ମୋ ବିବାହିତା ସ୍ତ୍ରୀ ବିଷୟରେ ସୂଚନା ଦେଲେ ଏତେ ହଜାର ଟଙ୍କା ସହ ରୋୖପ୍ୟ ପଦକ ପୁରସ୍କାର ଘୋଷଣା କଲେ ସ୍ୱାମୀ ଏବଂ ତା ସହ ଆହୁରି ମଧ୍ୟ….

0

ଅନେକ ସମୟରେ ଆପଣ ହଜି ଯାଇଥିବା ବ୍ୟକ୍ତି ବିଶେଷ ମାନଙ୍କ ବିଷୟରେ କିଛି ସ୍ଥାନରେ ଲଗା ଯାଇଥିବା ପୋଷ୍ଟର ରୁ କିମ୍ବା ଖବର କାଗଜ ମାନଙ୍କରୁ ସୂଚନା ପାଇ ପାରୁଥିବେ।ଏହି ସବୁ ନିଖୋଜ ବ୍ୟକ୍ତି ମାନଙ୍କ ବିଷୟରେ ସୂଚନା ପାଇଲେ ଜଣାଇବାକୁ କୁହା ଯାଇଥାଏ। ଆଉ ତା ବଦଳରେ ସୂଚନା ଦେଉଥିବା ଲୋକଙ୍କୁ ପୁରସ୍କାର ଦିଆ ଯିବାକୁ ମଧ୍ଯ ଘୋଷଣା କରା ଯାଇଥାଏ। ସେହିପରି ଏବେ ଏକ ଖବର ସାମ୍ନାକୁ ଆସିଛି। ହଜି ଯାଇଥିବା ସ୍ତ୍ରୀ ବିଷୟରେ ସୂଚନା ଦେବା ପାଇଁ ଜଣେ ବ୍ୟକ୍ତି ବିଜ୍ଞପ୍ତି ଦେଇଛନ୍ତି।ଯେଉଁ ସୂଚନା ବାବଦକୁ ୩୦ ହଜାର ଟଙ୍କା ଏବଂ ରୌପ୍ୟ ପଦକ ଦେବେ ବୋଲି ବ୍ୟକ୍ତି ଜଣଙ୍କ କହିଛନ୍ତି।

ତେବେ ଯାହା ଜଣା ପଡ଼ିଛି ନିଜ ନିଖୋଜ ସ୍ତ୍ରୀକୁ ପାଇବା ପାଇଁ ଏହିପରି ପ୍ରୟାସ କରିଛନ୍ତି ବାରିପଦାର ଜଣେ ଯୁବକ।ଆଉ ସେଥିପାଇଁ ସେ ଏପରି ବିଜ୍ଞପ୍ତି ଦେଇଛନ୍ତି ନିଜ ସ୍ତ୍ରୀ କୁ ଫେରି ପାଇବାର ଆଶା ରଖି। ତେବେ ମିଳିଥିବା ସୂଚନା ଅନୁସାରେ ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନଂ-୨୭ ତୁଳସୀଚୌରା ଅଞ୍ଚଳରେ ବାସ କରନ୍ତି ଗଗନ ବିହାରୀ ମହାନ୍ତ। ଯିଏକି ନିଜ ପରିବାର ସହ ସେଠାରେ ରୁହନ୍ତି। ସୂଚନା ଅନୁସାରେ ଗତ ବୁଧବାର ଦିନ ସକାଳ ପ୍ରାୟ ୮ ଟା ସମୟରେ ଘରେ କେହି ନଥିବା ବେଳେ ତାଙ୍କ ପତ୍ନୀ ତନୁଶ୍ରୀ ବେହେରା ଯାହାଙ୍କ ବୟସ ୩୧ ବର୍ଷ ସେ କୁଆଡେ ଘରୁ ଚାଲି ଯାଇଥିଲେ।ସେ କେଉଁଆଡ଼େ ପଳାଇ ଯାଇଛନ୍ତି ତାହା କାହାକୁ ବି ଜଣା ନାହିଁ।

ଏହାପରେ ପତ୍ନୀ ତନୁଶ୍ରୀଙ୍କୁ ସ୍ୱାମୀ ବହୁତ୍ ଖୋଜାଖୋଜି କରିବା ପରେ ମଧ୍ୟ କେଉଁଠି ବି ପାଇ ନଥିଲେ।ପରେ ତାଙ୍କ ପରିବାର ଲୋକେ ଅନେକ ଖୋଜା ଖୋଜି କରିବା ପରେ ତନୁଶ୍ରୀ କୁ ନପାଇ ସେମାନେ ପୋଲିସ୍ ର ସହାୟତା ନେବା ପାଇଁ ଚାହିଁଥିଲେ ଏବଂ ପୋଲିସ ପାଖରେ ଏଥିନେଇ ଏତଲା ମଧ୍ୟ ଦେଇଥିଲେ। କିନ୍ତୁ ଏହାପରେ ମଧ୍ୟ ପରିବାର ଲୋକଙ୍କୁ କୌଣସି ସୁଫଳ ମିଳି ନଥିଲା। ଫଳରେ ସ୍ୱାମୀ ଗଗନ ତନୁଶ୍ରୀଙ୍କୁ ଖୋଜି ଆଣିବା ପାଇଁ ବିଜ୍ଞାପନ ର ସାହାରା ନେଇଥିଲେ ଏବଂ ପୁରସ୍କାର ରାଶି ଘୋଷଣା ମଧ୍ଯ କରିଥିଲେ। ତାଙ୍କ ସ୍ତ୍ରୀ ବିଷୟରେ ସୂଚନା ଦେଲେ ସେ ପୁରସ୍କାର ସ୍ୱରୂପ ଅର୍ଥରାଶିର ଘୋଷଣା କରିଛନ୍ତି।

ତେଣୁ ଯେ କୌଣସି ସହୃଦୟ ବ୍ୟକ୍ତି ଯଦି ତନୁଶ୍ରୀଙ୍କ ବିଷୟରେ କିଛି ସୂଚନା ପାଆନ୍ତି ତେବେ ନିମ୍ନଲିଖିତ ନମ୍ବର ରେ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ଯୋଗାଯୋଗ କରିବାକୁ ଥିବା ନମ୍ବର ଗୁଡିକ ହେଲା ୯୮୬୧୦୯୭୫୮୦, ୯୩୩୭୪୧୬୨୭୮ ଏବଂ ୭୬୦୬୮୯୯୯୪୪। ଦୟାକରି ସୂଚନା ପାଇବା ମାତ୍ରେ ଏହି ନମ୍ବରରେ ଯୋଗାଯୋଗ କରନ୍ତୁ କିମ୍ବା ନିକଟସ୍ଥ ପୋଲିସ ଷ୍ଟେସନରେ ଜଣାନ୍ତୁ ବୋଲି ସ୍ୱାମୀ ଅନୁରୋଧ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।