“ମୋ ଚୁଟି ଧରି ଘୋଷାଡ଼ି କଲେ ଏମିତି ଯେ ସମସ୍ତଙ୍କ ଆଗରେ ଦେଖିବା ଅସମ୍ଭବ… ଦେଖନ୍ତୁ Viral ଭିଡ଼ିଓ

0

ବନ୍ଧୁଗଣ ଆରମ୍ଭ ହୋଇ ଯାଇଛି ପଞ୍ଚାୟତ ନିର୍ବାଚନ। ଆଉ ଏଥିପାଇଁ ଆଜି ସରିଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ।ଆଜି ପ୍ରଥମ ପର୍ଯ୍ୟାୟ ରେ ଭୋଟର ମାନେ ତାଙ୍କର ଭୋଟ ଦେଇଛନ୍ତି। ଆଉ ଏହି ସମୟରେ ଆଜି ଅନେକ ସ୍ଥାନରେ ନିର୍ବାଚନୀ ହିଂସା ମାରପିଟ୍ ଆଦି ଦେଖିବାକୁ ମିଳିଛି। ଯଦିଓ ଗଣତନ୍ତ୍ର ରେ ଏପରି କାର୍ଯ୍ୟ ଶୋଭନୀୟ ନୁହେଁ ତଥାପି ଏପରି ଘଟଣା ଏବେ ଅନେକ ସମୟରେ ଦେଖିବାକୁ ମିଳୁଛି। ଯଦିଓ ଶାନ୍ତି ଶୃଙ୍ଖଳା ରେ ଅନେକ ସ୍ଥାନରେ ନିର୍ବାଚନ ହୋଇଛି ତଥାପି ଅନେକ ଜାଗାରେ ଏପରି କିଛି ଅଗ୍ରହନୀୟ ବା ନିନ୍ଦନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସେହିପରି ଏକ ଘଟଣାର ଚିତ୍ର ଏବେ ସାମ୍ନାକୁ ଆସିଛି।

ଯେଉଁଠି ଜଣେ ଯୁବତୀ ଙ୍କୁ ଉପରକୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଯୁବତୀ ଜଣଙ୍କ ଏ ସଂପର୍କରେ ଗଣମାଧ୍ୟମ ସମ୍ମୁଖରେ ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି ଯେ ମୋ ଚୁଟି ଘୋଷାଡି, ମୋ ଓଢନୀ ଟାଣି, ମୋତେ ମାରି ସେମାନେ ଖଣ୍ଡିଆ ଖାବରା କରି ଦେଇଛନ୍ତି। ମଣ୍ଟୁ, ଦିଜ, ସଞ୍ଜୟ, କୈଳାଶ ବେହେରା ଇତ୍ୟାଦି ବ୍ୟକ୍ତି ବିଶେଷ ମାନେ ତାଙ୍କ ସହିତ ଏପରି ବ୍ଯବହାର କରିଛନ୍ତି ବୋଲି ମହିଳା ଜଣଙ୍କ ତାଙ୍କର ଅଭିଯୋଗରେ କହିଛନ୍ତି। ତେବେ ଯୁବତୀ ଜଣଙ୍କ କହିବା ଅନୁଯାୟୀ ସେ ବୁଥ ଆଗରେ ଝଗଡା ହେଉ ଥିବାର ଦେଖି ଶାନ୍ତି ଶୃଙ୍ଖଳା ରେ ଭୋଟ ଦେବା ପାଇଁ ଲୋକଙ୍କୁ କହିଥିଲେ ଏବଂ ଝଗଡା ଲାଗୁଥିବା ଲୋକଙ୍କୁ ବୁଝାଇ ଥିଲେ।

କିନ୍ତୁ କିଛି ଯୁବକ କହିଥିଲେ ତୁ କିଏ ବେ, ତୁ କାହିଁକି ମୁଣ୍ତ ପୁରାଉଛୁ, ଏଭଳି କଥା କହି, ଅସାମାଜିକ ଭାଷାରେ ଗାଳି ଗୁଲଜ ତାଙ୍କୁ କରିଥିଲେ। ଏହାଛଡ଼ା ସେମାନେ ଏହି ଯୁବକ ମାନେ ଯୁବତୀ ଜଣଙ୍କ ର ଚୁଟି ଘୋଷାଡି, ଓଢନୀ ଟାଣି, ତାଙ୍କୁ ମାରି ସେମାନେ ଖଣ୍ଡିଆ ଖାବରା ମଧ୍ୟ କରି ଦେଇ ଥିଲେ। ଯାହାକୁ ସେ ପୋଲସ କୁ ଜଣାଇଛନ୍ତି ଏବଂ ଗଣମାଧ୍ୟମ ଆଗରେ ମଧ୍ୟ କାନ୍ଦି କାନ୍ଦି କହିଛନ୍ତି। ଏହାକୁ ନେଇ ଉକ୍ତ ଅଞ୍ଚଳରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଏଭଳି ଘଟଣା କାହିଁକି ଘଟିଲା ଏବଂ କଣ ପାଇଁ ଉକ୍ତ ଯୁବକ ମାନେ ଏପରି ବ୍ଯବହାର କଲେ ତାହା ତ ପରେ ଜଣା ପଡ଼ିବ।

କିନ୍ତୁ ଏହି ଘଟଣାରେ ଏଠାରେ ଗୋଟିଏ ପ୍ରଶ୍ନ ଆସିବା ସ୍ବାଭାବିକ ଯେ ନିର୍ବାଚନ ସମୟରେ ଏପରି ଘଟଣା, ଏପରି କାର୍ଯ୍ୟ କରିବା ଦ୍ଵାରା ଏହା ସାଧାରଣ ଜନତାଙ୍କ ଊପରେ କିପରି ଭାବରେ ପ୍ରଭାବ ପକାଇବ ଏବଂ ଏହାଦ୍ୱାରା ଲୋକେ କିଭଳି ସୁସ୍ଥ ବାତାବରଣ ପାଇବେ। ତେବେ ଏସବୁ ପ୍ରତି ରାଜନୈତିକ ଦଳର କର୍ମୀ ମାନେ, ପ୍ରାର୍ଥୀ ମାନେ ଏବଂ ପ୍ରଶାସନ ଦୃଷ୍ଟି ଦେବା ନିହାତି ଆବଶ୍ୟକ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।