jitu das amrutabani – ଆସୁଛି ୨୦୨୩ ନୂଆବର୍ଷ । ମେଷ ରୁ ମୀନ ରାଶିର ସମ୍ପୃଣ ବାର୍ଷିକ ରାଶିଫଳ ଏବଂ କଣ ରହିଛି ରାଶି ପ୍ରତି ଶୁଭ ଓ ଅଶୁଭ ଜାଣନ୍ତୁ ?

ନୂତନ ବର୍ଷର ଅପେକ୍ଷାରେ ତ ଆମେ ସମସ୍ତେ କରିଥାଉ। ଆଉ ଆସୁଥିବା ନବବର୍ଷର ଦିନ ଗୁଡିକ କିପରି କଟିବ କଣ ଭଲ ରହିବ ଆଉ କଣ ସବୁ ଖୁସି ଆସିବ ତାହା ଯଦି ଆମେ ଜାଣିପାରୁ ତେବେ ନୂଆ ବର୍ଷର ଆନନ୍ଦ ଦୁଇ ଗୁଣିତ ହୋଇ ଯାଇଥାଏ। ତେବେ ଆଜି ଆମେ ଜାଣିବା ସମ୍ପୂର୍ଣ୍ଣ ୧୨ ଗୋଟି ରାଶି ପାଇଁ କିପରି ରହିବ ନବବର୍ଷ ୨୦୨୩।

ମେଷ: ଆପଣଙ୍କ ପାଇଁ ନୂତନ ବର୍ଷ ବହୁତ୍ ହିଁ ଭଲ ସମୟ ନେଇ କରି ଆସୁଛି। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କ ସହିତ ରହିବ। ଆପଣ ଯେଉଁ କାର୍ଯ୍ୟ ହାତକୁ ନେବେ ସେଥିରେ ସଫଳତା ହାସଲ କରିବେ।ବୃଷ: ଆପଣଙ୍କ ପାଇଁ ବର୍ଷଟି ଅନୁକୂଳ ରହିଛି। ଦେହ ମନ ସମ୍ପୂର୍ଣ୍ଣ ସୁସ୍ଥ ରହିବ। କୌଣସି ସାଙ୍ଗଙ୍କ ଠାରୁ ସାହାଯ୍ୟ ମିଳିପାରେ। ସାମାନ୍ୟ କଥାକୁ ନେଇ ଅସୁବିଧାରେ ପଡ଼ି ପାରନ୍ତି।ମିଥୁନ: ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ନବ ବର୍ଷ ମଧ୍ୟମ ଧରଣର ରହିବ। ବୁଝି ବିଚାରି କାର୍ଯ୍ୟ କଲେ ବିଶେଷ ଅସୁବିଧାରେ ସାମ୍ନା କରିବାକୁ ପଡିବ ନାହିଁ।କର୍କଟ: ଆପଣ ଯେମିତି ଚାହିଁବେ ନବ ବର୍ଷକୁ ସେମିତି କଟାଇ ପାରିବେ। ନବ ବର୍ଷ ଆପଣଙ୍କୁ ସବୁ କ୍ଷେତ୍ରର ସଫଳତା ହେବ।ପାରିବାରିକ ସମସ୍ୟାକୁ ନେଇ କଥା କଟାକଟି ହୋଇପାରେ। କିନ୍ତୁ ବର୍ଷଟି ଭଲ ରହିବ।

ସିଂହ: ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ।ପାରିବାରିକ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ସାମାନ୍ୟ ଚିନ୍ତିତ ହୋଇପାରନ୍ତି।କନ୍ୟା: କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ। ବର୍ଷ ସାରା ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେଉଅଛି। ଆପଣ ଯେମିତି ପରିଶ୍ରମ କରିବେ ସେମିତି ଫଳ ମଧ୍ୟ ପାଇବେ।ତୁଳା: ଆପଣଙ୍କ ପାଇଁ ଦିନଟି ଶୁଭପ୍ରଦ ରହିଛି। ଆଗରୁ ରହିଥିବା ପାରିବାରିକ କଳହ ଦୂର ହୋଇ ପରିବାର ରେ ଖୁସିର ବାତାବରଣ ସୃଷ୍ଟି ହେବ।ବିଛା: ଆପଣଙ୍କ ପାଇଁ ନୂଆ ବର୍ଷ ସୁଖ ସମୃଦ୍ଧି ଆଣିକରି ଆସୁଅଛି ।ଦେହ ଓ ମନ ଭଲ ରହିବ। କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ ଯାନବାହନ କିଣି ପାରନ୍ତି।

ଧନୁ: ଆପଣଙ୍କ ପାଇଁ ବର୍ଷଟି ମଧ୍ୟମ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ।ନୂଆ କାମ କରିବା ପାଇଁ ଦିନଟି ବହୁତ ଭଲ। ଲୁଗା ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ।ମକର: ଏମାନଙ୍କ ପାଇଁ ବର୍ଷଟି ଉତ୍ତମ ରହିବ। ପରିବାରରେ ଖୁସିର ବାତାବରଣ ରହିବ।ବ୍ୟବସାୟୀ ନୂଆ ଯୋଜନା ତିଆରି କରିବେ। ସ୍ୱାସ୍ଥ୍ୟ ଭଲ ରହିବ।କୁମ୍ଭ: କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବର୍ଷଟି ଖୁବ୍ ଭଲ ରହିଛି। କାର୍ଯ୍ୟ କ୍ଷେତ୍ରରେ ଆଉ ଦାମ୍ପତ୍ୟ ଜୀବନରେ ମଧ୍ୟ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ।ମୀନ: ଆପଣଙ୍କ ପାଇଁ ନବ ବର୍ଷ ଅନେକ ସଫଳତା ନେଇକରି ଆସୁଛି। ବର୍ଷ ସାରା ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ। ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment