ମେଷ ରାଶିର (Mesha Rasi ) ଲୋକ ମାନେ ଶୀଘ୍ର ଦେଖନ୍ତୁ… କଣ ସବୁ ଘଟିବାକୁ ଯାଉଛି ଆପଣଙ୍କ ସହ – Jyotisha Shastra

ଜ୍ୟୋତିଷ ଶାସ୍ତ୍ରଙ୍କ ଗଣନା ଅନୁସାରେ ବର୍ଷ 2022 ଆପଣଙ୍କ ପାଇଁ ବହୁତ ଶୁଭ ଦାୟକ ରହିବ , ଗ୍ରହ ନକ୍ଷତ୍ର ଗୁଡିକ ନିଜ ସ୍ଥାନ ପରିବର୍ତ୍ତନ କରିବା ଫଳରେ ଏହାର ପ୍ରଭାବ ମନୁଷ୍ୟ ଜୀବନ ଉପରେ ପଡିଥାଏ । ଯାହାଫଳରେ ମନୁଷ୍ୟ ସମସ୍ତ ପ୍ରକାର ଦୁଃଖ କଷ୍ଟ ସହ୍ୟ କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ମେଷ ରାଶିର ବ୍ୟକ୍ତି ମାନଙ୍କର ବର୍ଷ 2022 କିପରି କଟିବାକୁ ଯାଉଛି ।

ମେଷ ରାଶିର ବ୍ୟକ୍ତିମାନଙ୍କର ଆର୍ଥିକ ସ୍ଥିତି :-

ମେଷ ରାଶିର ବ୍ୟକ୍ତି ମାନଙ୍କର ଆର୍ଥିକ ସ୍ଥିତି ଏହି ବର୍ଷ ପୂର୍ବ ବର୍ଷ ଠାରୁ ଭଲ ରହିବ , ଶନିଙ୍କର ଗୋଚର ରାଶିର ଅଷ୍ଟମ ଭାଗରେ ମକର ରାଶି ରେ ହେବା ଦ୍ୱାରା ଶନିଙ୍କର ଦୃଷ୍ଟି ଧନ ଉପରେ ରହିବ । ସେୟାର ବଜାରରେ ମଧ୍ୟ ଧନ ଲଗେଇବା ପାଇଁ ସେପ୍ଟମ୍ୱର ମାସ ପରର ସମୟ ଭଲ ରହିବ । ପୈତୃକ ସମ୍ପତ୍ତିରୁ ମଧ୍ୟ ଏହି ବର୍ଷ ଲାଭ ମିଳିବ , ବର୍ଷର ଶେଷରେ କୌଣସି ବନ୍ଧୁ କିମ୍ୱା ସମ୍ପର୍କୀୟଙ୍କୁ ଦେଇଥିବା ଧନ ଫେରସ୍ତ ପାଇ ପାରନ୍ତି ।

ମେଷ ରାଶିର ବ୍ୟକ୍ତି ମାନଙ୍କର କ୍ୟାରିଅର :-

ମେଷ ରାଶିର ଲୋକମାନଙ୍କୁ ଏହି ବର୍ଷ ପ୍ରାରମ୍ଭରେ ଚାକିରୀର ପଦନ୍ନତି ସହ ଦରମା ବୃଦ୍ଧି ହେବାର ଯୋଗ ରହିଛି । ଏହି ବର୍ଷର ମେ ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଶନି ଏବଂ ଗୁରୁ ଉଭୟ ବକ୍ରି ହେବା ଦ୍ୱାରା ଚାକିରୀ ଏବଂ ବ୍ୟବସାୟ ଉଭୟ କ୍ଷେତ୍ରରେ ସତର୍କତା ଅବଲମ୍ୱନ ଓ ସାବଧାନ ରହିବାକୁ ପଡିବ । ଯଦି ଆପଣ ଚାକିରୀ କ୍ଷେତ୍ରରେ କୌଣସି ମହିଳା କର୍ମଚାରୀ ଅଛନ୍ତି ତାଙ୍କୁ ଅଧିକ ନିକଟତର କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଯଦି ଆପଣ ଭାଗିଦାରୀ ବ୍ୟବସାୟୀ କରୁଛନ୍ତି , ସେହିପରି କ୍ଷେତ୍ରରେ ମଧ୍ୟ ମହିଳା ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ ।

