ତେବେ ଦିଲ୍ଲୀର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳୁଛି ଏଭଳି ମାଲିସ। ଆପଣ ମାନେ ଜାଣିଥିବେ କି ଗତ କିଛି ଦିନ ପୂର୍ବରୁ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିଲେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ । ଆଉ ବର୍ତ୍ତମାନ ସମୟରେ ତିହାର ଜେଲ ଭିତରେ ରହିଛନ୍ତି । କିନ୍ତୁ ତାଙ୍କୁ ଯେପରି ସୁବିଧା ସୁଯୋଗ ମିଳୁଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜେଲ ଭିତରେ ଏମିତି ସେବା ପାଉଛନ୍ତି ତାହା କୌଣସି ରାଜକୀୟ ସେବା ଠାରୁ କମ୍ ନୁହେଁ ଯାହା ସମସ୍ତଙ୍କୁ ଚକିତ କରିଛି।
ତେବେ ଜେଲ୍ ଭିତରେ ମନ୍ତ୍ରୀଙ୍କୁ ମିଳୁଛି ଏଭଳି ଭିଆଇପି ଟ୍ରିଟମେଣ୍ଟ। କେତେବେଳେ ତାଙ୍କର ହେଡ ମାସାଜ୍ କରା ଯାଉଛି ତ ଆଉ କେତେବେଳେ ତାଙ୍କର ଫୁଟ୍ ମସାଜ୍ କରା ଯାଉଛି। ପଞ୍ଚତାରକା ହୋଟେଲ ଯେମିତି ସୁବିଧା ସୁଯୋଗ ମିଳେ ସେମିତି ମିଳୁଛି ମନ୍ତ୍ରୀଙ୍କୁ ସୁବିଧାସୁଯୋଗ। ଭିଡିଓ ଲରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ତାଙ୍କର ପାଦରେ ତେଲ ମାଲିସ କରୁଛନ୍ତି ଆଉ କିଛି ବ୍ୟକ୍ତି ତାଙ୍କ ପାଖରେ ଛିଡ଼ା ହୋଇଛନ୍ତି। ତେବେ ଏ ନେଇ ଆପ୍ ସରକାର୍ ଙ୍କୁ ତୀବ୍ର ନିନ୍ଦା କରିଛନ୍ତି କଂଗ୍ରେସ ଓ ବିଜେପି।
ଭିଡ଼ିଓ ଦେଖିଲେ ଲାଗୁଛି ଏହା ଗୋଟିଏ ଦିନର ଭିଡିଓ ନୁହେଁ ଅନେକ ଦିନର ଭିଡିଓ କାରଣ ଭିଡିଓରେ ଅଲଗା ଅଲଗା ପୋଷାକରେ ଦେଖିବାକୁ ମିଳୁଛି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ। ତେବେ ଜେଲ୍ ରେ ସଜା କାଟୁଥିବା ମନ୍ତ୍ରୀଙ୍କୁ ଏଭଳି ଭାବରେ ରାଜକୀୟ ସେବା ପ୍ରଦାନ କରାଯିବାର ଭିଡିଓ ଭାଇରାଲ୍ ହେବା ପରେ ରାଜନୈତିକ ସରଗରମର ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ନୂଆଁ ଦିଲ୍ଲୀରେ।
ତେବେ ଏପରି ଏକ ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ଭାଇରାଲ ହେବା ପରେ ଜେଲ୍ ସୁପରିଟେଣ୍ତେଣ୍ଟ ଅଜିତ୍ କୁମାରଙ୍କୁ ସସ୍ପେଣ୍ତ କରାଯାଇଛି। କୁହା ଯାଉଛି କି ଏ ଭିଡିଓଟି ବହୁତ୍ ପୁରୁଣା। ତେବେ ଏହି ଭିଡିଓକୁ ନେଇ ଆମ୍ ଆଦମୀ ପାର୍ଟି ଉପରେ ଜୋରଦାର ବର୍ଷିଛି ବିଜେପି। ଏପରି ଏକ ଘଟଣାକୁ ନିନ୍ଦା କରିବା ସହ ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା କେଜ୍ରିୱାଲ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଆପ୍ ସରକାର ଜେଲ୍ ନିୟମର ଉଲ୍ଲଙ୍ଘନ କରିଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି। ଜେଲ୍ ଭିତରେ ସତ୍ୟେନ୍ଦ୍ର ଜୈନ୍କୁ ପୂରା ଭିଆଇପି ସୁବିଧା ଦିଆ ଯାଉଥିବା ଭିଡିଓକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଲାଗି ରହିଛି। ଜେଲ ଭିତରେ ମଧ୍ୟ ଏଭଳି ସୁବିଧାସୁଯୋଗ ମିଳିପାରୁଛି ଯେଉଁ ଘଟଣାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ସାଧାରଣ ଲୋକ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।