ମୋ ଝିଅର ଯଦି ତପସ୍ୱିନୀ ଭଳି ପରିସ୍ଥିତି ହେଇଥାନ୍ତା ତାହେଲେ ମୁଁ….ତାକୁ ଜୀବନରେ ଏମିତି….ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବା ପାଇଁ ମିଳିଥାଏ। ସମାଜରେ ନାରୀ ମାନେ ଅଧିକାର ସାବ୍ୟସ୍ତ କରିବା ପାଇଁ ପ୍ରୟାସ ଜାରି ରଖି ଥାଆନ୍ତି। ତେବେ ବନ୍ଧୁଗଣ ତପସ୍ୱିନୀ ଦାସଙ୍କ ଶ୍ୱଶୁର ଗଣମାଧ୍ୟମ ସମ୍ନାରେ କିଛି କହୁଥିବାର ଶୁଣିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ବର୍ତ୍ତମାନ ଓଡ଼ିଶାରେ ଗୋଟିଏ ଖବରକୁ ନେଇ ଚର୍ଚ୍ଚା ଜୋର ସୋର ଭାବରେ ଲାଗି ରହିଛି। ଆପଣ ମାନେ ଜାଣିଥିବେ ତପସ୍ୱୀନି ଦାସଙ୍କୁ ଡକ୍ଟର ସୁମିତ ସାହୁଙ୍କୁ ପ୍ରେମ ବିବାହ କରିଥିଲେ। ଦୁହେଁ କୋର୍ଟରେ ରେଜିଷ୍ଟି ବିବାହ କରିଥିଲେ ଓ ସେ ଦୁହେଁ ବିବାହ ପରେ ବାହାରେ ଘର ଭିଡା ନେଇ ରହୁଥିଲେ। ଯେତେବେଳେ ଯୁବକଙ୍କ ପରିବାର ଲୋକ ମାନେ ଏହି ସବୁ ଘଟଣା ବିଷୟରେ ଜାଣିବା ପାଇଁ ପାଇଲେ ତାଙ୍କ ଦୁହିଁଙ୍କୁ ସ୍ୟୁକାର କରିବା ପାଇଁ କହିଥିଲେ।

ଏହା ପରେ ତାଙ୍କ ପରିବାର ଲୋକ ମାନେ ବୈଦିକ ରୀତି ନୀତି ଅନୁସାରେ ବିବାହ କରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ପ୍ରତିଶ୍ରୁତି ଦେଇ ମଧ୍ୟ ଯୁବକଙ୍କ ପରିବାର ଲୋକ ମାନେ ତାଙ୍କର ବିବାହ କରାଇ ଦେଇ ନଥିଲେ। ଯାହା ଫଳରେ କି ମହିଳା ଖୁବ ଜୋର ସୋର ଭାବରେ ରାଗି ଯାଇଥିଲେ। ଏହା ପରେ ବର୍ତ୍ତମାନ ମହିଳା ଜଣଙ୍କ କିଛି ଦିନ ଧରି ତାଙ୍କ ଶ୍ୱଶୁର ଘର ସମ୍ନାରେ ଧାରଣାରେ ବସି ରହିଥିଲେ ବୋଲି ଆପଣ ମାନେ ଜାଣିଥିବେ। ତେବେ ତାଙ୍କ ସ୍ୱାମୀଙ୍କ ପାଖରେ ରହିବା ପାଇଁ ଜିଦ ଧରି ବସି ରହିଥିଲେ। ତେବେ ତାଙ୍କ ଏହି କେଶ କୋର୍ଟରେ ଶୁଣାଣି ହେବ ବୋଲି ନିଷ୍ପତ୍ତି ହୋଇଥିଲା କିନ୍ତୁ ଏହି କେଶକୁ କିଛି ଦିନ ଘୁଞ୍ଚାଇ ଦିଆ ଯାଉଛି। କିନ୍ତୁ ତାପସ୍ୱୀନିଙ୍କ ଶ୍ୱଶୁର ଘରକୁ ନେବା ପାଇଁ ଇଚ୍ଛା ପ୍ରକାଶ କରି ନାହାଁନ୍ତି।

ତାଙ୍କ ଶ୍ୱଶୁରଙ୍କୁ ଗଣମାଧ୍ୟମ ରିପୋର୍ଟର ମାନେ ପଚାରୁଛନ୍ତି ଯେ, ଯଦି ସେ ଆପଣଙ୍କ ଘରର ଝିଅ ବା ଘରର ବୋହୂ ହୋଇ ଏଭଳି ଘଟଣାର ଶିକାର ହୋଇ ଥାଆନ୍ତେ, ତା’ହେଲେ ଆପଣଙ୍କ ପରାମର୍ଶ କେଉଁ ଭଳି ରହି ଥାଆନ୍ତା। ସେ କହୁଛନ୍ତି ଯେ, ଯଦି ସେ ମୋ ଘରର ଝିଅ କିମ୍ବା ବୋହୂର ଏଭଳି ପରିସ୍ଥିତି ହୋଇ ଥାଆନ୍ତା, ତେବେ କଦାପି ଏପ୍ରକାରର ରାଜରାସ୍ତାକୁ ଓଲ୍ହାଇ ନଥାଆନ୍ତି। ଏବଂ ଏଥି ସହିତ ଜନସାଧାରଣକୁ ଭିନ୍ନ ପ୍ରକାରର ବାର୍ତା ଦେବାକୁ ଆଦୌ ସମର୍ଥନ କରି ନଥାଆନ୍ତି। ଯଦି କିଛି ଏଭଳି ହୋଇ ଥାଆନ୍ତା, ତା’ହେଲେ ନୁଶ୍ଚିନ୍ତ ଭାବରେ ଆଇନର ଆଶ୍ରୟ ନେଇ ଥାଆନ୍ତି। ଏଥି ସହିତ ପ୍ରଶାସନ ଓ ନ୍ୟାୟାଳୟ ଉପରେ ସମ୍ପୂର୍ଣ୍ଣ ଭାବରେ ଆଶା ଓ ବିଶ୍ୱାସ ରହିଛି ବୋଲି କହିଥିଲେ। ଏଥି ସହିତ ତାଙ୍କ ଶ୍ୱଶୁର କହିଛନ୍ତି ଯେ, କୋର୍ଟର ପ୍ରକ୍ରିୟା ଯଦି ଆରମ୍ଭ ହୋଇଛି କୋର୍ଟର ଆଦେଶକୁ ଅପେକ୍ଷା କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।