ମେଷ ରାଶିର ପାରିବାରିକ ଜୀବନ :-

ବର୍ଷ ର ପ୍ରାୟ ଅଧିକାଂଶ ଜୀବନରେ ପରସ୍ପର ସହ କୌଣସି ଅତୀତର କଥାକୁ ନେଇ ମନରେ ଭ୍ରମ ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି । ନିକଟସ୍ଥ ସମ୍ପର୍କୀୟ ସହ ଅଯଥା ତିକ୍ତତା ମନଭାବ ଉପୁଜିବା ସହ ବ୍ୟର୍ଥ ଖର୍ଚ୍ଚ ମଧ୍ୟ ହୋଇପାରେ । ମେ ରୁ ଜୁଲାଇ ଏହି ସମୟ ମଧ୍ୟରେ ଆପଣଙ୍କ ପରିବାରକୁ କୌଣସି ପ୍ରକାର ଖୁସୀମୟ ପରିବେଶ ସୃଷ୍ଟି ହେବ । ଯାହାଦ୍ୱାରା ସମ୍ପର୍କେ ପୁୁଣିଥରେ ପରିବର୍ତ୍ତନ ଫେରିଆସିବ । ବର୍ଷର ମଧ୍ୟଭାଗରେ ମାତା ପିତାଙ୍କ ସ୍ୱସ୍ଥ୍ୟ ଅବସ୍ଥା ମନକୁ ବିଚଳିତ କରିବ , ବର୍ଷର ଶେଷରେ ନୂତନ ଘର ଯାନବାହାନ ବିଣିବାର ଯୋଗ ରହିଛି ।

ମେଷ ରାଶିର ବ୍ୟକ୍ତିଙ୍କର ପ୍ରେମ ସମ୍ପର୍କ ଓ ବୈବାହିକ ଜୀବନ :-

ବର୍ଷର ପ୍ରାରମ୍ଭରେ ମେଷ ରାଶିର ବୈବାହିକ ଜୀବନ ସୁଖମୟ ଓ ପ୍ରେମମୟ ରହିବ , ଯଦିଓ କୌଣସି ଭୁଲ ବୁଝାମଣା ଯୋଗୁଁ ପାରସ୍ପାରିକ ଚାପର ବଶବର୍ତ୍ତୀ ହେବେ ତଥାପି ଏକାଠି ବସି କଥାବାର୍ତ୍ତା ହେବା ଦ୍ୱାରା ସମାଧାନ ହୋଇଯିବ । ସେପ୍ଟମ୍ୱର ମାସରେ ସମ୍ପର୍କରେ ସକରାତ୍ମକ ପରିଣାମ ଆସିବ , ଅଟକି ରହିଥିବା ପ୍ରେମ ମଧ୍ୟ ସଫଳ ହୋଇଯିବ ।

ମେଷ ରାଶିର ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଅବସ୍ଥା :-

ବର୍ଷ 2022 ରେ ଆପଣ ବହୁତ ସୁସ୍ଥ ଅନୁଭବ କରିବେ , ଆପଣଙ୍କୁ ଆପଣଙ୍କ ଦୈନନ୍ଦିନ କାର୍ଯ୍ୟ ରେ ଉନ୍ନତି ଆଣିବା ଉଚିତ୍ । ଯୋଗ ଏବଂ ଖାଦ୍ୟପେୟର ଧ୍ୟାନ ରଖିବା ଉଚିତ୍ , ଫଳରେ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ରହିବ । ବର୍ଷ ରମଧ୍ୟ ଭାଗରେ ପେଟ ପ୍ରତି ସତର୍କ ରୁହନ୍ତୁ ଏବଂ ବର୍ଷର ଶେଷରେ ଯାନବାହାନ ପ୍ରତି ସତର୍କତା ଅବଲମ୍ୱନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment