ଦେଖନ୍ତୁ ଭିଡ଼ିଓ : ମୋ ବାପା ଙ୍କୁ ଭଲ କରିଦିଅ, ମୁ ଆପଣ ମାନଙ୍କୁ ହାତ ଯୋଡି ଅନୁରୋଧ କରୁଛି..ଦୟାକରି ନିଶ୍ଚୟ ଦେଖନ୍ତୁ

0

ବର୍ତ୍ତମାନ ସମାଜରେ ଏଭଳି କିଛି ଲୋକ ଅଛନ୍ତି, ଯିଏକି ନିଜେ ସାତ ଜନ୍ମ ଯାଏ କହିଲେ ମଧ୍ୟ ଧନ ସରିବ ନାହିଁ। ଆଉ କିଛି ଏଭଳି ଲୋକ ଅଛନ୍ତି , ଯେଉଁ ମାନଙ୍କ ପରିସ୍ଥିତି ଏତେ ଖରାପ ଯେ , ଯଦି ସେମାନେ ଗୋଟିଏ ଦିନ କାମ ନକରି ଘରେ ବସିବେ ତାହାଲେ ସେମାନେ , ତାପରଦିନକୁ ଖାଇବା ପାଇଁ ପାଇବେ ନାହିଁ। ଆମ ସମାଜରେ ଏଭଳି ଅନେକ ଲୋକ ଅଛନ୍ତି, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ କେହି ଅଣ୍ଟା ଭିଡି ନଥିଆନ୍ତି। ସେମାନଙ୍କ ଜୀବନ ଅତ୍ୟନ୍ତ ଦୁଃଖ କଷ୍ଟରେ ବିତିଥାଏ। କାରଣ ପରିସ୍ଥିତି ସେମାନଙ୍କୁ ବାଧ୍ୟ କରିଥାଏ ଅନ୍ୟ ଅନ୍ୟ ଠାରେ ହାତ ପତେଇବା ପାଇଁ ବାଧ୍ୟ ହୋଇଥାଏ। ସାଧାରଣତଃ କାହା ଜୀବନରେ କଣ ଏବଂ କେଉଁ ପରିସ୍ଥିତି ଆସିବ ତାହା କହିବା ଅସମ୍ଭବ।

ଦର୍ଶକ ବନ୍ଧୁ ଆପଣ ମାନେ ପ୍ରତ୍ୟେକ ଦିନ କିଛି ନା କିଛି ଖବର ଶୁଣିବାକୁ ପାଇଥାନ୍ତି, କିନ୍ତୁ ଆଜି ଆମେ ଏପରି ଏକ ଅସହାୟ ଲୋକ ବିଷୟରେ କହିବା ପାଇଁ ଯାଉଛୁ, ଯାହାକୁ ଦେଖିଲା ପରେ ଆପଣଙ୍କ ଆଖିରୁ ଲୁହ ଆସି ଯିବ। ଯାହାକି କେନସର ବାପାଙ୍କୁ ଭଲ କରିବା ପାଇଁ ଜଣେ ଛୋଟ ଝିଅ କାନ୍ଦି କାନ୍ଦି କରୁଛି ଆକୁଳ ନିବେଦନ। ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ତେବେ ବଂଧଗଣ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ, ଯାହାକି ବାରି ବସ୍ତିରେ ପ୍ରକାଶ ବସ୍ତିଆ ଏବଂ ତାଙ୍କ ପତ୍ନୀ ଓ ଦୁଇ ଝିଅଙ୍କ ସହ ରହୁଛନ୍ତି । ୮ ବର୍ଷ ପୂର୍ବେ ସେ ମୁଖ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ମଧ୍ୟ ହୋଇଥିଲେ। ତାଙ୍କ ପରିବାର ଲୋକ ଭାବିଥିଲେ ଯେ ଘରର ରୋଜଗାରିଆ ଲୋକ ଭଲ ହୋଇଗଲା ଓ ଦୁଃଖ ମଧ୍ୟ ଦୂର ହୋଇଯିବ। ହେଲେ ଭାଗ୍ୟର ବିଡମ୍ବନା ଅଲଗା କିଛି ଥିଲା। ଦଇବ ସେମାନଙ୍କ ଭାଗ୍ୟରେ ଲେଖିଥିଲା ଅନ୍ୟ କିଛି, ପୁଣି ଏବେ ସେ ମୁଖ କର୍କଟରେ ଆକ୍ରାନ୍ତ ହୋଇଛନ୍ତି। ମୁହଁର ଅନ୍ୟ ପାର୍ଶ୍ଵରେ ଘର କରିଛି ମୃତ୍ୟ ଦୂତ କ୍ୟାନ୍ସର। କଥାବାର୍ତ୍ତା ମଧ୍ୟ ବନ୍ଦ ହେଇଯାଇଛି। ବିଛଣାରେ ପଡି ପଡି ସେ ଏବେ ଅନ୍ୟର ସାହାଯ୍ୟକୁ ଆପେକ୍ଷ କରିଛନ୍ତି।

ତାଙ୍କ ପତ୍ନୀ ଦୁଇ ବେଳା ଦୁଇ ମୁଠା ଖାଇବାକୁ ଯୋଗାଡ଼ କରି ପାରୁନଥିବା ପ୍ରକାଶଙ୍କ ଚିକିତ୍ସା ପାଇଁ କେଉଁଠୁ ବା ଅର୍ଥ ଆଣିବେ ବୋଲି ସେ ଭାରି ଚିନ୍ତାରେ ରହୁଛନ୍ତି। ଘରେ କେହି ରୋଜଗାରିଆ ଲୋକ ନଥିବା ବେଳେ ସ୍ୱାମୀଙ୍କ ଚିକିତ୍ସା ଓ ଦୁଇ ଜଣା ପିଲାଙ୍କ ଭବିଷ୍ୟତକୁ ନେଇ ବହୁ ଚିନ୍ତାରେ ଘାଣ୍ଟି ହେଉଛନ୍ତି। ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ କରୁଛନ୍ତି ଆକୁଳ ନିବେଦନ, ତାଙ୍କ ର ଛୋଟ ଝିଅ ମଧ୍ୟ ପାଠ ପଢି ପାରୁନାହିଁ, ସେ କାନ୍ଦି କାନ୍ଦି କହୁଛି ମୋ ବାପାଙ୍କୁ ଭଲ କରିଦିଅ। ତେବେ ଆମର ଅନୁରୋଧ ପ୍ରଶାସନ ସେମାଙ୍କ ପାଇଁ କିଛି ବ୍ୟବସ୍ଥା କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।