ମିସ Call ରୁ ପ୍ରେମ ! ଦୁଇ ଜଣ ପ୍ରେମିକ ମଧ୍ୟରୁ ନିଜ ପିଲାର ବାପା କିଏ ? ଜାଣି ପାରୁନାହାନ୍ତି ଯୁବତୀ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଆଜି କାଲିର ଯୁବଙ୍କ ଯୁବତୀଙ୍କ କଥା ଯଦି ଆମେ ବିଚାର କରିବା ତାହେଲେ, ସର୍ବଦା ସେମାନଙ୍କ ମଧ୍ୟରେ କଳୁଷିତ ମନଭାବ ଦେଖା ଯାଉଛି। ପ୍ରେମରେ ଅନ୍ଧ ହୋଇ ସମାଜର ନୀତି ନିୟମକୁ ଭୁଲିବା ସହିତ ଏଭଳି କିଛି କାର୍ଯ୍ୟ କରୁଛନ୍ତି ଯେ, ଯାହାକି ପ୍ରତିଦିନ ସୋସିଆଲ ମିଡିଆରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ନିନ୍ଦା ମଧ୍ୟ କରିବେ। ତେବେ ଘଟଣାଟି ହେଉଛି, ଜଣେ ମହିଳା ସହ ଦୁଇ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିବା ସଙ୍ଗେ ସଙ୍ଗେ ମହିଳା ଜଣଙ୍କ ଏକ ଶିଶୁ ସନ୍ତାନ ଜନ୍ମ ଦେଇଛନ୍ତି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ରାୟଗଡା ଜିଲ୍ଲାରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଜଣେ ଯୁବତୀଙ୍କ ନିକଟକୁ ଏକ ଅଜଣା ନମ୍ବରରେ ଫୋନ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ମହେଶ ମେଲେକା ନାମକ ଜଣେ ଯୁବକ, ତାଙ୍କ ସହ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତା ସହିତ ସେହି ଯୁବକଙ୍କ ସାଙ୍ଗ ସନ୍ତୋଷଙ୍କ ସହ ଯୁବତୀ ମଧ୍ୟ ପ୍ରେମ ସମ୍ପର୍କ ରଖିଥିଲେ। ଯୁବତୀ ଜଣଙ୍କ ଦୁଇ ପ୍ରେମିକଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ୫ ମାସ ପରେ ଯୁବତୀ ଗର୍ଭବତୀ ଅଛନ୍ତି ବୋଲି ପ୍ରେମିକ ଦୁଇ ଜଣଙ୍କୁ ଜଣାଇ ଥିଲେ।ଏହି ଖବର ଜାଣିବା ପରେ ପ୍ରେମିକ ଦୁଇ ଜଣ ଯୁବତୀଙ୍କ ସହ ଆଉ ସମ୍ପର୍କ ରଖିଲେ ନାହିଁ ବା ଯୁବତୀ ଯେତେ ଫୋନ କଲେ ମଧ୍ୟ ସେ ଫୋନ ଉଠାଇଲେ ନାହିଁ।

ତେବେ ଯୁବତୀ ଗର୍ଭବତୀ ଥିବାରୁ ତାଙ୍କ ପରିବାର ଲୋକ ଜାଣି ପାରି ମାଡ଼ ମାରିବା ସହ, ତାଙ୍କୁ ଘରୁ ବାହାର କରିଦେଲେ। ସେ ଘରୁ ବାହାରି ଯିବା ପରେ ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶ ଚାଲିଗଲେ। ଏବଂ ସେଠାରେ କିଛି ଦିନ କାମ କରି, ଘରକୁ ଫେରି ଆସି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ସେ ମେଡିକାଲ ୱାନ ଷ୍ଟପ ସେଣ୍ଟରରେ ପିଲାକୁ ଧରି ରହୁଛନ୍ତି। ତେବେ ପ୍ରେମିକ ଦୁଇ ଜଣ ଶାରୀରିକ ସମ୍ପର୍କ ରଖିଥିବା କଥାକୁ ଅସ୍ୟୁକାର କରିବା ସହିତ, ସେ ପିଲାର ବାପା ନୁହନ୍ତି ବୋଲି ମନା କରି ଦେଇଥିଲେ। କାଉନ ସିଲିଂ କରୁଥିବା ସେଣ୍ଟର ତରଫୁରୁ ଉଭୟଙ୍କୁ ପୋଲିସ ନିକଟକୁ ହସ୍ତାନ୍ତର କରା ଯାଇଛି। ଏବଂ ଦୁହିଁଙ୍କର DNA ଟେଷ୍ଟ କରିବା ପାଇଁ ମଧ୍ୟ ପରାମର୍ଶ ଦିଆ ଯାଇଛି, ଏହି ଟେଷ୍ଟ ପରେ ପ୍ରକୃତ ପିଲାର ବାପା କିଏ ? ବୋଲି ସ୍ପଷ୍ଟ ହୋଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।