉଛି କାରଣ ଏଥିରେ ଉର୍ଦ୍ଧୁ ଅକ୍ଷରରେ ଲେଖା ରହିଛି।ଏହାପରେ ପ୍ରଶାସନ ମୁଦ୍ରା ପାଇଥିବା ଲୋକଙ୍କୁ ଡାକି ପଚରା ଉଚରା କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।