Exclusive : ଶେଷରେ ମିଡ଼ିଆ ଆଗରେ ଅର୍ଚନା ନାଗର ଇଜତ ଉତ୍ତାରିଲା ଶ୍ରଦ୍ଧାଞ୍ଜଳି ,ଖୁବ ଶୀଘ୍ର ଖୋଲିବ ଅର୍ଚ୍ଚନାଙ୍କ ଗୁମର – ଦେଖନ୍ତୁ video

ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି ଲେଡୀ ବ୍ଲାକ ମେଲର୍ ଅର୍ଚ୍ଚନା ନାଗଙ୍କ ବ୍ଲାକମେଲିଂ ମାମଲା।ଧିରେ ଧିରେ ଆସୁଛି ଗୋଟିଏ ପରେ ଗୋଟିଏ ସତ। ଦିନକୁ ଦିନ ମିଳୁଛି ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ। ଏହି ମାମଲା କେତେବେଳେ ଅର୍ଚ୍ଚନାଙ୍କ ବୟାନ ତ ଆଉ କେତେବେଳେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ନେଇ ଗତ କିଛି ଦିନ ହେବ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।ତେବେ ଆଜି ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିଲେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି। ଆଉ ଆଜି ଇଡି ସାମ୍ନାରେ ଗୋଟି ଗୋଟି କରି ଗୁମର ଖୋଲିଛନ୍ତି ଶ୍ରଦ୍ଧାଞ୍ଜଳି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶ୍ରଦ୍ଧାଞ୍ଜଳିଙ୍କ ବୟାନ ମୁତାବକ ଅର୍ଚ୍ଚନାଙ୍କ ଖୁବ୍ ଘନିଷ୍ଟ ସହଯୋଗୀ ଥିଲେ ଖଗେଶ୍ବର। ବିଲ୍ କରୁଥିଲା ଅର୍ଚ୍ଚନା ଆଉ ଭିଡିଓ କରୁଥିଲା ଖଗେଶ୍ବର। କାହାକୁ କାହାକୁ ଫସା ଯିବ ତାର ଲିଷ୍ଟ ତିଆରି କରୁଥିଲେ ଅର୍ଚ୍ଚନା ନାଗ ଆଉ ତାଙ୍କୁ ଏ ସବୁରେ ସହଯୋଗ କରୁଥିଲେ ଖଗେଶ୍ବର।

ସ୍ବାମୀ ଜଗବନ୍ଧୁ ଏ ସବୁ ବାବଦରେ ବେଶି କିଛି ଜାଣି ପାରୁ ନଥିଲେ। ଖଗେଶ୍ବର ଓ ଅର୍ଚ୍ଚନା ଦୁହେଁ ମିଶି ଖେଳ କରୁଥିଲେ। ଆଉ ଶ୍ରଦ୍ଧାଞ୍ଜଳୀ ଏ ସବୁର ନିଜେ ଜଣେ ଭୁକ୍ତଭୁଗୀ। କୋଭିଡ ଟାଇମ୍ ରେ ତାଙ୍କୁ ଘରକୁ ଡାକି ଲୋକଙ୍କୁ କିପରି ଫାସାଇ ପାରିବେ ସେ ବାବଦରେ ସୂଚନା ଦେଉଥିଲେ ଅର୍ଚ୍ଚନା ନାଗ।ଆଉ ଆଜି ଇଡି କାର୍ଯ୍ୟାଳୟ ରେ ଏ ସବୁ ନେ଼ଇ ଖୋଲାସା କରି ଦେଇଛନ୍ତି ଶ୍ରଦ୍ଧାଞ୍ଜଳୀ। ତେବେ ଅର୍ଚ୍ଚନା ନାଗ ଏ ସବୁ କୁ ସ୍ବୀକାର କରୁ ନଥିବା ବେଳେ ଇଡି ଅଧିକ ପଚରା ଉଚରା ଜାରି ରଖିଛି।

ଶ୍ରଦ୍ଧାଞ୍ଜଳୀଙ୍କ କହିବା ଅନୁଯାୟୀ ଅର୍ଚ୍ଚନା ପ୍ରଥମେ କିଛି ବଡବଡିଆଙ୍କୁ ଟାର୍ଗେଟ କରି ସେମାନଙ୍କ ଲିଷ୍ଟ ବାହାର କରି ଦେଉଥିଲେ। ଆଉ ଫେସ୍ ବୁକ୍ ରେ ପ୍ରଥମେ ଫ୍ରେଣ୍ଡ୍ ରିକୁଏଷ୍ଟ ପଠାଇବା ପାଇଁ କହୁଥିଲେ।ଆଉ ଏହାପରେ ସେମାନଙ୍କୁ ମାୟା ଜାଲରେ ଫାସାଉ ଥିଲେ ଶ୍ରଦ୍ଧାଞ୍ଜଳୀ। ଆଉ ପ୍ରଥମେ ବନ୍ଧୁତା କରିବା ପରେ ମିଠା ମିଠା କଥା କହି ଶ୍ରଦ୍ଧାଞ୍ଜଳୀ ଡ଼ାକି ନେଉଥିଲେ ରୁମ୍ କୁ ଯେଉଁଠିି ପୂର୍ବରୁ ଭିଡିଓ ସୁଟିଂ ପାଇଁ ସବୁ ପ୍ରକାର ବ୍ୟବସ୍ଥା ଖଗେଶ୍ବର କରି ରଖିଥିଲେ। ଆଉ ସେଇ ସବୁ ଭିଡିଓ କ୍ଲିପ୍ ସଂପୃକ୍ତ ବ୍ୟକ୍ତି ପାଖକୁ ପଠା ଯାଉଥିଲା।

ଆଉ ଏହା ପରେ ଅର୍ଚ୍ଚନା କରୁଥିଲେ ଡ଼ିଲ ମାଗୁଥିଲେ ଲକ୍ଷ ଲକ୍ଷ ଟଙ୍କା। ଆଉ ଡିଲରେ ରାଜି ନହେଲେ ଭିଡିଓ ଭାଇରାଲ କରିଦେବାର ବ୍ଲାକମେଲ୍ କରୁଥିଲେ ଅର୍ଚ୍ଚନା ନାଗ। ଆଉ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରୁଥିଲେ ଖଗେଶ୍ବର। ଯେଉଁ ସବୁ ଗୁମର ଇଡି ଆଗରେ ଖୋଲିଛନ୍ତି ଶ୍ରଦ୍ଧାଞ୍ଜଳୀ।ଆଉ ଏହା ପରେ ଏ ସବୁକୁ ନେଇ ଇଡି ଖୋଳତାଡ଼ କରିବା ଆରମ୍ଭ କରି ଦେଇଛି। ତେବେ ଦେଖିବାକୁ ବାକି ରହିଲା ଅର୍ଚ୍ଚନାଙ୍କ ମାମଲାରେ ଆଉ କେଉଁ ଗୁମର ଖୋଳିବା ପାଇଁ ଯାଉଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment