jitu das amrutabani – ମାତ୍ର ଗୋଟିଏ ମନ୍ଦାର ଫୁଲ ଆପଣଙ୍କୁ କରିବ ଧନୀ | କରନ୍ତୁ ଏହି ଉପାୟ…

ଦର୍ଶକ ବନ୍ଧୁ ଦୁନିଆରେ ବହୁତ ପ୍ରକାର ଫୁଲ ଅଛି ଯାହାର ନା ଏବଂ ସେ ଫୁଲ କେଉଁ ଭଗବାନ ଙ୍କୁ ଅର୍ପଣ କରାଯାଏ ତାହା ମଧ୍ୟ ଜାଣିଥିବେ | ହେଲେ କିଛି ଏମିତି ଫୁଲ ଯାହା ଆପଣଙ୍କ ଭାଗ୍ୟ ସହିତ ଜଡିତ ଅଛି ବୋଲି କୁହାଯାଏ | ତେବେ ଆଜି କାଲି ଦୁନିଆରେ ମଣିଷ ସବୁଠାରୁ ବେଶୀ ଗୁରୁତ୍ୱ ଦେଇଥାଏ ଟଙ୍କା ପଇସା ଉପରେ | ତାହାଲେ ଦର୍ଶକ ବନ୍ଧୁ ଆଜି କାଲି ଦୁନିଆରେ କିଏ ବା ଧନୀ ହେବାକୁ ନ ଚାହେଁ | ହେଲେ ସମସ୍ତ ଙ୍କ ଭାଗ୍ୟରେ ଧନୀ ହେବା ଖୁବ କମ ଲେଖା ଥାଏ | ସେଥିପାଇଁ ପାଇଁ ଦର୍ଶକ ବନ୍ଧୁ ଏହି ଉପାୟଟିକୁ କରନ୍ତୁ ଦେଖିବେ ଆପଣ ମଧ୍ୟ ଅତି ସହଜରେ ଧନୀ ହେଇଯିବ | ତାହାଲେ ଆସନ୍ତୁ ବନ୍ଧୁଗଣ ସେହି ଉପାୟ ବିଷୟରେ ଜାଣିବା |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଛନ୍ତି ପୂଜା ପାଠରେ ଅଲଗା ମହତ୍ୱ ରହିଥାଏ ତଥା କେଉଁ ଭଗବାନ ଙ୍କର କେଉଁ ଫୁଲ ପ୍ରିୟ ହେଇଥାଏ ଏବଂ କେଉଁ ଭଗବାନଙ୍କୁ କେଉଁ ଫୁଲ ଅର୍ପଣ କଲେ ସେ ପ୍ରସନ୍ନ ହେଇଥାନ୍ତି ଆସନ୍ତୁ ସେ ବିଷୟରେ ଜାଣିବା | ଦର୍ଶକ ବନ୍ଧୁ ଦୁନିଆର ସମସ୍ତ ଫୁଲ ମଧ୍ୟରୁ ମନ୍ଦାର ଫୁଲ ଅନ୍ୟତମ ଯାହାର ଅନ୍ୟନାମ ହେଉଛି ପାରିଜାତ ଫୁଲ | ତେବେ କୁହାଯାଏ ଯେ ଦେବୀ ଙ୍କ ପୂଜାରେ ନାଲି ରଙ୍ଗର ଫୁଲକୁ ଅଧିକ ମହତ୍ୱ ଦିଆଯାଏ ଏବଂ ଦେବତା ଙ୍କ ପୂଜାରେ ହଳଦୀ ରଙ୍ଗର ଫୁଲ କୁ | ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ମନ୍ଦାର ଫୁଲର ଚମତ୍କାରୀତା ବିଷୟରେ ଜାଣିବା |

1- କୁହାଯାଏ ଯେ ଦେବୀ ନବ ଦୁର୍ଗାଙ୍କୁ ମନ୍ଦାର ଫୁଲ ର ମାଳା ଅର୍ପଣ କରିବା ଅତ୍ୟନ୍ତ ଶୁଭ ହେଇଥାଏ | ତେବେ ଦେବୀ ନବ ଦୁର୍ଗା ଙ୍କୁ 9 ଟି,11ଟି, ବା 21 ଟି ମନ୍ଦାର ଫୁଲର ମାଳା ଅର୍ପଣ କରନ୍ତୁ | ଦେଖିବେ ଆପଣଙ୍କର ସମସ୍ତ ପ୍ରକାର ମନସ୍କମାନା ପୁରୁଣ ହେଇଯିବ | କାରଣ ମା ଦୁର୍ଗା ଓ ମା ଲଷ୍ମୀ ଙ୍କୁ ନାଲି ରଙ୍ଗର ମନ୍ଦାର ଫୁଲ ଅତି ପ୍ରିୟ ହେଇଥାଏ | ଏହା ବ୍ୟତୀତ ହନୁମାନଙ୍କୁ ମଧ୍ୟ ଏହି ନାଲି ମନ୍ଦାର ଅଧିକ ପସନ୍ଦ ଥାଏ |

2- ଯଦି ଆପଣ ମଙ୍ଗଳବାର ଦିନ ଏହି ମନ୍ଦାର ଫୁଲକୁ ହନୁମାନ ଙ୍କୁ ବା ନବଦୁର୍ଗା ଅର୍ପଣ କଲେ ବା ଶୁକ୍ରବାର ଦିନ ମା ଲଷ୍ମୀ ଙ୍କୁ ଅର୍ପଣ କଲେ ସମସ୍ତ ସୁଖ ସମୃଦ୍ଧି ଏବଂ ଧନ ସମ୍ପତି ଭଳି ସୁଖର ପ୍ରାପ୍ତି ହେଇଥାଏ, ଏହା ବ୍ୟତୀତ ଗ୍ରହ ପୀଡା ମଧ୍ୟ ଦୂର ହେଇଥାଏ |

3- ଏହା ବ୍ୟତୀତ ଯେଉଁମାନେ ନବଦୁର୍ଗା ବା ସୂର୍ଯ୍ୟନାରାୟଣ ଙ୍କ ଉପାସକ ଅଛନ୍ତି ସେମାନଙ୍କ ପାଇଁ ଏହି ନାଲି ମନ୍ଦାର ବହୁତ ଶୁଭ ହେଇଥାଏ | ତେବେ ଘରେ ଥିବା ଫୁଲ ତୋଡ଼ା ରେ ବା କଳସ ରେ ଯଦି ଆପଣ ଏହି ମନ୍ଦାର ଫୁଲ କୁ ରଖିବେ ତାହାଲେ ଆପଣଙ୍କ ଘରେ ସୁଖ ସମୃଦ୍ଧି ସଦାସର୍ବଦା ଲାଗି ରହିବା ସହିତ ଘରର ଏକତା ବନିରହିଥାଏ |

ତେବେ ଏହା ଥିଲା ମନ୍ଦାର କୁ କେଉଁ ଭଳି ଭାବରେ ଆମେ ବ୍ୟବହାର କରିଲେ ଆମ ଉପରେ ମା ଲକ୍ଷ୍ମୀ ଙ୍କର କୃପା ଦୃଷ୍ଟି ପଡିଥାଏ ସେ ବିଷୟରେ କିଛି କଥା ଯାହା ଆମ ପାଇଁ ଲାଭ ହୋଇଥାଏ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment