ମାତ୍ର ଗୋଟିଏ ସପ୍ତାହରେ ନିଜର କେଶ ସମସ୍ୟା କୁ କରନ୍ତୁ BYE BYE 100% ଗ୍ୟାରେଣ୍ଟି,, ଜାଣନ୍ତୁ କିପରି କରିବେ ଏହାର ପ୍ରସ୍ତୁତି ଓ ବ୍ୟବହାର

0

ଗୋଟିଏ ନାରୀର ସୌନ୍ଦର୍ଯ୍ୟ ତାର ସୁନ୍ଦର , ଘନ ଓ ଲମ୍ୱା କେଶ ହିଁ ହୋଇଥାଏ ଏବଂ ପ୍ରତ୍ୟେକ ନାରୀର କେଶ ହିଁ ତାର ସୌନ୍ଦର୍ଯ୍ୟକୁ ବଢାଇଥାଏ । କିନ୍ତୁ ଆଜିର ସମୟରେ ପ୍ରତ୍ୟେକ ମହିଳାଙ୍କର କେଶ ଜନିତ ସମସ୍ୟା , ଯେପରି କେଶ ଝଡିବା , ପତଳା ହୋଇଯିବା ପରି ଅନେକ ସମସ୍ୟାମାନ ଦେଖାଯାଉଛି । କେଶରେ ଏପରି ସମସ୍ୟା ମାନ ଦେଖାଯିବାର ଅନେକ କାରଣ ରହିଛି ।

କେଶ ଜନିତ ସମସ୍ୟାକୁ ଦୂର କରିବା ପାଇଁ ଅନେକ ପ୍ରକାର କସମେଟିକ ଅଏଲ ବ୍ୟବହାର କରିଥାଉ । କିନ୍ତୁ ସେଥିରେ ମଧ୍ୟ ଆସଫଳ ହୋଇଥାଉ , ଆଜି ଆମେ ଆପଣ ମାନଙ୍କୁ ଏମିତି ସରଳ ଏବଂ ସହଜ ଘୋରଇ ଉପାୟ ବିଷୟରେ କହିବୁ , ଯାହା ଆପଣଙ୍କ କେଶ ଝଡିବାକୁ କମ କରିବା ସହ କେଶକୁ ଘନ , ମଜବୁଜ ଏବଂ ଲମ୍ୱା କରିବାରେ ସାହାର୍ଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟଟି ବିଷୟରେ ।

ଉପଚାର ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି :-

1. ଭୁଶୁଙ୍ଗା ପତ୍ର , 2. ଏକ ଚାମଚ ମେଥି , 3. ଏକ ଚାମଚ ନଡିଆ ତେଲ , 4 . କିଛି ନିମ୍ୱ ପତ୍ର ।

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆପଣ ଏକ ପାତ୍ରରେ ଏକ ଗ୍ଲାସ ପାଣି ନିଅନ୍ତୁ ଏବଂ ସେଥିରେ କିଛି ଭୁଶୁଙ୍ଗା ପତ୍ର , ନିମ୍ୱ ପତ୍ର ଏବଂ ଏକ ଚାମଚ ମେଥି ପକାନ୍ତୁ । ଏହି ସବୁ ଜିନିଷକୁ ମିଶାଇ ଦେବା ପରେ , ସେହି ପାତ୍ରଟିକୁ 5 ରୁ 7 ମିନିଟ ପର୍ଯ୍ୟନ୍ତ ଭଲ ଭବରେ ଫୁଟାନ୍ତୁ । ଉପଚାରରେ ବ୍ୟବାହର କରାଯାଇଥିବା ଭୁଶୁଙ୍ଗା ପତ୍ର ବା ନିମ୍ୱପତ୍ର ରେ ଅଧିକ ପରିମାଣରେ ଔଷଧୀୟ ଗୁଣ ରହିଛି । ଏହା ଆମ କେଶକୁ କଳା କରିବା ସହ ଭିତରୁ ଶକ୍ତ କରିବାରେ ସାହାର୍ଯ୍ୟ କରିଥାଏ ।

ବ୍ୟବହାର ପ୍ରଣାଳୀ :-

ବର୍ତ୍ତମାନ ଆପଣ ସେହି ପାତ୍ରକୁ ଗ୍ୟାସରୁ ଓହ୍ଲାଇ ଆଣନ୍ତୁ ଏବଂ ଥଣ୍ଡା କରି ଅନ୍ୟ ଏକ ପାତ୍ରକୁ ଛାଣି ଦିଅନ୍ତୁ । ଏହାପରେ ସେଥିରେ ଏକ ଚାମଚ ନଡିଆ ତେଲ ମିଶାଇ ଦିଅନ୍ତୁ , ଆପଣ ଏହାକୁ ମୁଣ୍ଡ ଧୋଇବାର 1 – 2 ଘଣ୍ଟା ପୂର୍ବରୁ ନିଜ ମୁଣ୍ଡରେ ଲଗାଇ 10 ରୁ 15 ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ । ଏକ ଘଣ୍ଟା ପରେ ଏହାକୁ ସଫା କରି ନିଅନ୍ତୁ , ଆପଣ ଏହାକୁ ମୁଣ୍ଡ ଧୋଇବାର ପୂର୍ବ ରାତିରେ ମଧ୍ୟ ବ୍ୟବହାର କରିପାରିବେ । ଏହା ଆପଣଙ୍କ କେଶକୁ ସୁନ୍ଦର , ମଜବୁତ , ଘନ ଓ କଳା ରଙ୍ଗର କେଶ ଦେବା ସହ , ସମସ୍ତ ପ୍ରକାର କେଶ ଜନିତ ସମସ୍ୟାକୁ ଦୂର କରିଥାଏ । ଏଥିରେ କୌଣସି ପ୍ରକାର ସାଇଟ ଇଫେକ୍ଟ ମଧ୍ୟ ନଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।