ହେ ଭଗବାନ ! ମିଛ କହି ମା’କୁ ପୁଅ ଛାଡ଼ି ଦେଇଗଲା ରାସ୍ତାରେ, ଥାନା ବାବୁ କହିଲେ ଇଏ ଆମ କେସ୍‌ ନୁହେଁ, ଭିଡ଼ିଓ ଟି ଦେଖିଲେ ଆଖିରୁ ଲୁହ ଆସିଯିବ…

0

ସୁବର୍ଣ୍ଣପୁର ଜିଲ୍ଲା ବିର ମହାରାଜ ପୁର ଆଦର୍ଶ ଥାନା । ଥାନା ଭିତରକୁ ଘୁଷୁରୀ ଘୁଷୁରୀ ଯାଉଛନ୍ତି ଜଣେ ବୃଦ୍ଧା । ଟିକେ ରହୁଛନ୍ତି ଟିକେ ଘୁଷୁରୀ ଯାଉଛନ୍ତି । ବୟସ ତାଙ୍କର ୮୦ ରୁ ଅଧିକ । ମନରେ ଆଶା ନେଇ ଆସିଛନ୍ତି ଥାନା ବାବୁ ତାଙ୍କୁ ନ୍ୟାୟ ଦେବେ । ତେବେ ଏହି ବୃଦ୍ଧା ଜଣଙ୍କୁ ଦେଖି ନିଶ୍ଚୟ ଭାବୁଥିବେ ଯେ ଏହି ବୃଦ୍ଧା ଜଣଙ୍କ କିଏ ଓ ଏହି ବୟସ ରେ ସେ କାହିଁକି ପୋଲିସ୍ ଷ୍ଟେସନ କୁ ଆସିଛନ୍ତି। ତେବେ ପୁରା ଘଟଣା ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା ଏହି ବୃଦ୍ଧା ଙ୍କ ପରିଚୟ।

ଏହି ବୃଦ୍ଧା ଜଣଙ୍କ ହେଉଛନ୍ତି ସୋଭଙ୍ଗିନି ମିଶ୍ର , ବୟସ ପାଖା ପାଖି ୮୦ ହେବ । ସମସ୍ତଙ୍କ ପରି ଏହି ବୃଦ୍ଧା ଙ୍କ ର ମଧ୍ୟ ସ୍ଵାମୀ , ପୁଅ , ବୋହୂ ପରିବାର ଆଦି ରହିଛନ୍ତି । ତାଙ୍କର ସମସ୍ତେ ଥାଇ ମଧ୍ୟ ସେ ଆଜି ନିରାଶ୍ରୟ ଅଟନ୍ତି। ଆସନ୍ତୁ କିଛି ବର୍ଷ ପଛକୁ ଫେରି ଯାଇ ଘଟଣା ଟିକୁ ସମ୍ପୂର୍ଣ ଭାବେ ଜାଣିବା ;

ନାମ ସିନା ତାଙ୍କର ସୋଭାଙ୍ଗିନି କିନ୍ତୁ ଭାଗ୍ୟ ତାଙ୍କୁ ସହାୟକ ହୋଇ ନାହିଁ । ବିବାହ ର ଗୋଟିଏ ବର୍ଷ ପରେ ସ୍ବାମୀ ତାଙ୍କୁ ଛାଡି ଦେଇଥିଲେ । କୋଳ ରେ ନିଜ ଛୋଟ ପୁଅ କୁ ଧରି ବାପଘରେ ରହିଥିଲେ । ବର୍ତ୍ତମାନ ପୁଅ ବଡ଼ ହୋଇ ସାରିଛି ଓ ବାହା ହୋଇ ଘର ସଂସାର କରି ସାରିଛି । ବର୍ତ୍ତମାନ ପୁଅ ନିଜ ପରିବାର ସହିତ ମା ଙ୍କୁ ନେଇ ସମ୍ବଲପୁର ରେ ରହୁଥିଲେ । ଶୋଭଙ୍ଗିନି ମଧ୍ୟ କିଛି ରୋଜଗାର କରି ସାହାର୍ଯ୍ୟ କରୁଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ ବୟସ ଅପରାହ୍ନ ରେ ।

ସେ ଆଉ କାମ ଦାମ କରି ପାରୁ ନାହାଁନ୍ତି । ଏଥିପାଇଁ ତାଙ୍କ ପୁଅ ବୋହୁ ତାକୁ କେତେଥର ମାଡ ମଧ୍ୟ ମାରନ୍ତି। ଶେଷରେ ମିଛ କହି ପୁଅ ବୋହୁ ଯାଲୋଇ ପାଖରେ ଛାଡ଼ି ଦେଇ ଯାଇଛନ୍ତି । ପୁଅ କୁ ଅପେକ୍ଷା କରି କରି ଶେଷରେ ବିର ମହାରାଜ ପୁର ଥାନା ରେ ଦ୍ବାରସ୍ଥ ହୋଇଛନ୍ତି ନ୍ୟାୟ ପାଇବା ଆଶାରେ । ହେଲେ ତାଙ୍କୁ ସେଠାରୁ ନିରାଶ ହୋଇ ଫେରିବାକୁ ପଡିଛି। କାରଣ ପୋଲିସ୍ ବାବୁ କହିଲେ ଏହି ମାମଲା ତାଙ୍କ ଥାନା ପରିସର ରେ ଆସୁନି । ତେଣୁ ତାଙ୍କ ଅଭିଯୋଗ କୁ ଗ୍ରହଣ କରିଲେ ନାହିଁ ଥାନା ବାବୁ ।

ଅନ୍ୟ ପକ୍ଷରେ ଏହି ଘଟଣା କୁ ନେଇ ନା ଶୋଭାଙ୍ଗିନି ଙ୍କ ପୁଅ ର ନା ବିର ମହାରାଜ ପୁର ଥାନା ର କୌଣସି ମଧ୍ୟ ପତିକ୍ରୀୟା ମିଳି ପାରିନାହିଁ । ଏହା ପରେ ଉପଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ ସୋଭଙ୍ଗିନୀ ଙ୍କୁ ବିର ମହାରାଜପୁର ର ଏକ ଅନାଥ ଆଶ୍ରମ ରଖା ଯାଇଛି। ଆମେ ଆଶା କରୁଛୁ ଯେ ପ୍ରଶାସନ ଯୋଗାଯୋଗ କରି ଘଟଣା ର ସଠିକ୍ ଅନୁଧ୍ୟାନ କରିବ ଓ ପୁଅ ବୋହୁ ନିଜର ଭୁଲ ବୁଝି ପାରି ମା କୁ ଫେରାଇ ନେବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।