ମୋ ଵାବୁ ସୋନା କହି ଯେତେ ଚିତ୍କାର କଲେ ବି ପ୍ରେମିକ ଶୁଣିଲାନି କି ଘରୁ ବାହାରିଲାନି…ଦେଖନ୍ତୁ Viral ଭିଡ଼ିଓ

0

ବର୍ତ୍ତମାନ ଆଜିକାଲି ପ୍ରେମ,ମିଛ,ପ୍ରତାରଣା ଏବଂ ଧୋକା ଏକ ସାଧାରଣ କଥା ହୋଇ ଗଲାଣି, କାରଣ ଆପଣ ମାନେ ଦେଖି ଥିବେ ଏଭଳି ଘଟଣା ପ୍ରତିଦିନ ଦେଖିବା ପାଇଁ ମିଳୁଛି। ଆଜି କାଲିର ଯୁବକ ଯୁବତୀଙ୍କ ନିକଟରେ ଆପଣ ସ୍ୱଚା ପ୍ରେମ ଦେଖିବା ପାଇଁ ମିଳି ନଥାଏ। ପ୍ରେମରେ ପ୍ରତାରଣା, ମିଛ ଏବଂ ଧୋକା ଅଧିକ ଦେଖିବା ପାଇଁ ମିଳୁଛି।ପ୍ରେମ ସେମାନଙ୍କ ପାଇଁ ଏକ ମାମୁଲି ଘଟଣା ବୋଲି ଭାବି ନେଉଛନ୍ତି। ଏଭଳି ଖବର ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ,ପ୍ରେମିକ ବାହାଘରରେ ପ୍ରେମିକାର ଡ୍ରାମା, ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ଖୋସିନ୍ଦା ବାଦ ସହରର ଏକ ସ୍ଥାନରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଭୋପାଲର ଏକ କମ୍ପାନୀରେ ଜଣେ ଯୁବକ ଓ ଜଣେ ଯୁବତୀ କାମ କରୁଥିଲେ। ସେହି ଠାରୁ ଦୁହେଁ ଦୁହିଁଙ୍କୁ ଭଲ ପାଇ ଥିଲେ। କେହି କାହାରିକୁ ଛାଡି ଗୋଟିଏ ମୁହୂର୍ତ୍ତ ବି ରହି ପାରନ୍ତି ନାହିଁ। ପରସ୍ପରକୁ ବହୁତ ଭଲ ପାଉ ଥିଲେ ଓ ସାରା ଜୀବନ ସାଥି ହୋଇ ରହିବା ପାଇଁ ମଧ୍ୟ ଶପଥ କରିଥିଲେ। ସେ ଦୁଇ ଜଣ ସ୍ୱାମୀ ଓ ସ୍ତ୍ରୀ ଭଳି ଗୋଟିଏ ରୁମରେ ଏକାଠି ରହୁଥିଲେ। ଦିନେ ପ୍ରେମିକ ଜଣଙ୍କ ନିଜ ପ୍ରେମିକାଙ୍କୁ କିଛି ନକହି ଅଚାନକ ଭାବରେ ଗାଁ କୁ ଚାଲି ଯାଇ ଥିଲେ।

କିନ୍ତୁ ଦିନେ ପ୍ରେମିକା ଜଣଙ୍କ ଜାଣିବାକୁ ପାଇ ଥିଲେ ଯେ, ତାଙ୍କ ପ୍ରେମିକର ଅନ୍ୟ କାହା ସହିତ ବାହାଘର ହେଉଛି। ଏହି ଖବର ଶୁଣି ପ୍ରେମିକାଟି ବହୁତ ବ୍ୟସ୍ତ ବିବ୍ରତ ହୋଇ, ପ୍ରେମିକ ବାହା ହେଉଥିବା ମଣ୍ଡପ ନିକଟରେ ଆସି ପହଁଛି ଯାଇ ଥିଲେ। ସେଠାରେ ସେ ପହଁଚିବା ପରେ ପ୍ରେମିକା ନିଜ ପ୍ରେମିକଙ୍କୁ ବାରମ୍ବାର ବାବୁ ଓ ସୋନା କହି ଏପଟ ସେପଟ ହୋଇ ତାଙ୍କୁ ଡାକୁଥିଲେ। କିନ୍ତୁ ପ୍ରେମିକ ବର ତାଙ୍କ କଥା ଶୁଣିଲା ନାହିଁ ବା ଘର ଭିତରୁ ବାହାରିଲା ନାହିଁ। ପ୍ରେମିକା ବାରମ୍ବାର ଗେଟକୁ ହଲାଉ ଥାଆନ୍ତି କିନ୍ତୁ କଥା ସେ ଶୁଣୁ ନଥିଲେ।

ଏହି ଖବର ପାଇ ପୋଲିସ ଘଟଣା ସ୍ଥଳରେ ଆସି ପହଁଛି ଯାଇ ଥିଲେ। ପୋଲିସ କହିଥିଲେ ଯେ, ଯଦି ଅଭିଯୋଗ ଦେବାର ଅଛି ତା’ହେଲେ ଥାନାକୁ ଯାଇ ଅଭିଯୋଗ କରନ୍ତୁ। କିନ୍ତୁ ଯୁବତୀ ବହୁତ ଚିନ୍ତା କରିବା ପରେ ଖୁବ ଜୋର ସୋର ଭାବରେ କାନ୍ଦି କାନ୍ଦି ଅଭିଯୋଗ ଦେବାର ନାହିଁ ବୋଲି ସିଧା ମନା କରି ଦେଇଥିଲେ। ଏହା ପରେ ଯୁବତୀ ଜଣଙ୍କ ଜଣେ ପରିଚିତ ବ୍ୟକ୍ତିଙ୍କ ସହିତ ବାଇକରେ ବସି ଫେରି ଯାଇଥିଲେ। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।