ମାତ୍ର ୩ ବର୍ଷର ପିଲାକୁ ନାଗ ସାପ କାମୁଡ଼ି ଦେଲାପରେ କ୍ଷୀର, ଧୂପ ଦେଇ କଲେ ପୂଜା…ଦେଖନ୍ତୁ ଅଜବ ଭିଡ଼ିଓ

ବର୍ତ୍ତମାନ ସମୟରେ ଲୋକମାନେ ଶିକ୍ଷା ଅର୍ଜନ କରି ଏକ ସଭ୍ୟ ସମାଜ ଆଡ଼କୁ ଗତି କଲେଣି, ମୋଟାମୋଟି ଭାବରେ କହିବା ପାଇଁ ଗଲେ ମଣିଷ ଆଧୁନିକତାର ଶୀର୍ଷରେ ପହଞ୍ଚି ସାରିଲେଣି। କିନ୍ତୁ ଆଜିବି ସମାଜରେ ଲୋକ ମାନଙ୍କ ମଧ୍ୟରେ ଅନ୍ଧ ବିଶ୍ୱାସ ଭରି ରହିଛି। ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ସମସ୍ତଙ୍କ ପାଖରେ ଶିକ୍ଷା ଟେଲିଭିଜନ ଭଳି ଏକ ବଳିଷ୍ଠ ମାଧ୍ୟମ ଥିଲେ ମଧ୍ୟ, ଲୋକ ମାନେ ଏହି ଭଳି ଅନେକ ଅନ୍ଧ ବିଶ୍ଵାସରେ ବୁଡି ରହିଛନ୍ତି। ଆପଣ ମାନେ ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଏହି ଅନ୍ଧବିଶ୍ୱାସର ଜ୍ୱଳନ୍ତ ଚିତ୍ର ଦେଖିଥିବେ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅନ୍ଧବିଶ୍ୱାସର ଏଭଳି କିଛି ଦୃଶ୍ୟ ଦେଖାଇବୁ ଆପଣ ମାନେ ଦେଖିଲା ପରେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ବନ୍ଧୁଗଣ ଏହି ଘଟଣାଟି ହେଉଛି, ଛୋଟ ପିଲାକୁ ସାପ କାମୁଡିଛି, ହେଲେ ଗାଁ ଲୋକଙ୍କ ବିଶ୍ଵାସ ସାପକୁ ରଖି କ୍ଷୀର ପିଇବା ପାଇଁ ଦେଲେ, ପିଲା ଭଲ ହୋଇଯିବ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ସୂଚନା ଅନୁସାରେ ଏଭଳି ଏକ ଘଟଣା ଯାଜପୁର ଜିଲ୍ଲାର ଏକ ଗାଁରେ ଦେଖିବା ପାଇଁ ମିଳିଛି। ୩ ବର୍ଷର ଜଣେ ପୁଅ ପିଲା, ନିଜର ପାଠ ପଢା ସାରି ଖେଳୁଥିଲା, ମାଆ ଏପଟେ ଗାଧୋଉ ଥିଲେ, ଏହା ପରେ ହଠାତ ପିଲାର ଚିତ୍କାର ଶୁଭିଲା ତାପରେ ମାଆ ଆସି ଦେଖିଲେ, ପିଲାକୁ ଏକ ନାଗ ସାପ କାମୁଡି ଦେଇଛି। ଏହାପରେ ତୁରନ୍ତ ପିଲାଟିର ମାଆ ଅନ୍ୟ ସବୁ ଘୋର ଲୋକଙ୍କୁ ଡାକି ପିଲାଟିକୁ ହସ୍ପିଟାଲ ନେଇଯାଇଥିଲେ, ସେ ପିଲାଟି ବର୍ତ୍ତମାନ ଚିକିତ୍ସିତ ଅବସ୍ଥାରେ ହସ୍ପିଟାଲ ରେ ଅଛନ୍ତି। ଏପଟେ ପରିବାର ଲୋକେ ପିଲାଟିକୁ ସାପଟି ଯେଉଁ ସ୍ଥାନରେ କାମୁଡିଥିଲା, ସେହି ସ୍ଥାନରେ ମାଟି ଖୋଳିବା ପରେ ସାପ ବାହାରିଥିଲା। ପିଲାଟିର ବାପା ସାହାସର ସହିତ ସାପଟିକୁ ଧରିଥିଲେ।

ଏହା ପରେ ନାଗ ସାପଟିକୁ ଏକ ଡ୍ରମ ଭିତରେ ଭର୍ତି କରାଯାଇଥିଲା। ଏହାପରେ ଗାଁର ପୂଜକଙ୍କ ପ୍ରେରଚନାରେ ସାପଟିକୁ ଧୂପ ଦୀପ ଦେଇ ତାଙ୍କୁ ପୂଜା କରି କ୍ଷୀର ପିଇବା ପାଇଁ ଦେଉଥିଲେ। ସେମାନଙ୍କ ବିଶ୍ୱାସ ଯେ ସାପଟି ଯଦି ବଞ୍ଚିରହିବ ତାହାଲେ ତାଙ୍କ ପିଲା ମଧ୍ୟ ବଂଚି ରହିବ। ଏହା ପରେ ସ୍ନେକ ହେଲ୍ପ ଲାଇନ ଅଧିକାରୀ ମାନେ ଆସି ସାପଟିକୁ ଉଦ୍ଧାର କରିବା ପାଇଁ ଆସିଥିଲା, କିନ୍ତୁ ସମଗ୍ର ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ସାପ ନ ନେବା ପାଇଁ ଅନୁରୋଧ କରିଥିଲେ। ପିଲାଟି ଭଲ ହୋଇଗଲା ପରେ ସାପ ଛାଡ଼ି ଦେବେ ବୋଲି କହିଥିଲେ। କିନ୍ତୁ ଏହାପରେ ଗାଁ ଲୋକଙ୍କୁ ସ୍ନେକ ହେଲ୍ପ ଲାଇନ ଅଧିକାରୀ ମାନେ ବୁଝାଇ ସୁଝାଇ ସାପଟିକୁ ନେଇଯାଇଥିଲେ। ତେବେ ଏପଟେ ପିଲାଟି ହସ୍ପିଟାଲରେ ଚିକିତ୍ସା ହେଉଛି। ଆପଣ ମାନେ ସମସ୍ତେ ଆଶୀର୍ବାଦ କରନ୍ତୁ, ପିଲାଟି ସୁସ୍ଥ ହୋଇଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment