ବାଃ ବାଃ ରେ ପୁଅ । ମେଡିକାଲରେ ୪ ବର୍ଷର ଛୋଟ ଛୁଆ ନିଜେ ଠେଲି ଠେଲି ଷ୍ଟ୍ରେଚରକୁ ନେଇ ଯାଉଛି, କାରଣ ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ…

0

ଆଜି କାଲି ସୋସିଆଲ ମିଡ଼ିଆ ସହିତ ସମସ୍ତେ ଜଡିତ ଅଟନ୍ତି। ସୋସିଆଲ ମିଡ଼ିଆ ଜରିଆ ରେ ଆମେ ଅନେକ ପ୍ରକାର ଭିଡିଓ ଫଟୋ ପ୍ରତିଦିନ ଭାଇରାଲ ହେବାର ଦେଖି ଥାଉ । ଅନେକ ଘଟଣାବଳୀ ର ଭିଡିଓ ହେଉ ଫଟୋ ପ୍ରତିଦିନ ଆମେ ଦେଖିବାକୁ ପାଇ ଥାଉ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଘଟଣା ଟି ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି ଯାହା ଶୁଣିଲେ ଆପଣ ନିଜ କୋହ ସମ୍ଭାଳି ପାରିବେ ନାହିଁ ।

ବାପା ନିଶ୍ଚୟ ଭଲ ହୋଇଯିବେ ଆଉ ଭଲ ହୋଇଗଲେ ମୋ ଲାଗି ନିଶ୍ଚୟ ପ୍ୟାଣ୍ଟ ଶାର୍ଟ୍ ଆଣିବେ। ମନରେ ଏମିତି କେତେ କଣ ଆଶା ରଖି ବାପା କୁ ସ୍ତ୍ରେଚର୍ ରେ ଠେଲି ଠେଲି ମେଡିକାଲ୍ ବାହାର କୁ ନେଇ ଯାଉଚି ୮-୧୦ ବର୍ଷର କୁନି ପିଲା । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କ୍ୟାପିଟାଲ ହସ୍ପିଟାଲ ସାମ୍ନା ରେ।

ସ୍ତ୍ରେଚାର ଉପରେ ଥିବା ବ୍ୟକ୍ତି ହେଉଛନ୍ତି ଭୁବନେଶ୍ୱର ର ବିଜେପି ନଗର ମାଇସାଖାଲ ବସ୍ତି ଅଞ୍ଚଳ ର ବାବୁନା ଦାସ । ପେସା ରେ ଡ୍ରାଇଭର ଅଟନ୍ତି । ଗାଡି ଚଳାଇ ଯାହା ମିଳୁଥିଲା ସେଥିରେ ସ୍ତ୍ରୀ , ପୁଅ , ଝିଅ ମିଶି ଚାରି ପ୍ରାଣୀ କୁଟୁମ୍ବ ପୋଷି ହେଉଥିଲେ । ସବୁ କିଛି ଠିକ୍ ଠାକ୍ ଥିଲା । ଦୁଃଖେ କଷ୍ଟେ ଓ ଅଭାବ ରେ ଚାଲୁଥିଲା ଖୁସି ର ସଂସାର। ହେଲେ ବିଧାତା କିଛି ଅଲଗା ଚାହୁଁ ଥିଲା । ସଂସାର ଉକରକୁ ମାଡ଼ି ଆସିଲା ଦୁଃଖର ବାଦଲ।

ଆଜି କୁ ପ୍ରାୟ ଦୁଇ ବର୍ଷ ପୂର୍ବେ ବବୁନା ଗାଡି ଡ୍ରାଇଭ କରୁଥିବା ବେଳେ ଅଜଣା ଗାଡି ଧକ୍କା ର ଶିକାର ହୋଇଥିଲେ । ଅଣ୍ଟା ଅଚଳ ହୋଇ ପଡ଼ିଲା । ସେବେଠାରୁ ଚିକିତ୍ସା ହେଉଛନ୍ତି ସତ କିନ୍ତୁ ଅଣ୍ଟା ଠାରୁ ତଳକୁ ଆଉ କାମ କରୁନାହିଁ । ଯେତେ ଚିକିତ୍ସା ହେଲେ ମଧ୍ୟ ଆଉ ଭଲ ହୋଇ ପାରୁ ନାହାଁନ୍ତି ବାବୁନା ।

ଚିକିତ୍ସା ପରେ ଜଣା ପଡିଲା ଯେ ଅଣ୍ଟା ତଳକୁ ପାରାଲିସ୍ ରେ ପୀଡ଼ିତ ହେଲେ ବାବୁନା । ଏଇଠୁ ଆରମ୍ଭ ହେଲା ତାଙ୍କ ଦୁଃଖର ସମୟ । ସେମିତି ଗୋଟିଏ ବେଡ୍ ରେ ପଡି ରହିଛନ୍ତି ବାବୁନା । ଛୁଆ ମାନଙ୍କ ପେଟ ପୋଷିବା ପାଇଁ ରୁନୁ ପର ଘରେ ବାସନ ମାଜିବା କାମ ଆରମ୍ଭ କଲେ ରୁନୁ ହେଲେ ସେଥିରୁ ଯେତିକି ରୋଜଗାର ହୁଏ ତାହା ସ୍ଵାମୀ ଙ୍କ ମେଡ଼ିସିନ୍ ପାଇଁ ନିଅଣ୍ଟ ହୁଏ । ସରପଞ୍ଚ ଠାରୁ ମନ୍ତ୍ରୀ ଏମେଲ୍ ଜାଏ ସମସ୍ତଙ୍କୁ ସାହାର୍ଯ୍ୟ ମାଗି ସାରିଲେଣି ରୁନୁ କିନ୍ତୁ କୋଉଠୁ କିଛି ସହାୟତା ମିଳି ପାରୁ ନାହିଁ।ରୋଜଗାର ନାହିଁ ଦୁଇ ପିଲା ଖାଇବେ କଣ ସଂସାର ଚଳିବ କେମିତି ତେଣୁ ପର ଘରେ ବାସନ ମାଜୁ ଅଛନ୍ତି ରୁନୁ ଦାସ କାହା ଆଗରେ ହାତ ପତେଇ ନାହାନ୍ତି।

ପିଲା ମାନଙ୍କ ର ନା ପାଠ ପଢା ଅଛି ନା ପିନ୍ଧିବା ପାଇଁ ଭଲ ଡ୍ରେସ୍ । ସେପଟେ ପାରାଲିସ ରେ ପଡ଼ିଥିବା ବାବୁନା ଦାସ ନିରୁପାୟ ହୋଇ କେବଳ ଦିନ ରାତି ଆଖିରୁ ଲୁହ ଗଡ଼ାଉ ଅଛନ୍ତି ।ତେବେ ଯଦି ଆପଣ ଏହି ପରିବାର କୁ କିଛି ସାହାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି କି ତେବେ ତଳେ ଦିଆଯାଇଥିବା ଆକାଉଣ୍ଟ୍ ନମ୍ୱର୍ ରେ ସାହାର୍ଯ୍ୟ କରି ପାରିବେ ;

name – Babuna das
Ac no.- 33065821144
IFSC – SBIN0010929
Badagada Brit colony branch
mob- 7205047616

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।