ହଁ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ରୁଷିଆ ଓ ଇଉକ୍ରେନ ମଧ୍ୟରେ ଚାଲିଥିବା ଯୁର୍ଦ୍ଧ ରେ ଅନେକ ଧନ ଜୀବନ ଚାଲିଯାଇଥିଲା ଓ ସେଠାରେ ଥିବା ବହୁତ ପାଠାଗାର ଓ ଲ୍ୟାବ ମଧ୍ୟ ଏହି ଯୁର୍ଦ୍ଧ ରେ ନଷ୍ଟ ହେଇଯାଇଥିଲା | ତାହା ବ୍ୟତୀତ ଆମ ଭାରତ ରେ ଅନେକ ଛାତ୍ର ଛାତ୍ରୀ ଯୋଉ ମାନେ କି ମେଡିକାଲ ପଢିବା ପାଇଁ ଯାଇଥିଲେ ସେମାନେ ଇଉକ୍ରେନ ଫୋସି ରହିଥିଲେ | ଭାରତ ସରକାର ଓ ଓଡିଶା ସରକାର ମିଳିତ ହୋଇ ଭାରତୀୟ ମାନଙ୍କ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ ଓ ସେମାନଙ୍କ ପାଠ ପଢ଼ାରେ ମଧ୍ୟ ସେ ସମୟରେ ବହୁତ ଅସୁବିଧା ହେଉଥିବା ଦେଖି | ଏହାକୁ ଦୃଷ୍ଟି ରଖି ଭାରତ ସରକାର ଓ ଓଡିଶା ସରକାର ଇଉକ୍ରେନ ଫୋସି ରହିଥିବା ଛାତ୍ର ଛାତ୍ରୀ ଙ୍କୁ ସେମାନଙ୍କ ଜୀବନ ବଞ୍ଚାଇ ଭାରତ କୁ ଗଙ୍ଗା ମିଶନ ନା ରେ ସେମାନଙ୍କୁ ଭାରତ କୁ ଫେରାଇ ଆଣିଥିଲେ |
ତେବେ ମିଳିଥିବା ସୂଚନା ଅନୁଯାୟୀ ରୁଷିଆ ଓ ଇଉକ୍ରେନ ମଧ୍ୟରେ ପୁଣି ଥରେ ଯୁଦ୍ଧ ହେବାର ଆଶଙ୍କା ଦେଖା ଦେଇଛି, ଯାହା ପାଇଁ ଉକ୍ରେନ ରହି ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ ଆଉ ଉକ୍ରେନ ଯାଇ ପାଠ ପଢ଼ିବେ ନାହିଁ ବୋଲି କହିଛନ୍ତି | କାରଣ ଏହି ଯୁଦ୍ଧ ଭିତରେ ସେମାନେ ତାଙ୍କର ଭବିଷ୍ୟତ କୁ ନଷ୍ଟ କରିଦେଇପାରିବେ ନାହିଁ ବୋଲି କହିଛନ୍ତି | ତେଣୁ ଇଉକ୍ରେନ ରୁ ଫେରି ଥିବା ସମସ୍ତ ମେଡିକାଲ ଛାତ୍ର ଛାତ୍ରୀ ସେମାନଙ୍କୁ ଭାରତ ରେ ରହି ପଢ଼ିବାର ସୁଯୋଗ ଦିଆଯାଉ ବୋଲି କହି ଏବେ ରାଜ ରାସ୍ତାରେ ବସି ଆନ୍ଦୋଳନ ଆରମ୍ଭ କରିବାରେ ଦେଖା ଯାଇଛି | କାରଣ ବାହାରେ ରହି ପାଠ ପଢିଲେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି କିଛି ଛାତ୍ର ଛାତ୍ରୀ | ତେଣୁ ସେମାନେ ଆଉ ବାହାରକୁ ନ ଯାଇ ନିଜ ଦେଶରେ ପାଠ ପଢିବା ନେଇ ଏହି ଧାରଣା ରେ ବସିଛନ୍ତି ବୋଲି କୁହାଯାଉଛି |
ତେବେ କିଛି ଛାତ୍ର ଛାତ୍ରୀ ଙ୍କ ମତ ଅନୁଯାୟୀ ଭାରତ ବହୁତ ଭଲ ମାର୍କ ରଖି ମଧ୍ୟ ପିଲାମାନେ ମାନେ ଏଠାରେ ମେଡିକାଲ ପଢିବା ପାଇଁ ସିଟ ପାଉନାହାନ୍ତି | ଯାହା ଫଳରେ ଆମେ ବିଦେଶ ଯାଇ ଆମ ଭବିଷ୍ୟତ ତିଆରି କରିଥାଉ କାରଣ ଏଠାରେ 500 ରୁ ଉର୍ଦ୍ଧ ମାର୍କ ରଖି ମଧ୍ୟ ପିଲାମାନେ ମେଡିକାଲ ପଢିବା ପାଇଁ ସୁଯୋଗ ପାଉନାହାନ୍ତି |ତେଣୁ ଆମର ଦାବି ଆମକୁ ଆମ ଦେଶରେ ପଢିବା ର ସୁଯୋଗ ଦିଆଯାଉ ଓ ଆମ ଦେଶ ପାଇଁ ମଧ୍ୟ କିଛି କରିବା ର ସୁଯୋଗ ଦିଆଯାଉ | ତାହାଲେ ଯାଇ ଆମେ ଏହି ଆନ୍ଦୋଳନ ବନ୍ଦ କରିବୁ ବୋଲି କିଛି ଛାତ୍ର ଛାତ୍ରୀ ମତ ରଖିଛନ୍ତି |
ତାହେଲେ ଦର୍ଶକ ବନ୍ଧୁ ଏହା ଥିଲା ଇଉକ୍ରେନ ରୁ ଫେରିଥିବା ମେଡିକାଲ ଛାତ୍ର ଛାତ୍ରୀ ଙ୍କ ଆନ୍ଦୋଳନ ର ସେହି ଭିଜୁଆଲ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରା଼ଲ ହେବା ରେ ଲାଗିଛି ଓ ଛାତ୍ର ଛାତ୍ରୀ ମାନଙ୍କୁ ମେଡିକାଲ ସିଟ ଦେବା ପାଇଁ ଦାବି କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।