ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯେଉଁଥିରେ ଅନେକ କିଛି କଥା ଆମକୁ ଶିଖିବାକୁ ମଧ୍ୟ ମିଳିଥାଏ | ଯାହା ଆମକୁ ବିଭିନ୍ନ କାର୍ଯ୍ୟ ରେ ସାହାଯ୍ୟ କରିଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ମାଟି ଓ କାଦୁଅ ରେ ରେ ସହଜ ଉପାୟରେ କେଉଁ ଭଳି ଭାବରେ ଆମେ ମାନେ ଚୁଲି ତିଆରି କରିବା ଆଉ ଆମର ରୋଷେଇ କାର୍ଯ୍ୟ କୁ କରି ପାରିବା ସେ ବିଷୟରେ ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ ଆମେ ମାନେ ଜାଣିବା ସହଜ ଉପାୟରେ କମ ସମୟ ରେ ରୋଷେଇ କରିବା ପାଇଁ ଚୁଲା ପ୍ରସ୍ତୁତ ପ୍ରଣାଳୀ ବିଷୟରେ | ଆଉ ସେଥିପାଇଁ ଆମ ମାନଙ୍କୁ ଆବଶ୍ୟକ ପଡିବ ତାହା ହେଉଛି କିଛି ଇଟା | ତେବେ ଇଟା କୁ ପ୍ରଥମେ ଆୟତକାର କ୍ଷେତ୍ର ଭଳିଆ ବସାଇ ଦେବା କିନ୍ତୁ ତାହା ର ଗୋଟିଏ ପାଖ ଫାଙ୍କା ରଖିବା ଯେପରେ ଆମେ ସେହି ପଟ ଦେଇ ଜାଳେଣି କୁ ପୁରେଇ ପାରିବା | ଆଉ ତାହା ପରେ ଆପଣ ମାନେ ଦୁଇଟି ଲେଖାଏ ଇଟା ର ଥାକ ଦେଇଦେବେ |
ତାହା ପରେ ସେହି ଇଟା କୁ ଆପଣ ମାନେ ସଜାଇ ରଖିଦେବେ ଓ ଅନ୍ୟ ପଟେ ମାଟି ଓ କାଦୁଅ କୁ ନେଇକି ଏକ ମଣ୍ଡ ଆକାରରେ ପେଷ୍ଟ ପ୍ରସ୍ତୁତ କରିବା | ତାହା ପରେ ଇଟା କୁ ବସାଇ ସେହି ମଣ୍ଡ କୁ ଇଟା ଉପରେ ଭଲ ଭାବରେ ପ୍ଳାଷ୍ଟର କରିବା ଯେମିତି ଇଟା ଗୁଡିକୁ ଭଲ ଭାବରେ ଜୋଏଣ୍ଟ କରିକି ରଖିବ ସେହି କାଦ ଗୁଡିକ | ତେବେ ଆପଣ ମାନେ ମନେ ରଖିବେ କି ଚୁଲି ର ଉପରେ ଛୋଟ ଛୋଟ ମୁହଁ କରିବେ ଯେମିତି ତାହା ଉପରେ ରୁଷେଇ କରିବା ପାଇଁ ସାମଗ୍ରୀ ଗୁଡିକ ବେଶ ଭଲ ଭାବରେ ବସି ପାରିବ |
ଆଉ ତାହା ପରେ ସୁନ୍ଦର ଭାବରେ ଏକ ଚୁଲା କୁ ପ୍ରସ୍ତୁତ କରିବେ ଓ ତାହା କୁ ଏମିତି ମାଟି ଆଉ କାଦୁଅ ର ସାହାଯ୍ୟ ରେ କରିବେ ଯାହାକୁ ଆପଣ ମାନେ ରୁଷେଇ ପାଇଁ ବ୍ୟବହାର କରି ପାରିବେ | କିନ୍ତୁ ଚୁଲା ଟି ପ୍ରସ୍ତୁତ ହୋଇ ସାରିବା ପରେ ତାହାକୁ ଶୁଖିବା ପାଇଁ କିଛି ସମୟ ଦେବେ | ଆଉ ଚୁଲା ଟି ସମ୍ପୂର୍ଣ୍ଣ ଭାବରେ ଶୁଖିଗଲା ପରେ ଆପଣ ମାନେ ରୋଷେଇ ଚୁଲା ଭାବରେ ବ୍ୟବହାର କରିପାରିବେ ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।